ତାଲିବାନର ନିର୍ଦ୍ଦେଶ; ଆଫଗାନିସ୍ତାନର ପୂର୍ବ ଶାସକଙ୍କ ସହିତ କୌଣସି ସମ୍ପର୍କ ନ ରଖୁ ଭାରତ, ଦୂତାବାସ ଖୋଲିଲେ ଦେବ ପୂରା ସୁରକ୍ଷା

image Credit : Live Hindustan
କାବୁଲ୍,୨୩/୦୫: ତାଲିବାନର କହିବା କଥା ହେଲା ଆଫଗାନିସ୍ତାନର ପୂର୍ବ ଶାସକଙ୍କ ସହିତ କୌଣସି ସମ୍ପର୍କ ନରଖୁ ଭାରତ। ଦୋହାରେ ଥିବା ତାଲିବାନର ରାଜନୈତିକ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀ ସୁହେଲ ଶାହିନ କହିଛନ୍ତି ଯେ, ଭାରତକୁ ତାଲିବାନ ସରକାରଙ୍କ ସହିତ ରାଷ୍ଟ୍ରୀୟ ଓ ପାରଷ୍ପରିକ ହିତ ପାଇଁ ସ୍ବତନ୍ତ୍ର ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ ଏବଂ ପୂର୍ବରୁ ଥିବା ଅସରଫ ଘନି ସରକାରଙ୍କ ସହିତ ସମ୍ପର୍କ ବି ତୁଟାଇ ଦେବା ଆବଶ୍ୟକ।
ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଦ ପ୍ରିଣ୍ଟ’ର ଏକ ସାକ୍ଷାତକାରରେ ଏହି ତାଲିବାନୀ ନେତା ଜଣଙ୍କ କହିଛନ୍ତି ଯେ, ଭାରତକୁ ଆଫଗାନିସ୍ତାନର ଲୋକ ମାନଙ୍କ ସହିତ ଗଭୀର ସମ୍ପର୍କ ରଖିବା ସହିତ କାବୁଲରେ ତାର ଦୂତାବାସ ଖୋଲିବା ଆବଶ୍ୟକ। ସେ କହିଛନ୍ତି ଯେ, ତାଲିବାନ ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବ ବୋଲି ପ୍ରତିଶୃତି ଦେଉଛୁ। ତାଲିବାନୀ ନେତା କହିଛନ୍ତି, “ଆମେ ବାରମ୍ବାର କହିରଖୁଛୁ ଯେ, କାବୁଲରେ କାମ କରିବାକୁ ଥିବା ସମସ୍ତ ରାଷ୍ଟ୍ରଦୂତମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଆମେ ପ୍ରତିଶୃତିବଦ୍ଧ ଅଟୁ। ଏହା ଆମର ପ୍ରମୁଖ କର୍ତ୍ତବ୍ୟ ଏବଂ ଏହାକୁ ନିଶ୍ଚୟ ନିଭାଇବୁ। ବର୍ତ୍ତମାନ କାବୁଲରେ କାମ କରୁଥିବା କିଛି ରାଷ୍ଟ୍ରର ଦୂତାବାସର ଅଧିକାରୀମାନଙ୍କୁ ଆମେ ସୁରକ୍ଷା ଦେଇ ଆସୁଛୁ। ଭାରତ ଯଦି ତାର ଦୂତାବାସ ତାଲିବାନରେ ଖୋଲେ ତେବେ,ତାକୁ ମଧ୍ୟ ସମାନ ସୁରକ୍ଷା ପ୍ରଦୋନ କରାଯିବ ବୋଲି କହିଛନ୍ତି ବରିଷ୍ଠ ତାଲିବାନୀ ନେତା।
ସେ କହିଛନ୍ତି, “ଯଦି ଭାରତ ତାର ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ କିମ୍ବା ନୂତନ ପଦକ୍ଷେପ ନେବାକୁ ଚାହିଁବ, ତେବେ ସେମାନେ ଭାରତକୁ ଏନେଇ ସ୍ବାଗତ କରିବେ। କେବଳ ଏତିକି ନୁହେଁ ଭାରତ କିନ୍ତୁ ଆଫଗାନିସ୍ତାନର ପୂର୍ବ ଶାସକ ମାନଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ ବୋଲି କହିଛନ୍ତି ତାଲିବାନୀ ନେତା। ସୂଚନା ଥାଉକି ୨୦୨୧ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିନକୁ ନେବା ପରଠାରୁ ବିଶ୍ବ ସମୁଦାୟରେ ମିଶି ଏକ ସ୍ବୟଂସମ୍ପୁର୍ଣ୍ଣ ରାଷ୍ଟ୍ର ଗଠନ କରିବାକୁ ଚାହୁଁଥିବା ବେଳେ ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇପାରିନାହିଁ। ବରଂ ବିଭିନ୍ନ ଦେଶ ସହିତ ସମସ୍ତ ପ୍ରକାର ସମ୍ପର୍କ ସ୍ଥାପନ କରିବାକୁ ଚାହଁଥିଲେ ବି ତାର କାର୍ଯ୍ୟକଳାପକୁ ନଜରରେ ରଖି ତାଲିବାନ ଠାରୁ ଦୂରେଇ ରହୁଛନ୍ତି ବିଭିନ୍ନ ରାଷ୍ଟ୍ର।