ଅଷ୍ଟ୍ରେଲିଆ କବ୍ଜା

India's Virhat Kohli celebrates his 100 against Australia with teammate M.S. Dhoni during their one day international cricket match in Adelaide, Australia, Tuesday, Jan. 15, 2019. (AP Photo/James Elsby)
ମେଲବୋର୍ଣ୍ଣ, ୧୮ ।୧ (ଏଜେନ୍ସି): ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତ ଅନ୍ତିମ ଦିନିକିଆରେ ୭ ୱିକେଟ୍ରେ ବିଜୟୀ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆରେ ବିରଳ ରେକର୍ଡ ସୃଷ୍ଟି କରିଛି ଭାରତ । କ୍ରିକେଟ୍ ଇତିହାସରେ ଭାରତୀୟ ଦଳ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ କବ୍ଜା କରିବାର ଗୌରବ ହାସଲ କରିଛି ।
ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ଓ ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା । ଫଳରେ ସିରିଜ୍ ୧-୧ ସ୍ଥିତିରେ ରହିଥିଲା । ସିରିଜ୍ର ଅନ୍ତିମ ଦିନିକିଆରେ ଆଜି ଭାରତ ବିଜୟୀ ହୋଇ ୨-୧ରେ ସିରିଜ୍ କବ୍ଜା କରିଥିଲା । ଧୋନି ଓ କେଦାର ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ୪୯.୨ ଓଭରରେ ବିଜୟୀ କରାଇଥିଲେ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୮.୪ ଓଭରରେ ୨୩୦ ରନ୍ ସଂଗ୍ରହ କରିଥିଲା । ୟୁଝବେନ୍ଦ୍ର ଚହଲ ଘାତକ ବୋଲିଂ କରି ଏକାକୀ ୬ଟି ୱିକେଟ୍ ହାସଲ କରିଥିଲେ । ଜବାବରେ ରୋହିତ ଶର୍ମା (୯ ରନ୍), ଶିଖର ଧାୱନ (୨୩) ଓ ବିରାଟ କୋହଲି (୪୬) ପାଭିଲିୟନ ଫେରିଯିବା ପରେ ଧୋନି (୮୭) ଓ କେଦାର (୬୧) ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଅପରାଜିତ ରହିଥିଲେ ।
ଭାରତ ଏହି ଗସ୍ତରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିଥିଲା । ଯେଉଁଥିରେ ୨ଟି ଟି-ଟ୍ୱେଣ୍ଟି, ୪ଟି ଟେଷ୍ଟ ଏବଂ ୩ଟି ଦିନିକିଆ ସାମିଲ ରହିଥିଲା । ବର୍ଷା ବାଧାପ୍ରାପ୍ତ ଟି-ଟ୍ୱେଣ୍ଟି ସିରିଜ୍ ୧-୧ରେ ବରାବର ରହିଥିଲା । ଟେଷ୍ଟ ସିରିଜ୍ରେ ଭାରତୀୟ ଦଳ ଅତି ଉନ୍ନତ ପ୍ରଦର୍ଶନ କରି ୨-୧ରେ ଜିତିନେଇଥିଲା ।