ନୂଆଦିଲ୍ଲୀ, ୧୮/୧୨: ଦିନକୁ ଦିନ ଭାରତୀୟ କ୍ରୀଡ଼ାବିତମାନେ ମାତ୍ରାଧିକ ଶକ୍ତିବର୍ଦ୍ଧକ ଔଷଧ ବ୍ୟବହାର କରୁଛନ୍ତି । ଯାହା ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରୁଛି । ବିଶ୍ୱ ଡୋପ୍ ନିରୋଧି ସଂସ୍ଥା (ୱାଡା) ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟ ଆଧାରରେ ଭାରତରେ ଡୋପ୍ କଳଙ୍କ ବର୍ଷକୁ ବର୍ଷ ବୃଦ୍ଧି ପାଉଛି ।
୨୦୨୪ରେ ଏହି କଳଙ୍କ ତାଲିକାରେ ଚୀନ ବିଶ୍ୱରେ ପ୍ରଥମ ଏବଂ ଭାରତ ସପ୍ତମ ସ୍ଥାନରେ ରହିଛି । ଗତ ବର୍ଷ ନାଡା (ଜାତୀୟ ଡୋପ୍ ନିରୋଧି ସଂସ୍ଥା) ବିଭିନ୍ନ କ୍ରୀଡ଼ାର କ୍ରୀଡ଼ାବିତଙ୍କ ଠାରୁ ଡୋପ୍ ପରୀକ୍ଷା ପାଇଁ ୭,୧୧୩ ସଂଗ୍ରହ କରିଥିଲା । ସେମିତି ଚୀନରେ ସର୍ବାଧିକ ୨୪,୨୧୪, ଜର୍ମାନୀରେ ୧୫୦୮୧, ଫ୍ରାନ୍ସରେ ୧୧୭୪୪, ରୁଷରେ ୧୦୭୭୪, ଇଟାଲୀରେ ୯୩୦୪ ଏବଂ ଇଂଲଣ୍ଡରେ ୮୨୭୩ ନମୂନା ସଂଗ୍ରହ କରାଯାଇଥିଲା ।
ଭାରତରେ ୩.୬% କ୍ରୀଡ଼ାବିତଙ୍କ ରିପୋର୍ଟ ପୋଜିଟିଭ ଆସିଥିଲା । ଅର୍ଥାତ ୭,୧୧୩ଟି ନମୂନାରୁ ୨୬୦ ଜଣ ଡୋପ ପରୀକ୍ଷରେ ବିଫଳ ହୋଇ ବାସନ୍ଦ ହୋଇଥିଲେ । ଚଳିତ ବର୍ଷ ଏ ପର୍ଯ୍ୟନ୍ତ (ଡିସେମ୍ବର ୧୬ ତାରିଖ) ୭୦୬୮ ନମୂନା ସଂଗ୍ରହ ହୋଇଛି । ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କ ରିପୋର୍ଟ ପୋଜିଟିଭ ଆସିଛି । ଗତବର୍ଷ ତୁଳନାରେ ୨୦୨୫ରେ ଡୋପ୍ରେ ବିଫଳ ହେବା ସଂଖ୍ୟା ହ୍ରାସ ପାଇଛି