ନୂଆଦିଲ୍ଲୀ – ଶ୍ରୀଲଙ୍କା ଉପକୂଳ ନିକଟରେ ଇରାନୀ ଯୁଦ୍ଧ ଜାହାଜ ଆଇଆରଆଇଏସ୍ ଦେନା ଉପର ଆମରିକାର ଆକ୍ରମଣ ଓ ପୁଣି ଏହାକୁ ବୁଡ଼ିବାକୁ ନେଇ ପାକିସ୍ତାନ ଅଲଗା ହିଁ ପ୍ରୋପାଗେଣ୍ଡା ଆରମ୍ଭ କରି ଦେଇ ଥିଲା। ପାକିସ୍ତାନ ଆଧାରିତ ନେଟୱର୍କ ସୋସିଆଲ ମିଡ଼ିଆରେ ଭାରତ ବିରୋଧରେ ଜାଲ ବିଛାଇ ଥିଲା ଏବଂ ବଦନାମ କରିବାକୁ ଚେଷ୍ଟା କରିଥିଲା। ସେ କହିଥିଲା ଭାରତ ହିଁ ଆମେରିକାକୁ ଏହି ସୂଚନା ଦେଇଥିଲା , ଯେଉଁଥିରେ ସେ ଇରାନୀ ଯୁଦ୍ଧ ଜାହାଜକୁ ଟାର୍ଗେଟ୍ କରିଥିଲା। ହେଲେ ଯେବେ ଏହି ପୂରା ମାମଲାକୁ ଯାଞ୍ଚ କରାଗଲା ତ ସବୁ କଥା ସାମ୍ନାକୁ ଆସିଯାଇଛି। ପାକିସ୍ତାନୀ ଆଇଏସଆଇ ଓ ଏହାସହ ଜଡିତ ଲୋକେ ଏହାପରି ମିଛ ତଥ୍ୟର ପ୍ରସାର କରିବା ଅଭିଯାନ ଆରମ୍ଭ କରିଥିଲେ।
ସୂଚନା ଆଧାରରେ ୪ ମାର୍ଚ୍ଚରେ ଶ୍ରୀଲଙ୍କା ଉପକୂଳରେ ଆମେରିକା ଆଇଆରଆଇଏସ ଦେନା ଉପରେ ଆକ୍ରମଣ କରି ଦେଇ ଥିଲା। ଏହାପରେ ଏହି ସିପ୍ ବୁଡ଼ି ଯାଇ ଥିଲା। ଏବେ ଏହାପରେ ସୋସିଆଲ ମିଡ଼ିଆରେ ଏକ ନାରେଟିଭ୍ ଗଢା ଯାଇଥିଲା ଯେ, ଭାରତ ହିଁ ଆମେରିକାକୁ ସମ୍ୱେଦନଶୀଳ ସୂଚନା ଦେଇଥିଲା। ପରେ ଜଣାପଡ଼ିଲା ଯେ, ଏହି ସୂଚନା କେବଳ ମିଛ ଥିଲା ଏବଂ ପାକିସ୍ତାନ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରୁ ହିଁ ଏହିପରି କଥା ପ୍ରସାର କରାଯାଉ ଥିଲା। OSINT ଗ୍ରୁପ୍ ଜାଣିବାକୁ ପାଇଥିଲା ଯେ, ୪ ମାର୍ଚ୍ଚରେ ହିଁ @TacticalTribun ନାମକ ଆକାଉଣ୍ଟରୁ ଏହିପରି ପୋଷ୍ଟ ସେୟାର କରାଯାଇ ଥିଲା।
ଏହାପରେ ଏହି ଆକାଉଣ୍ଟରୁ ଏମିତି ସବୁ କଥାକୁ ପ୍ରଚାର କରାଗଲା , ଯେଉଁଥିରେ ୪୦ ପ୍ରତିଶତ ପାକିସ୍ତାନୀ ଥିଲେ। ଏହା ବ୍ୟତୀତ ଏଥିରେ ଏମିତି ସବୁ ଲୋକ ଥିଲେ,ଯେଉଁମାନେ ଯେକୌଣସି ପ୍ରକାରେ ପାକିସ୍ତାନ ସହ ସଂପୃକ୍ତ ଥିଲେ। ୧୦୦ଟି ଆକାଉଣ୍ଟରୁ ପ୍ରାୟ ୫୦୦ଟି ପୋଷ୍ଟ ଏହିପରି କରାଯାଇ ଥିଲା। ଏହି କଥାକୁ ଭାଇରାଲ କରେଇବା ପାଇଁ ପୂରା ଚେଷ୍ଟା କରାଯାଇ ଥିଲା। ଓପେନ ସୋର୍ସ ଇଣ୍ଟେଲିଜେନ୍ସ ଆସେସମେଣ୍ଟ ମୁତାବିକ , ଘଟଣାର ତିନିରୁ ୬ ଘଣ୍ଟା ଭିତରେ ହିଁ ଏହିପରି ସୂଚନା ସେୟାର କରିବା ଲୋକେ ଆକ୍ଟିଭ୍ ହୋଇ ଯାଇ ଥିଲେ। ଏହାପରେ ହ୍ୟାଶଟ୍ୟାଗ୍ ଆରମ୍ଭ କରାଯାଇ ଥିଲା। ୮୦ ୟୁଜର ଏହାକୁ ପ୍ରସାର କରିବାରେ ଲାଗି ଗଲେ। ଏହାପରେ ଆଇଆରଆଇଏସ୍ ଦେନାର ଫଟୋ ସହ ପୋଷ୍ଟ ସେୟାରିଂ ଆରମ୍ଭ ହୋଇଗଲା।
ଆହୁରି ମଧ୍ୟ ପଢନ୍ତୁ :ତୈଳ ଦର ଉପରେ ଇରାନ ଯୁଦ୍ଧର ପ୍ରଥମ ପ୍ରଭାବ , ଦୁଇ ଟଙ୍କାରୁ ଅଧିକ ମହଙ୍ଗା ହେଲା ପ୍ରିମିୟମ ପେଟ୍ରୋଲ