ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ହେଉଛି ଏଆଇ –ଇଣ୍ଡିଆ ଇମ୍ପାକ୍ଟ ସମ୍ମିଳନୀ। ଏଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଇଟି କ୍ଷେତ୍ରରେ ଏଆଇର ଭୂମିକା ଉପରେ ଜୋର ଦେଇଛନ୍ତି। ସେ କହିଥିଲେ – ଏଆଇ ଭାରତର ଆଇଟି ସେକ୍ଟରକୁ ନଷ୍ଟ କରୁ ନାହିଁ , ବରଂ ଏହାକୁ ସଂପୂର୍ଣ୍ଣ ରୂପେ ବଦଳାଉଛି। ଏଆଇକୁ ଏକ ଏନେବଲର ଭାବେ ଦେଖିବା ଉଚିତ, ଯାହାକି ନୂଆ ପିଢିର ଆଉଟସୋର୍ସିଂ ଓ ଡୋମେନ-ସ୍ପେସିଫିକ୍ ଅଟୋମେସନର ମାଧ୍ୟମରେ ବିକାଶକୁ ବଢାଇବ।
ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ପିଏମ ମୋଦି କହିଥିଲେ – ଏଆଇ - ପରିଚାଳିତ ପରିବର୍ତ୍ତନ କାରଣରୁ ଭାରତର ଆଇଟି ସେକ୍ଟର ୨୦୩୦ ସୁଦ୍ଧା ୪୦୦ ବିଲିୟନ ଡଲାରରେ ପହଞ୍ଚି ପାରେ। ଏହି ସେକ୍ଟର ପୂର୍ବରୁ ହିଁ ସେବା ରପ୍ତାନୀର ଦୃଢ ଆଧାର ପାଲିଟିଛି। ଏବେ ଏଆଇ ସହ ଏହି ଉତ୍ପାଦ , ପ୍ଲାଟଫର୍ମ ଓ ସମାଧାନର ନିର୍ମାଣରେ ମଧ୍ୟ ଆଗକୁ ଯାଇପାରେ।
ଆହୁରି ମଧ୍ୟ ପଢନ୍ତୁ : ଭାରତ-ଫ୍ରାନ୍ସ ତିଆରି କରିବେ ଏଭରେଷ୍ଟ ଉଚ୍ଚତା ଯାଏଁ ଉଡିଲା ଭଳି ହେଲିକପ୍ଟର
ପିଏମ୍ ମୋଦି କହିଛନ୍ତି ଯେ, ଭାରତକୁ ଦୁନିଆର ଟପ୍ ତିନୋଟି ଏଆଇ ସୁପରପାୱାର ମଧ୍ୟରୁ ଗୋଟିଏ ହେବା ଉଚିତ୍। ସରକାର ଇଣ୍ଡିଆ ଏଆଇ ମିଶନର ମାଧ୍ୟମରେ ଦୃଢ ଘରୋଇ ଏଆଇ ଇକୋସିଷ୍ଟମ ବିକଶିତ କରିବାର ବ୍ୟାପକ ରଣନୀତି ଆପଣାଇଛି। ଏହି ମିଶନ ଅନୁସାରେ ଜିପିୟୁର ସଂଖ୍ୟା ଲକ୍ଷ୍ୟରୁ ଅଧିକ ହୋଇ ସାରିଛି ଏବଂ ଏବେ ଆହୁରି ୨୦ହଜାର ଜିପିୟୁ ଯୋଡ଼ା ଯାଉଛି, ଯେଉଁଥିରେ ମୋଟ ୩୮ ହଜାରରୁ ଅଧିକ ହୋଇଯିବ। ଉଚ୍ଚ ସ୍ତରୀୟ ଜିପିୟୁ ଏବେ ମାତ୍ର ୬୫ ଟଙ୍କା ପ୍ରତି ଘଣ୍ଟାର ମୂଲ୍ୟରେ ଉପଲବ୍ଧ, ଯାହା ଗ୍ଲାବାଲ ଆଭରେଜ୍ ଠାରୁ ଏକ ତୃତୀୟାଂଶ କମ୍ । ସ୍ୱାସ୍ଥ୍ୟ , କୃଷି, ଶିକ୍ଷା ଓ ସଷ୍ଟେନେବଲ ସିଡିଜ୍ରେ ଚାରୋଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍କିଲିଂ ପାଇଁ ପାଞ୍ଚୋଟି ନ୍ୟାସନାଲ ସେଣ୍ଟର୍ସ ସ୍ଥାପିତ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି , ଆଗାମୀ ପର୍ଯ୍ୟାୟ ଏଆଇର ଡିଜାଇନ , ରିସର୍ଚ୍ଚ ଓ ଡେଭଲପମେଣ୍ଟ ଉପରେ କେନ୍ଦ୍ରିଭୂତ ହେବ, ଯାହାକି ଭାରତର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହୋଇପାରିବ। ଏଆଇ ସହ ଜଡ଼ିତ ୨୦୦ ବିଲିୟନ ଡଲାରରୁ ଅଧିକ ହେବାର ସମ୍ଭାବନା ଅଛି । ପିଏମ୍ ମୋଦି ଏଆଇରେ ପୂର୍ବଗ୍ରହର ପ୍ରସଙ୍ଗ ଉପରେ ମଧ୍ୟ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଏବ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଏଆଇ ସିଷ୍ଟମ ଲିଙ୍ଗ, ଭାଷା ଓ ସାମାଜିକ –ଆର୍ଥିକ ପୃଷ୍ଠଭୂମି ସହ ଜଡ଼ିତ ପୂର୍ବାଗ୍ରହ ଗୁଡ଼ିକୁ ପ୍ରତିବିମ୍ୱିତ କରିପାରେ। ପାଶ୍ଚାତ ପ୍ରସଙ୍ଗରେ ଏହି ପକ୍ଷପାତ ଗୁଡ଼ିକ ସ୍ପଷ୍ଟ ହୋଇ ନପାରେ , ତଥାପି ଭାରତର ଭାଷାଗତ , ସାଂସ୍କୃତିକ ଓ ଆଞ୍ଚଳିକ ବିବିଧତା ଯୋଗୁଁ ଏଗୁଡ଼ିକ ଭିନ୍ନ ଭାବେ ପ୍ରକାଶିତ ହୋଇପାରେ। ମୁଖ୍ୟତଃ ଇଂରାଜୀ କିମ୍ୱା ସହରୀ ଡାଟା ଉପରେ ପ୍ରଶିକ୍ଷିତ ଏଆଇ ମଡେଲ ଗ୍ରାମୀଣ ଉପଭୋକ୍ତା କିମ୍ୱା ଆଞ୍ଚଳିକ ଭାଷା କହୁଥିବା ଲୋକଙ୍କ ପାଇଁ ପ୍ରଭାବଶାଳୀ ହୋଇ ନପାରେ।
- AI ଇମ୍ପାକ୍ଟ ସମ୍ମିଳନୀ ୨୦୨୬ କେତେ ଗୁରୁତ୍ୱପୂର୍ଣ୍ଣ?
ଭାରତ ଏହି ସମସ୍ୟାକୁ ବ୍ୟବସ୍ଥିତ ରୂପେ ସମ୍ୱୋଧିତ କରୁଛି, ଯେଉଁଥିରେ ବିବିଧ ଡାଟାସେଟ୍ ପ୍ରସ୍ତୁତ କରିବା, ଆଞ୍ଚଳିକ ଭାଷାରେ AI ବିକାଶକୁ ଗୁରୁତ୍ୱ ଦେବା ଏବଂ ନିରପେକ୍ଷତା ଉପରେ ଗବେଷଣା ଅନ୍ତର୍ଭୁକ୍ତ। AI ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ବିଭିନ୍ନ ଅଂଶୀଦାରମାନଙ୍କୁ ଏକତ୍ର କରି ପକ୍ଷପାତ ଏବଂ AI ର ସୀମାବଦ୍ଧତା ଉପରେ ବିଶ୍ୱ ସଚେତନତା ବୃଦ୍ଧି କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ଦାୟିତ୍ୱପୂର୍ଣ୍ଣ ଓ ସମାବେଶୀ ଏଆଇ ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି, ଯାହା ଲୋକ, ଗ୍ରହ ଏବଂ ପ୍ରଗତିର ନୀତି ଉପରେ ଆଧାରିତ। ଏହି ସମ୍ମିଳନୀ ହେଉଛି ଗ୍ଲୋବାଲ୍ ସାଉଥ୍ ରେ AI ଉପରେ ଏତେ ବଡ଼ ସ୍ତରରେ ପ୍ରଥମ ଆୟୋଜନ,ଯାହା ଗ୍ଲୋବାଲ୍ AI ଏଜେଣ୍ଡାରେ ଭାରତର ଭୂମିକାକୁ ସୁଦୃଢ଼ କରୁଛି।