ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିୟର ପିଇବା ମାମଲାରେ ୧୦୧ତମ ସ୍ଥାନରେ ଭାରତ, ତାଲିକାରେ ଆମେରିକା-ବ୍ରିଟେନ୍ କେଉଁଠି ?

Published By : Tapas Panda | March 13, 2025 8:52 PM

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ଏହାରି ଭିତରେ ବିଭିନ୍ନ ରାଜ୍ୟ ମଦ୍ୟପାନକୁ ନେଇ ବିଭିନ୍ନ ମାର୍ଗଦର୍ଶିକା ଜାରି କରିଛନ୍ତି । ଓଡ଼ିଶାରେ ମଦ୍ୟପାନ କରି ହୋଲି ଖେଳିବା ଉପରେ ରୋକ୍‌ ଲାଗିଛି । ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ସେହି ଦିନ ମଦ୍ୟପାନ ଉପରେ କଟକଣା ଜାରି କରାଯାଇଛି । ସେହିଭଳି ମହାରାଷ୍ଟ୍ରରେ ହୋଲି ଦିନ ମଦ ଦୋକାନ ଅଧିକ ଦେଢ଼ ଘଣ୍ଟା ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମଦକୁ ନେଇ ଭିନ୍ନ ଭିନ୍ନ ଆଇନ୍‌ ଆସୁଥିବା ବେଳେ ଆସନ୍ତୁ ଜାଣିବା ଭାରତରେ ମଦର ଚାହିଦା କେମିତି ରହିଛି ।  ଦେଶରେ ବିୟର, ହ୍ବିସ୍କି, ବ୍ରାଣ୍ଡି, ରମ୍‌...ଇତ୍ୟାଦି ମଧ୍ୟରୁ ଅଧିକ କେଉଁ ମଦକୁ ଲୋକେ ପସନ୍ଦ କରୁଛନ୍ତି । 

୨୦୨୩ର ତଥ୍ୟକୁ ଦେଖିଲେ, ଦେଶରେ ସେହିବର୍ଷ ୩୦୦ କୋଟି ଲିଟର ପିଇଛନ୍ତି ଲୋକେ ।  କିନ୍ତୁ ଏହା ସତ୍ତ୍ବେ ବିୟର ପିଇବା ମାମଲାରେ ବିଶ୍ବରେ ୧୦୧ ନମ୍ବର ସ୍ଥାନରେ ରହିଛି ଭାରତ । ବିଶେଷ କରି ଆଲକହଲିକ୍‌ ଡ୍ରିଙ୍କ କ୍ଷେତ୍ରରେ ଭାରତୀୟ ବିୟର ପିଇବାକୁ ବେଶୀ ପସନ୍ଦ କରୁଛନ୍ତି ।  ଟେକ୍ନୋପାକ୍ ଆଡଭାଇଜର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ମଦ ବଜାର (ଯାହା ବିଭିନ୍ନ ପ୍ରକାରର ମଦ ଅନ୍ତର୍ଭୁକ୍ତ) ପ୍ରାୟ ୩ ଲକ୍ଷ ୧୫ ହଜାର କୋଟି ଟଙ୍କା ମୂଲ୍ୟର ଥିଲା । ଭାରତୀୟ ମଦ୍ୟପାନ ବଜାରରେ ବିୟରର ୪୫ ପ୍ରତିଶତ ଅଂଶ ରହିଛି । 

ସେହିଭଳି ହ୍ୱିସ୍କିର ଅଂଶ ୩୪ ପ୍ରତିଶତ, ବ୍ରାଣ୍ଡିର ଅଂଶ ପ୍ରାୟ ୧୧ ପ୍ରତିଶତ ଏବଂ ରମର ଭାଗିଦାରୀ ପ୍ରାୟ ୬.୫ ପ୍ରତିଶତ ରହିଛି । ଜାପାନୀ ବିୟର କମ୍ପାନୀ କିରିନ୍ ହୋଲ୍ଡିଂସ୍ ଅନୁଯାୟୀ, ଭାରତର ଲୋକମାନେ ୨୦୨୩ରେ ୩୦୦ କୋଟି ଲିଟର ବିୟର ପିଇଛନ୍ତି । ଫଳସ୍ୱରୂପ, ଭାରତ ଚଳିତ ବର୍ଷ ସାରା ବିଶ୍ୱରେ ୧୩ ତମ ସ୍ଥାନରେ ରହିଛି। କିନ୍ତୁ ଯଦି ଆମେ ମୁଣ୍ଡପିଛା ମଦ୍ୟପାନ ବିଷୟରେ କହିବା, ତେବେ ଭାରତ ୧୦୧ତମ ସ୍ଥାନରେ ରହିଛି ।  

କିରିନ୍ ହୋଲ୍ଡିଂସ୍ ଅନୁଯାୟୀ, ଭାରତରେ ଜଣେ ବ୍ୟକ୍ତି ବାର୍ଷିକ ହାରାହାରି ୨.୧ ଲିଟର ବିୟର ପିଅନ୍ତି। ଏହି ତାଲିକାର ଶୀର୍ଷରେ ଚେକ୍ ଗଣରାଜ୍ୟ ଅଛି ଯେଉଁଠାରେ ପ୍ରତିବର୍ଷ ଜଣେ ବ୍ୟକ୍ତି ୧୫୨ ଲିଟର ବିୟର ପିଉଛନ୍ତି । ଏହା ପରେ ଆଉ ଏକ ୟୁରୋପୀୟ ଦେଶ ଅଷ୍ଟ୍ରିଆ ରହିଛି । ସେଠାରେ ପ୍ରତି ବ୍ୟକ୍ତି ବାର୍ଷିକ ହାରାହାରି ୧୦୬.୫ ଲିଟର ପିଉଛନ୍ତି । ଲିଥୁଆନିଆ ତୃତୀୟ ସ୍ଥାନରେ ଅଛି । ସେଠାରେ ପ୍ରତି ବ୍ୟକ୍ତି ବାର୍ଷିକ ୧୦୩.୩ ଲିଟର ବିୟର ପିଉଥିବା ରିପୋର୍ଟରୁ ଜଣାପଡ଼ିଛି । 

ଏହି ରାଙ୍କିଂରେ ଆମେରିକା ୨୭ତମ ସ୍ଥାନରେ ଥିବା ବେଳେ ବ୍ରିଟେନ୍‌ ୨୫ ତମ ସ୍ଥାନରେ ଏବଂ ରୁଷ ୩୧ତମ ସ୍ଥାନରେ ରହିଛି । ଆମେରିକାରେ ପ୍ରତିବର୍ଷ ଜଣେ ବ୍ୟକ୍ତି ପ୍ରାୟ ୬୧.୧ ଲିଟର ବିୟର ପିଉଛନ୍ତି । ୟୁକେରେ ଜଣେ ବ୍ୟକ୍ତି ବାର୍ଷିକ ହାରାହାରି ୬୫.୫ ଲିଟର ଏବଂ ରୁଷରେ ୬୦.୪ ଲିଟର ବିୟର ପିଉଛନ୍ତି  । ଏହି ସବୁ ଦେଶ ତୁଳନାରେ ଭାରତରେ ବିୟର ପିଇବା ପରିମାଣ ଖୁବ କମ । ଏହା ପଛରେ ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ କାରଣ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.