ନୂଆଦିଲ୍ଲୀ, ୨୩/୦୪: ଚଳିତ ବର୍ଷ ମେ ମାସ ସୁଦ୍ଧା ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ଆସିବ । ଏନେଇ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାକୁ ୧ ଲକ୍ଷ କୋଟିରୁ ୧.୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇପାରେ । ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଏ ନେଇ ଏବେ ବିଚାର ବିମର୍ଷ କରୁଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟକୁ କେନ୍ଦ୍ର ସରକାର ୭୬ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଚିପ୍ ଫ୍ୟାକ୍ରିକେଶନ ଏବଂ ଡିଜାଇନଠାରୁ ଆଉପାଦେ ଆଗକୁ ଯିବା ଦିଗରେ କାର୍ଯ୍ୟକ୍ରମ ଆସିବ ।
ଏଥିରେ ସେମିକଣ୍ଡକ୍ଟର ଯନ୍ତ୍ରାଂଶ, କଞ୍ଚାମାଲ ଏବଂ କ୍ରିଟିକାଲ ଇନ୍ପୁଟ ଉପରେ କାମ ହେବ । ଫୁଲ୍ଷ୍ଟାକ ଇଣ୍ଟେଲେକଚୁଆଲ ପ୍ରପର୍ଟି ଏବଂ ଯୋଗାଣ ଚେନ୍ ଦୃଢ଼ତା ଉପରେ କାମ କରିବେ ସରକାର । ଏହି କ୍ଷେତ୍ରରେ ଗ୍ୟାସ ଯୋଗାଣକାରୀ, କେମିକାଲ ମାନୁଫାକଚର୍ସ, ଏମ୍ଏସ୍ଏମ୍ଇ ଏବଂ ଅନ୍ୟ ଇକୋସିଷ୍ଟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଗାମୀ ଦିନରେ ୫୦ ଫ୍ୟାବଲେସ ସେମିକଣ୍ଡକ୍ଟର ଡିଜାଇନ ଫାର୍ମ ସ୍ଥାପନ ଉପରେ ଫୋକସ ରଖାଯାଇଛି ।
ଅଧିକ ପଢ଼ନ୍ତୁ :- ବିଶ୍ୱ ବିମାନ ଶିଳ୍ପ ଚିତ୍ପଟାଙ୍ଗ: ଜେଟ୍ ଇନ୍ଧନର ଘୋର ଅଭାବ, ଯାତ୍ରୀଙ୍କ ପାଇଁ ଏଥର ଗ୍ରୀଷ୍ମ ଋତୁ ହେବ ମହଙ୍ଗା