PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ହରଡ଼ଘଣାରେ ପାକିସ୍ତାନ; ନୋଟିସ୍‌ ଜାରି କଲା ଭାରତ

Image Courtesy: Jagran

ନୂଆଦିଲ୍ଲୀ,୨୭/୦୧: ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମାରେ ସଂଶୋଧନ ଆଣିବାକୁ ପାକିସ୍ତାନକୁ ଚିଠି ଲେଖିଛି ଭାରତ। ବିଶେଷ ସୂତ୍ରରୁ ଖବର ପାଇ ପିଟିଆଇ ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ କରିଛି। ୨୫ ଜାନୁଆରୀରେ ଭାରତ ପାକିସ୍ତାନକୁ ଏହି ସଂଶୋଧନ ନୋଟିସ୍‌ ପଠାଇଥିଲା। ସୂଚନାଥାଉକି ୯ ବର୍ଷର ଆଲୋଚନା ପରେ ସେପ୍ଟେମ୍ବର ୧୯୬୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିିନାମା ବା ଆଇଡବ୍ଳୁଟି ସ୍ବାକ୍ଷରିତ ହୋଇଥିଲା। ବିଶ୍ୱ ବ୍ୟାଙ୍କ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ସିନ୍ଧୁ ଜଳ ଚୁକ୍ତିନାମା ଅନୁସାରେ ଅନେକ ନଦୀର ଜଳର ବ୍ୟବହାର କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ସୂଚନା ଆଦାନ ପ୍ରଦାନ କରିବାକୁ ଏକ ଉପାୟ ସ୍ଥିର କରାଯାଇଥିଲା।

ଖବର ଏଜେନ୍ସି ପକ୍ଷରରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଭାରତ ସବୁବେଳେ ଏହି ଚୁକ୍ତିନାମା ସମ୍ପର୍କିତ ସମସ୍ତ କାର୍ଯ୍ୟକୁ ଗୋଟି ଗୋଟି କରି ଲାଗୁ କରିବାରେ ଏକ ଦୃଢ଼ ସମର୍ଥକ ଓ ଦାୟିତ୍ବସମ୍ପନ୍ନ ଭାଗିଦାରୀ ବଜାୟ ରଖିଛି। ରିପୋର୍ଟରେ କୁହାଯାଇଛି ଯେ, ଯେତେବେଳେ ପାକିସ୍ତାନର ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଯୋଗୁ ସିନ୍ଧୁ ଜଳ ଚୁକ୍ତିନାମାର ବ୍ୟବସ୍ଥା ଓ ତାହା କାର୍ଯ୍ୟାନ୍ବୟନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ନଜରକୁ ଆସିଥିଲା, ସେତେବେଳେ ଭାରତ ଏହି ଚୁକ୍ତିନାମାରେ ସଂଶୋଧନ କରିବା ପାଇଁ ନୋଟିସ୍‌ ଜାରି କରିବାକୁ ବାଧ୍ୟ ହୋଇଥିଲା।  ଏହି ନୋଟିସ୍‌ର ଉଦ୍ଦେଶ୍ୟ ହେଉଛି ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ସୁଧାରିବା ପାଇଁ ପାକିସ୍ତାନକୁ ୯୦ ଦିନ ଭିତରେ ଆନ୍ତଃ-ସରକାରୀ ବୁଝାମଣାରେ ପ୍ରବେଶ କରିବାକୁ ସୁଯୋଗ ପ୍ରଦାନ କରିବା। ଗତ ୬୨ ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଥିବାରୁ ଏହି ପ୍ରକ୍ରିୟା ସିନ୍ଧୁ ଜଳ ଚୁକ୍ତିନାମାକୁ ମଧ୍ୟ ସୁଧାରିବାରେ ସହାୟକ ହେବ।

ଏହି ଖବର ମଧ୍ୟ ପଢ଼ନ୍ତୁ: ବିନା ନୋଟିସରେ ଦମ୍ପତିଙ୍କୁ ନିଲମ୍ୱିତ କଲା ଗୁଗଲ୍, ୬ ବର୍ଷ ଧରି କମ୍ପାନୀରେ କାମ କରୁଥିଲେ ମହିଳା

ଭାରତ ସହ ଜଡିତ ବ୍ୟବସ୍ଥା ଅନୁଯାୟୀ, ପରିବହନ, ବିଦ୍ୟୁତ୍ ଏବଂ କୃଷି ପାଇଁ ରାବି, ସତଲେଜ ଏବଂ ବିସ୍ ନଦୀର ଜଳକୁ ଭାରତ ବ୍ୟବହାର କରିବାର ଅଧିକାର ଦିଆଯାଇଥିଲା। ୨୦୧୫ରେ ଭାରତୀୟ କିଶନଗଙ୍ଗା ଏବଂ ରାତେଲ ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ ବୈଷୟିକ ତ୍ରୁଟିର ଯାଞ୍ଚ ପାଇଁ ବିଶେଷଜ୍ଞ ନିଯୁକ୍ତି କରିବାକୁ ଅନୁରୋଧ କରିଥିଲା। ୨୦୧୬ ରେ, ଇସଲାମାବାଦ ଏକପାଖିଆ ଭାବରେ ଏହି ଅନୁରୋଧରୁ ଓହରି ଯାଇଥିଲା।

Indus Water Treaty

ସିନ୍ଧୁ ଜଳ ଚୁକ୍ତିନାମାନାକୁ ସମ୍ପର୍କିତ ଆଲୋଚନାକୁ ଅନେକ ଥର ଅଗ୍ରାହ୍ୟ କରିଛି ପାକିସ୍ତାନ:

ପାରଷ୍ପରିକ ସହଭାଗିତାରେ ଆଗକୁ ବଢ଼ିବା ପାଇଁ ଭାରତ ବାରମ୍ବାର ପ୍ରୟାସ କରିବା ପରେ ବି ପାକିସ୍ତାନ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ସ୍ଥାୟୀ ସିନ୍ଧୁ ଆୟୋଗର ୫ଟି ବୈଠକରେ ଆଲୋଚନାକୁ ନେଇ ଅଣଦେଖା କରିଛି। ପାକିସ୍ତାନର ଜିଦ୍‌ ଆଗରେ ବିଶ୍ୱ ବ୍ୟାଙ୍କ ନିକଟରେ ଉଭୟ ବିଶେଷଜ୍ଞ ତଥା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ପ୍ରକ୍ରିୟା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସମାନ ପ୍ରସଙ୍ଗର ସମାନ୍ତରାଳ ବିଚାର ସିନ୍ଧୁ ଜଳ ଚୁକ୍ତିନାମାର କୌଣସି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ନୁହେଁ। ଏହି ବ୍ୟବସ୍ଥାର ଏପରି ଉଲ୍ଲଂଘନକୁ ସାମ୍ନା କରି ଭାରତ ସଂଶୋଧନ ବିଜ୍ଞପ୍ତି ଜାରି କରିବାକୁ ବାଧ୍ୟ ହୋଇଛି ବୋଲି ଅନ୍ୟତମ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର