ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

Trump's tariff: ଟ୍ରମ୍ପଙ୍କ ପାଲଟା ଶୁଳ୍କ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲା ଭାରତ; କହିଲା ଏହା ଉପରେ ଦୁଇ ଦେଶ ମଧ୍ୟରେ ଚାଲିଛି ଆଲୋଚନା

Published By : Bijay Swain | April 3, 2025 6:20 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୭% ପାଲଟା ଶୁଳ୍କକୁ ନେଇ ଭାରତ ଏନେଇ ପ୍ରଥମ ଥର ପାଇଁ ଆଧିକାରିକ ସ୍ତରରେ ମୁହଁ ଖୋଲିଛି। ବାଣିଜ୍ୟ ବିଭାଗ ଗୁରୁବାର ଦିନ କହିଛି ଯେ ଟ୍ରମ୍ପଙ୍କ ଏହି ନୂତନ ପଦକ୍ଷେପର ପ୍ରଭାବକୁ ଭାରତ ସତର୍କତାର ସହ ତଦାରଖ କରୁଛି। ଏହା ସହିତ, ଭାରତୀୟ ଏବଂ ଆମେରିକାର ବାଣିଜ୍ୟିକ ଦଳ ମଧ୍ୟରେ ବର୍ତ୍ତମାନ ପାରସ୍ପରିକ ଲାଭଦାୟକ ଏବଂ ଦୀର୍ଘସ୍ଥାୟି ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡାନ୍ତ କରିବା ପାଇଁ ଆଲୋଚନା ଚାଲିଛି ବୋଲି କହିଛି।

ଟ୍ରମ୍ପଙ୍କ ଏହି ନୂତନ ପାଲଟା ଶୁଳ୍କ ନୀତିକୁ ସେ "ମୁକ୍ତି ଦିବସ" (Liberation Day) ବୋଲି କହିଛନ୍ତି। ଏହି ନୂଆ ନିୟମ ଅନୁସାରେ ଆମେରିକାକୁ ସମସ୍ତ ଆମଦାନୀ ଉପରେ ଏପ୍ରିଲ ୫ ତାରିଖରୁ ୧୦ ପ୍ରତିଶତ ଶୁଳ୍କ ଏବଂ ଏପ୍ରିଲ ୧୦ ତାରିଖରୁ ଅତିରିକ୍ତ ୧୭ ପ୍ରତିଶତ ଶୁଳ୍କ ଲାଗୁ ହେବ। ଭାରତୀୟ ଆମଦାନୀ ଉପରେ ମୋଟ ୨୭ ପ୍ରତିଶତ ଶୁଳ୍କ ନିର୍ଦ୍ଧାରିତ ହୋଇଛି। ଏହି ଘୋଷଣା ପରେ ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, "ବାଣିଜ୍ୟ ବିଭାଗ ସମସ୍ତ ହିତାଧିକାରୀଙ୍କ ସହ ଯୋଗାଯୋଗ କରି ପାଲଟା ଶୁଳ୍କର ମୂଲ୍ୟାଙ୍କନ ଏବଂ ପରିସ୍ଥିତିର ବିଶ୍ଳେଷଣ କରୁଛି। ବିଭିନ୍ନ ଦୃଷ୍ଟିକୋଣରୁ ଆମେ ଏହି ଆମେରିକୀୟ ବାଣିଜ୍ୟ ନୀତି ପରିବର୍ତ୍ତନରୁ ହେବାକୁଥିବା ସମ୍ଭାବନାଗୁଡ଼ିକୁ ଉପରେ ମଧ୍ୟ ନଜର ରଖିଛୁ।"

ଟ୍ରମ୍ପଙ୍କ ଏହି ପଦକ୍ଷେପ ବିଶ୍ୱବ୍ୟାପୀ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଯାହା ଅନେକ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଭାରତ ସରକାର ଏହାର ପ୍ରଭାବକୁ ନିକଟରୁ ନିରୀକ୍ଷଣ କରୁଛନ୍ତି ଓ ଏହାର ସମ୍ଭାବ୍ୟ ସୁଯୋଗ ଓ କ୍ଷତିର ମୂଲ୍ୟାଙ୍କନ କରୁଛନ୍ତି। ଏକ ବରିଷ୍ଠ ଅଧିକାରୀଙ୍କ ମତରେ, ଏହି ଶୁଳ୍କ ଭାରତକୁ ମିଶ୍ରିତ ଫଳାଫଳ ଦେଇପାରେ। ତେବେ ଏହା ଭାରତ ପାଇଁ ଆମେରିକୀୟ ବଜାରକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ କରି ନାହିଁ ବୋଲି କହିଛନ୍ତି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଆଲୋଚନାରେ ସାପ୍ଲାଏ ଚେନ୍, ନିବେଶ ବୃଦ୍ଧି ଏବଂ ପ୍ରଯୁକ୍ତି ହସ୍ତାନ୍ତର ଭଳି ବିଷୟ ଆଲୋଚନା ହୋଇଛି। ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆଗକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ମଧ୍ୟ ଗୁରୁବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଟ୍ରମ୍ପଙ୍କ ପାଲଟା ଶୁଳ୍କ ଆଦେଶର ମୂଲ୍ୟାଙ୍କନ କରିଛି। ଏହି ବୈଠକରେ ଭାରତର ବାଣିଜ୍ୟ ରଣନୀତି ଏବଂ ଆଗାମୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଟ୍ରମ୍ପଙ୍କ ଏହି ନୀତି ବିଶ୍ୱ ଅର୍ଥନୀତିରେ ପୁଣି ଏକ ବାଣିଜ୍ୟ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ତେବେ ଭାରତ ଏହାର ପ୍ରତିକ୍ରିୟାରେ ରଣନୀତିକ ଦୃଷ୍ଟିକୋଣ ଅବଲମ୍ବନ କରିଛି। ଆଗାମୀ ଦିନରେ ଏହି ଶୁଳ୍କର ପ୍ରଭାବ ଏବଂ ଦ୍ୱିପାକ୍ଷିକ ଆଲୋଚନାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.