PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବାଲେଶ୍ବରରେ କୁଇକ୍ ଆକ୍ସନ୍ ମିଶାଇଲର ସଫଳ ପରୀକ୍ଷଣ

ବାଲେଶ୍ବର,୧୩/ ୧୧: ଶୁକ୍ରବାର ଡିଆରଡିଓ ପକ୍ଷରୁ ଆଉ ଏକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ବର ଚାନ୍ଦୀପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହିତ ଭୂମିରୁ ଆକାଶକୁ ଭେଦ କରିପାରୁଥିବା କୁଇକ୍‌ ଆକ୍ସନ ମିଶାଇଲର ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଶୁକ୍ରବାର ଦିନ ଅପରାହ୍ନ ୩ଟା ୫୦ ମିନିଟରେ କରାଯାଇଥିଲା। ଏହା ପୂର୍ବରୁ ଗତ ମାସରେ ଡିଆରଡିଓ ଦ୍ବାରା ବିକଶିତ ନାଗ୍‌ ଆଣ୍ଟି ଟେକ୍‌ ଗାଇଡେଡ୍‌ ମିଶାଇଲ ପରୀକ୍ଷଣ ହୋଇଥିଲା।

ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଲରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପ୍ରାୟ ତିରିଶ କିଲୋମିଟର ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ କରିପାରିବ। ଏହାର ବେଗ ଶବ୍ଦର ବେଗଠାରୁ ୪.୭ ଅଧିକ। ଏହି ମିସାଇଲର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ୍‌ ୪ ତାରିଖରେ କରାଯାଇଥିଲା। ଏହି ମିଶାଇଲର ପରୀକ୍ଷଣ ଏପରି ସମୟରେ କରାଯାଇଛି ଯେତେବଳେ କି ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ସଫଳତାର ସହ ପରୀକ୍ଷଣ ପରେ ବର୍ତ୍ତମାନ ଏହି ମିଶାଇଲ ଭାରତୀୟ ସେନାକରେ ସାମିଲ ହେବାକୁ ପ୍ରସ୍ତୁତ। ଡିଆରଡିଓର ଅଧିକାରୀ ମାନେ କହିଛନ୍ତି ଯେ, ଭାରତ ଆଜି ଡିଆରଡିଓ ଦ୍ବାରା ବିକଶିତ ନାଗ ଏଣ୍ଟି ଟେକ୍‌ ଗାଇଜେଡ୍‌ ମିଶାଇଲ ସଫଲତାର ସହିତ ପରୀକ୍ଷଣ କରିଛି।