ନୂଆଦିଲ୍ଲୀ,୧୮/୦୫:ଭାରତ ପାକିସ୍ତାନ ମଧ୍ୟରେ ଆଜି ସରୁଛି ଅସ୍ତ୍ର ବିରତି ଅବଧି। ୧୮ ତାରିଖ ପର୍ଯ୍ୟନ୍ତ ସୀମାରେ ଫାୟାରିଂ ନ କରିବାକୁ ଦୁଇ ଦେଶ ରାଜି ହୋଇଥିଲେ। ଆଜି ଏହି ସମୟସୀମା ସରୁଛି। ତେଣୁ ଆଜି ପୁଣିଥରେ ବସିପାରେ DGMO ସ୍ତରୀୟ ବୈଠକ।ବୈଠକରେ ହୋଇପାରେ ପରବର୍ତ୍ତୀ ନିଷ୍ପତ୍ତି।
ତେବେ ଦୁଇ ଦେଶ ପୁଣି ଥରେ ଏହି ଅସ୍ତ୍ରବିରତି ଚୁକ୍ତିର ଅବଧିକୁ ବୃଦ୍ଧି କରିବେ ନା ପୁଣି ଥରେ ସୀମାରେ ଗର୍ଜିବ ବନ୍ଧୁକ ଗୁଳି, କମାଣ, ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ପହଲଗାମ ଆତଙ୍କୀ ଆକ୍ରମଣ ଓ ପରେ ଭାରତର ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ବଢିଥିଲା ତିକ୍ତତା। ଏହି ତିକ୍ତତା ଏତେ ବଢିଯାଇଥିଲା ଯେ, ମନେ ହେଉଥିଲା ଏହା ଏକ ବଡ଼ ଯୁଦ୍ଧରେ ପରିଣତ ହେବ। ଅର୍ଥାତ୍ ଭାରତ-ପାକିସ୍ତାନ ସିଜ୍ ଫାୟାରର ଅବଧି ମେ ୧୮ ତାରିଖ ପର୍ଯ୍ୟନ୍ତ ଥିଲା।ଯାହା ଆଜି ସମାପ୍ତ ହେବାକୁ ଯାଉଛି।