PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଣ୍ଡାମାନରେ ସାମରିକ ସ୍ଥିତି ମଜଭୁତ କରିବ ଭାରତ

ନୂଆଦିଲ୍ଲୀ,୨୭ ।୧(ଏଜେନ୍ସି): ଭାରତ ମହାସାଗର ମଧ୍ୟରେ ଚୀନ୍‌ ନୌସେନାର ଗତିବିଧି ବୃଦ୍ଧି ପାଉଥିବାରୁ ତା’କୁ ଆଖି ଆଗରେ ରଖି ଏବେ ଭାରତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ନିଜର ସାମରିକ ସ୍ଥିତିକୁ ଆହୁରି ମଜଭୁତ୍‌ କରିବାକୁ ଯୋଜନା କରିଛି । ଭାରତ ନିକଟରେ ଏହି ଦ୍ୱୀପପୁଞ୍ଜରେ ନୌସେନା ପାଇଁ ଆଉ ଏକ ବିମାନ ଘାଟି ନିର୍ମାଣ କରିଛି । ଏବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତ ସେଠାରେ ସାମରିକ ଭିତ୍ତିଭୂମିର ବିକାଶ ଏବଂ ସୈନ୍ୟବଳ ବୃଦ୍ଧି କରାଯିବା ପାଇଁ ୧୦ ବର୍ଷିଆ ଯୋଜନା କରିଛି ।
ଏହି ଯୋଜନା ଅନୁଯାୟୀ, ଭାରତ ୨୦୨୭ ମସିହା ସୁଦ୍ଧା ସେଠାରେ ଥିବା ସେନାର ଥିଏଟର କମାଣ୍ଡ( ମିଳିତ କମାଣ୍ଡ) ଅଧୀନରେ ସାମରିକ ଭିତ୍ତିଭୂମିର ବ୍ୟାପକ ବିକାଶ କରିବ । ଏଥିପାଇଁ ପ୍ରାୟ ୫,୬୫୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି ଭିତ୍ତିଭୂମି ନିର୍ମାଣ ହୋଇଗଲେ,ସେଠାରେ ଅଧିକ ସଂଖ୍ୟକ ଯୁଦ୍ଧବିମାନ, ଡ୍ରୋନ, ଯୁଦ୍ଧଜାହାଜ, ମିସାଇଲ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମୁତୟନ କରାଯିବ ।
ସେହିପରି ଭାରତ ସେଠାରେ ସ୍ଥଳସେନାର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ତା’ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ପାଇଁ ଆଉ ଏକ ଯୋଜନା କରିଛି । ଏହା ଅନୁଯାୟୀ, ସେଠାରେ ମୁତୟନ ୧୦୮ ମାଉଣ୍ଟେନ ବ୍ରିଗେଡର ଆଧୁନିକୀକରଣ କରାଯିବା ସହିତ ଏକ ନୂଆ ଇନଫ୍ୟାଣ୍ଟ୍ରି ବାଟାଲିୟନ, ସିଗ୍‌ନାଲସ, ଏୟାର ଡିଫେନ୍ସ, ଇଞ୍ଜିନିୟର, ସପ୍ଲାଏ ଏବଂ ଅନ୍ୟାନ୍ୟ ୟୁନିଟ୍‌ ସ୍ଥାପନ କରାଯିବ । ଏବେ ସେଠାରେ ଦୁଇଟି ଇନଫ୍ୟାଣ୍ଟ୍ରି ଏବଂ ଗୋଟିଏ ଟେରିଟରିଆଲ ଆର୍ମି ବାଟାଲିୟନ ମୁତୟନ କରାଯାଇଛି ।
ସେନାବାହିନୀର ତିନୋଟି ଯାକ ଅଙ୍ଗର ମୁଖ୍ୟ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସଦସ୍ୟ ଥିବା ନ୍ୟାସନାଲ ଡିଫେନ୍ସ ପ୍ଲାନିଂ କମିଟିରେ ଉପରୋକ୍ତ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ପରେ ଏହାକୁ ସ୍ୱୀକୃତି ଦିଆଯାଇଛି । ଭାରତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପୂର୍ବରୁ ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧବିମାନ, ହେରୋନ-୨ ଡ୍ରୋନ ଏବଂ ପି-୮ଆଇ ସାମୁଦ୍ରିକ ଗୁଇନ୍ଦା ବିମାନ ମୁତୟନ କରିସାରିଛି । ଭାରତ ଏହି ଦ୍ୱୀପପୁଞ୍ଜରୁ ମାଲାକ୍କା ପ୍ରଣାଳୀ ଉପରେ ନଜର ରଖିପାରିବ ଏବଂ ଏହା ମଧ୍ୟ ଦେଇ ଚୀନ୍‌ ଦ୍ୱାରା କରାଯାଉଥିବା ବାଣିଜ୍ୟ କାରବାରକୁ ରୋକିଦେଇପାରିବ ।

ସମ୍ବନ୍ଧିତ ଖବର