ମୁମ୍ବାଇ,୧୫/୨ : ଟି-୨୦ ବିଶ୍ବକପ ୨୦୨୬ର ୨୭ତମ ଲିଗ୍ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ଟିମ୍ ଶ୍ରୀଲଙ୍କାର କଲୋମ୍ବୋଠାରେ ଥିବା ପ୍ରେମଦାସା ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ । ମ୍ୟାଚରେ ପାକିସ୍ତାନ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି । ମ୍ୟାଚରେ ଭାରତ ଚୁଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ସେହିଭଳି ପାକିସ୍ତାନ ନିଜ ପ୍ଲେଇଂ ୧୧ରେ ୬ସ୍ପିନରକୁ ସ୍ଥାନ ଦେଇଛି ।

ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ ଅଭିଷେକ ଶର୍ମା ଏବଂ କୂଲଦୀପ ଯାଦବ ରୂପରେ ହୋଇଛନ୍ତି । କୂଲଦୀପଙ୍କୁ ଅର୍ଶଦୀପ ସିଂହଙ୍କ ସ୍ଥାନରେ ସାମିଲ କରାଯାଇଛି । ଟିମରେ ଜସପ୍ରୀତ ବୁମରାହଙ୍କୁ କେବଳ ଜଣେ ଦ୍ରୁତ ବୋଲର ଭାବେ ସାମିଲ କରାଯାଇଛି । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବିତୀୟ ପେସରର ଭୂମିକା ନିଭାଇବେ ।

ଟସ୍ ପରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା କହିଥିଲେ କି, ଆମେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବୁ । ଏହା ଟିକେ କଷ୍ଟ ଦେଖାଯାଉଛି, ଆମକୁ ଲାଗୁଛି କି ଆରମ୍ଭରୁ କିଛି ଓଭରରେ ବୋଲରଙ୍କୁ ସାହାଯ୍ୟ ମିଳିବ ଏଥିଲାଗି ଆମେ ଏହାର ବ୍ୟବହାର କରିବାକୁ ଚାହିଁବୁ । ଏହା ବଡ଼ ମ୍ୟାଚ୍ ଅଟେ । ଆମେ ସମସ୍ତେ ଏହା ଜାଣିଛେ । ଆମ ଟିମରେ ସମସ୍ତେ ରିଲାକ୍ସ୍ଡ ଅଛନ୍ତି । ଆମେ ଏହି ମ୍ୟାଚରେ ଫୋକସ୍ କରୁଛୁ ଏବଂ ଆମେ ଏହି ଚ୍ୟାଲେଞ୍ଜ୍ ଲାଗି ଉତ୍ସାହିତ ଅଛୁ ।