ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଦିନିକିଆ ଏବଂ ଟେଷ୍ଟ ସିରିଜ୍ ଉଭୟ ଗିଲଙ୍କ ଅଧିନାୟକତ୍ବ ଖେଳିବ ଭାରତ । ଟେଷ୍ଟରେ କେ.ଏଲ ରାହୁଲ ଉପଅଧିନାୟକ ପଦ ସମ୍ଭାଳୁଥିବାବେଳେ ଦିନିକିଆରେ ଶ୍ରେୟସ ଆୟାର ଉପଅଧିନାୟକ ପଦ ସମ୍ଭାଳିବେ ।
🚨 News 🚨
— BCCI (@BCCI) May 19, 2026
Presenting #TeamIndia's squads for the @IDFCFIRSTBank Test match and the 3️⃣-match ODI series against Afghanistan in June 🙌#INDvAFG pic.twitter.com/hFiABALLld
ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ ପାଇଁ ଦ୍ରୁତ ବୋଲର ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଏହାସହ ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଖେଳିବାର ସୁଯୋଗ ମିଳିନାହିଁ ।
ଦିନିକିଆରେ ମୋଟ ୫ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଏଥିରେ ସେହିମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ଆଇପିଏଲ୍ରେ ପ୍ରଦର୍ଶନ ଭଲ କରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଏହି ଶୃଙ୍ଖଳାରେ ମୋଟ ୫ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଟେଷ୍ଟ ଟିମ୍ରେ ମାନବ ସୁଥାର, ଗୁରନୂର ବ୍ରାର ଏବଂ ହର୍ଷ ଦୁବେଙ୍କୁ ନୂଆ ଖେଳାଳି ଭାବେ ସୁଯୋଗ ମିଳିଛି। ଦିନିକିଆରେ ପ୍ରିନ୍ସ ଯାଦବ ଏବଂ ଗୁରନୂର ବ୍ରାର୍ ଙ୍କୁ ଚୟନକର୍ତ୍ତାମାନେ ସାମିଲ କରିଛନ୍ତି । ଚୟନକର୍ତ୍ତାଙ୍କ ଲକ୍ଷ୍ୟ ଭାରତର ଭବିଷ୍ୟତ ଟିମ୍କୁ ଗଠନ କରିବା।
ଟେଷ୍ଟ ଦଳ
ଶୁଭମନ ଗିଲ୍ (କ୍ୟାପଟେନ), ଯଶସ୍ୱୀ ଜୟସ୍ବାଲ, କେ.ଏଲ୍ ରାହୁଲ (ଉପ-କ୍ୟାପଟେନ), ସାଇ ସୁଦର୍ଶନ, ରିଷଭ ପନ୍ତ, ଦେବଦତ୍ତ ପାଡିକ୍କଲ, ନିତିଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଦ କୃଷ୍ଣା, ମନଭ ସୁଥାର, ଗୁରୁନୁର ବରାଡ, ହର୍ଷ ଦୁବେ ଓ ଧ୍ରୁବ ଜୁରେଲ୍ଦିନିକିଆ ଦଳ
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ନିତିଶ ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ପ୍ରସିଦ୍ଦ କୃଷ୍ଣା, ଗୁରନୁର ବାରଡ ଓ ହର୍ଷ ଦୁବେ