୮-୦ରେ ଜାପାନକୁ ମାତ୍ ଦେଲା ଭାରତ; କ୍ଲାସିଫିକେସନ ମ୍ୟାଚ୍ରେ ସଫଳତା

Image Courtesy: FHI
ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମୁକାବିଲାରେ ଭାରତ ବିପୁଳ ବିଜୟ ହାସଲ କରିଛି। କ୍ରସ୍ ଓଭର ମୁକାବିଲାରେ ଝୁଣ୍ଟିଥିବା ଭାରତୀୟ ଦଳ ଆଜି ମ୍ୟାଚ୍ରେ ଜାପାନକୁ ୮-୦ ଗୋଲ୍ରେ ପରାସ୍ତ କରିଛି। ବିଜୟ ସହ ଭାରତ ଏଫଆଇଏଚ୍ ପୁରୁଷ ହକି ବିଶ୍ଵ କପ୍ ଅଭିଯାନ ସମାପ୍ତ କରିଛି। ଏହି ଏକତରଫା ମୁକାବିଲାରେ ଭାରତ ପକ୍ଷରୁ ଅଭିଷେକ ଏବଂ ହରମନପ୍ରୀତ ସିଂ ଦୁଇଟି ଗୋଲ୍ ଦେଇଥିବା ବେଳେ ମନ୍ଦୀପ ସିଂ, ପ୍ରସାଦ ବିବେକ ସାଗର, ମନପ୍ରୀତ ସିଂ ଏବଂ ସୁଖଜିତ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।