PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଚମକିଲେ ସୂର୍ଯ୍ୟକୁମାର, ଟିମ୍‌ ଇଣ୍ଡିଆ ବିଶାଳ ସ୍କୋର, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୩୮ର ଟାର୍ଗେଟ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର। ଭାରତୀୟ ବ୍ୟାଟରଙ୍କ ଚମତ୍କାର ବ୍ୟାଟିଂରେ ଧରାଶାୟୀ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ବୋଲର। ଜଣେ ପରେ ଜଣେ ବ୍ୟାଟରଙ୍କ ଦର୍ଶନୀୟ ଛକା ପଡ଼ିଆରେ ସବୁ ଦିଗକୁ ବର୍ଷିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଅବିଶ୍ଵସନୀୟ ବ୍ୟାଟିଂ ଏବଂ  କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୩୭ ରନ କରିଛି।

ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍‌ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍‌ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ବିବଶ ନଜର ଆସିଛନ୍ତି ଦକ୍ଷିଣ ଆଫ୍ରିକା ବୋଲର।ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର  ରୋହିତ ଶର୍ମା ଏବଂ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରିଥିଲେ। ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍‌ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ।

ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ମଙ୍ଗ ସମ୍ଭାଳିଥିଲେ। ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ  ନିର୍ମମ ପ୍ରହାର କରିଥିଲେ। ସେ ପଡିଆର ଚତୁର୍ଦ୍ଦିଗରେ ଚୌକା ଏବଂ ଛକା  ବର୍ଷା କରି ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୦୯ ରନରେ ନିଜ ଭୁଲ୍ ଯୋଗୁଁ ସୂର୍ଯ୍ୟକୁମାର ଯାଦବ ରନ ଆଉଟ୍ ହୋଇଥିଲେ। ସେ ମାତ୍ର ୨୨ ବଲ୍‌ରୁ ୫ ଚୌକା ଏବଂ ୫ ଛକା ବଳରେ ୬୧ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ।

ସମ୍ବନ୍ଧିତ ଖବର