ନୂଆଦିଲ୍ଲୀ,୧୧/୦୫: ଆମେରିକାର ମଧ୍ୟସ୍ଥତାରେ ଶନିବାର ସନ୍ଧ୍ୟାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେଇ ଭାରତ 'ଅପରେସନ୍ ସିନ୍ଦୂର' ପ୍ରଭାବରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି । ୪ ଦିନ ଧରି ପାକ୍ ଭାରତର ବିଭିନ୍ନ ସୀମାବର୍ତ୍ତୀ ରାଜ୍ୟରେ ଡ୍ରୋନ୍, ମିସାଇଲ ମାଡ କରିଥିଲା । ଯାହାର ଜବାବ ଦେଇଥିଲା ଭାରତୀୟ ସେନା । ଆଜି ସକାଳୁ ସ୍ଥିତି ସ୍ୱାଭାବିକ ରହିଛି । କୌଣସି ଗୁଳିଗୋଳା ବର୍ଷା ହେଉନାହିଁ ।
#WATCH | J&K | Situation seems normal this morning in Srinagar. No drones, firing, or shelling were reported overnight.
— ANI (@ANI) May 11, 2025
Visuals from Lal Chowk. pic.twitter.com/FGJ0IfHRsA
ଏହାକୁ ରୋକିବାକୁ ୪ଦିନ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ତକ୍ଷେପ କରିଥିଲା । ପାକିସ୍ତାନ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା । ହେଲେ ପାକ୍ ପାଇଁ ଯୁଦ୍ଧବିରତି ଏକପ୍ରକାର ପ୍ରହସନ ଥିଲା । ଯୁଦ୍ଧ ବିରତିର ୩ ଘଣ୍ଟା ପରେ ପୁଣି ଡ୍ରୋନ୍ ଆକ୍ରମଣ କରିଥିଲା । ମୁହଁତୋଡ଼ ଜବାବ ପରେ ପଛଘୁଞ୍ଚା ଦେଇଥିଲା ପାକ୍ । ଆସନ୍ତାକାଲି ପୁଣି ଡିଜିଏମ୍ଓ ବୈଠକ ବସିବ । ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଡିଲ୍ ପରେ ଜାଣନ୍ତୁ ୧୦ ପରିବର୍ତ୍ତନ ।
୧. ଅସ୍ତ୍ର ବିରତି ଡିଲ୍ର ଗୋଟିଏ ଘଣ୍ଟା ପରେ ଜମ୍ମୁ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଥିଲେ କି, ଶ୍ରୀନଗରରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଶୁଣାଯାଇଥିଲା । ଅସ୍ତ୍ରବିରତି ଡିଲ୍ର କିଛି ସମୟରେ ଏହା କଣ ବୋଲି ରାଗି ଯାଇଥିଲେ । ଶ୍ରୀନଗରରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ଏହା ଅସ୍ତ୍ରବିରତି ନୁହେଁ ।''
୨. ଟ୍ରମ୍ପଙ୍କ ଚାପରେ ନଇଁଥିଲା ପାକ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବ୍ରେକ୍ ଲାଗିଥିଲା । ଭାରତର ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ମଧ୍ୟସ୍ଥତାରେ ପ୍ରସ୍ତାବ ଦେଇଥିଲା । ଆମେରିକା ଏହାର ଶ୍ରେୟ ନେଇଥିଲା ।
୩. ଯୁଦ୍ଧ ବିରତିର ୩ ଘଣ୍ଟା ପରେ ପାକିସ୍ତାନ ପୁଣି ଡ୍ରୋନ୍ ଆକ୍ରମଣ କରିଥିଲା । ଗୁଳିଗୋଳା ଶବ୍ଦ ଶୁଭିଥିଲା । ଏହାପରେ ସୀମାନ୍ତ ଜିଲ୍ଲାରେ ବ୍ଲାକଆଉଟ୍ ଲାଗୁ ହୋଇଥିଲା । ଜମ୍ମୁକାଶ୍ମୀର, ପଞ୍ଜାବ ଓ ରାଜସ୍ଥାନ ବ୍ଲାକଆଉଟ୍ ହୋଇଥିଲା ।
୪. ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସ୍ ବିଫ୍ରିଙ୍ଗରେ କହିଥିଲେ, ଯୁଦ୍ଧବିରତିର କିଛି ଘଣ୍ଟା ପରେ ପାକିସ୍ତାନ ଉଲ୍ଲଘଂନ କରିଛି । ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।
୫.ନାଗ୍ରୋଟା ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍ଲା ହୋଇଥିଲା । ସେଠାରେ ଆର୍ମିର ୧୬୬ ଫିଲ୍ଡ ରେଜିମେଣ୍ଟ ରହିଛି । ସେଠାରେ ଆତଙ୍କୀ ଗୁଳିମାଡ ସହ ବିସ୍ଫୋରଣ କରିଥିଲେ ।
୬. ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଲାଗୁ ହେବାର କିଛି ଘଣ୍ଟା ପରେ ପାକିସ୍ତାନୀ ସେନା ତାର ଉଲ୍ଲଂଘନ କରିଥିଲା । ରାତିରେ ଜମ୍ମୁ, ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟରେ ୧୦୦ରୁ ଅଧିକ ଡ୍ରୋନ୍ରେ ଆକ୍ରମଣ କରିଛି ।
୭. ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍କ ୟି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହି ଫୋନ୍ରେ କଥାବାର୍ତ୍ତା ହୋଇଥିଲେ । ଏଏସଏ ଅଜିତ୍ ଡୋଭାଲ କହିଥିଲେ, ପହଲଗାମ ଆତଙ୍କୀ ଆକ୍ରମଣରେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି । ଭାରତ ଆତଙ୍କୀବାଦ ବିରୋଧରେ ଆକ୍ସନ ନେବ । ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରତିଶ୍ରୁତିବଦ୍ଧ । ସୀମାରେ ଶାନ୍ତି ପାଇଁ ସ୍ଥିରତା ପାଇଁ ଏତେ ଶୀଘ୍ର ସମ୍ଭବ ଏହା କରାଯିବ ।
୮. ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁଳିଗୋଳା ଏବଂ ମିଲିଟାରୀ ଆକ୍ସନ ରୋକିବାକୁ ସହମତି ହୋଇଛି । ହେଲେ ଆଗକୁ ଯଦି ଆତଙ୍କୀ ଆକ୍ରମଣ ହୁଏ ତେବେ କୌଣସି ବୁଝାମଣା ହେବ ନାହିଁ ।
୯.ଅସ୍ତ୍ରବିରତି ଉଲ୍ଲଘଂନ ପରେ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମାରେ ଶତ୍ରୁକୁ କଡା ଜବାବ୍ ଦେବାକୁ ସେନାକୁ ନିର୍ଦ୍ଦେଶ ହୋଇଥିଲେ ସରକାର ।
୧୦. ଆଜି ସକାଳୁ ଅମ୍ରିତସରରେ ରେଡ୍ ଆଲର୍ଟ ଜାରି ହୋଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଘର ଭିତରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ଅପିଲ୍ କରାଯାଇଛି । ରବିବାର ସକାଳୁ ଜମ୍ମୁରେ ବିଭିନ୍ନ ସ୍ଥାନରେ ଫେରୁଛି ସ୍ୱାଭାବିକତା । ଗତକାଲି ରାତିରୁ ଗୁଳିଗୋଳା ବର୍ଷା ହେଉନାହିଁ । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ୱାଭାବିକ ରହିଛି । ପାକିସ୍ତାନୀ ଡ୍ରୋନ୍ ଉଡିନାହିଁ । ପୁଞ୍ଚରେ ମଧ୍ୟ ସ୍ଥିତି ସ୍ୱାଭାବିକ୍ ରହିଛି ।