ନୂଆଦିଲ୍ଲୀ,୧୭/୦୨; ଭାରତ ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି । ଚଳିତ ମାସରେ ଭାର ସମୁଦ୍ରରେ ୩ ତୈଳ ଜାହାଜ ଜବତ କରିଛି । ଭାରତ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ଅଞ୍ଚଳରେ ବଡ ତେଲ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି । ଭାରତୀୟ ତଟରକ୍ଷା ବାହିନୀ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି । ଗତ ଫେବ୍ରୁଆରୀ ୫ ହୋଇଥିବା ଅପରେସନରେ ଏହିସବୁ ଜାହାଜକୁ ଜବତ କରାଯାଇଛି । ଜବତ ତେଲ ଟ୍ୟାଙ୍କରଗୁଡ଼ିକ ଇରାନର ବୋଲି କୁହାଯାଉଛି । ଅନ୍ୟ ଦିଗରେ ଏସବୁରେ ଇରାନର କୌଣସି ସମ୍ପର୍କ ନଥିବା ତେହରାନ ପ୍ରକାଶ କରିଛି । ଜାହାଜ ଗୁଡ଼ିକ ଆମେରିକା ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକ ଅଧୀନରେ ଥିଲା । ଏହି ଘଟଣା ଏପରି ସମୟରେ ହୋଇଛି ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଯାହା ଶୁଳ୍କ ଯୋଗୁଁ ତିକ୍ତ ହୋଇଯାଇଥିଲା । ଏବେ ତାହା ସୁଧୁରିବା ଆରମ୍ଭ ହୋଇଛି । ଆମେରିକା ଭାରତ ଉପରେ ଲାଗୁ କରିଥିବା ଟାରିଫକୁ ୧୮ ପ୍ରତିଶତକୁ ହ୍ରାସ କରିଛି ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତ ଇରାନର ୩ଟି ଜାହାଜ ଜବତ କରିଛି । ଯାହା ଉପରେ ଆମେରିକା ପ୍ରତିବନ୍ଧକ ଲାଗିଛି । ଅବୈଧ ବାଣିଜ୍ୟକୁ ରୋକିବା ପାଇଁ ସାମୁଦ୍ରିକ ନଜ ମଧ୍ୟ ରଛିଚି । ଭାରତର ଲକ୍ଷ୍ୟ ହେଉଛି ଜାହାଜ ସ୍ଥାନାନ୍ତରକୁ ରୋକିବା ଯାହା ପ୍ରାୟ ତେଲର ଉତ୍ସକୁ ଲୁଚାଇବାକୁ ପାଇଁ କରାଯାଏ । ଜବତ ୩ଟି ଟ୍ଯାଙ୍କରକୁ ଷ୍ଟେଲାର ରୁବି, ଆସଫାଲ୍ଟ ଷ୍ଟାର ଏବଂ ଅଲ ଜାଫଜିଆ ବୋଲି ଚିହ୍ନଟ କରାଯାଇଛି ।
ଏହା ବି ପଢନ୍ତୁ...ବାଂଲାଦେଶରେ ଆଜିଠୁ ନୂଆ ସରକାର; ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ତାରିକ୍ ରହମାନ, ସମାରୋହରେ ସାମିଲ ହେବେ ଓମ୍ ବିର୍ଲା
ମୁମ୍ବାଇରୁ ଧରାପଡ଼ିଲା- ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଭାରତ ଦ୍ୱାରା ଜବତ ୩ଟି ଟ୍ୟାଙ୍କର କମ୍ପାନୀ ସହିତ କୌଣସି ସମ୍ପର୍କ ନଥିଲା କହିଛି ଇରାନ । କୁହାଯାଇଛି ଯେ କାର୍ଗୋ କିମ୍ବା କମ୍ପାନୀ ସହିତ ଜଡ଼ିତ ନୁହେଁ । ଭାରତୀୟ ଅଧିକାରୀ ଫେବୃଆରୀ ୬ରେ ୩ଟି ଡଙ୍ଗା ବିଷୟରେ ପୋଷ୍ଟ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଡିଲିଟି କରିଥିଲେ । ତିନୋଟି ଜାହାଜକୁ ମୁମ୍ବାଇରୁ ପ୍ରାୟ ୧୦୦ କିଲୋମିଟର ନୌଟିକାଲ ମାଇଲ୍ସ ଦୂରରେ ଅଟକ ରଖାଯାଇଛି । ଏହି ସବୁ ଜାହାଜରୁ ତେଲ ଅନ୍ୟ ଜାହାଜକୁ ପଠାଯାଉଥିଲା । ବିଭିନ୍ନ ଟେକନୋଲୋଜି ଦ୍ୱାରା କିଛି ଜାହାଜ ଏକାଠି ହୋଇଥିବା ଖବର ଆସିଥିଲା । ଏହାପରେ ଚଢଉ କରାଯାଇ ଆକ୍ସନ ନିଆଯାଇଥିବା ତଟରକ୍ଷୀ ବାହିନୀ କହିଛି ।
ଆହୁରି ମଧ୍ୟ ଜଣାପଡିଛି ଯେ, ଜାହାଜରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି । ଏହାସହ ଚାଳକ ଦଳଙ୍କୁ ପଚରାଉଚରା କରାଯାଉଛି । ପ୍ରାରମ୍ଭିକ ତଦନ୍ତରୁ ଏହି କାରବାର ବିଭିନ୍ନ ଦେଶ ଦ୍ୱାରା ସଞ୍ଚାଳିତ ହେଉଥିବା ଜଣାପଡିଛି । ଏହାଦ୍ୱାରା ଶସ୍ତା ତେଲକୁ ସମୁଦ୍ର ମାଧ୍ୟମରେ ଅନ୍ୟ ଜାହାଜକୁ ଟ୍ରାନ୍ସଫର୍ କରାଯାଏ । ଭାରତୀୟ ତଟରକ୍ଷୀ ବାହିନୀ ତାର ସାମୁଦ୍ରିକ ଅଞ୍ଚରେ ହାଇ ଆଲର୍ଟରେ ରହିଛି । ପ୍ରାୟ ୫୫ ଜାହାଜ ଏବଂ ୧୦ରୁ ୧୨ ବିମାନ ମୁତୟନ କରିଛି । ଗତବର୍ଷ ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ (ଏଫଏସି) କହିଛି ୩ଟି ଜାହଜକୁ ନିଷିଦ୍ଧ କରାଯାଇଛି । ସେମାନଙ୍କ ଆଇଏମଓ ସଂଖ୍ୟା ଭାରତ ଦ୍ୱାରା ଜବତ କରାଯାଇଥିବା ଜାହାଜ ସହି ମେଳ ଖାଉଛି ।
ଗ୍ଲୋବାଲ ପିସ୍, ଚିଲ୍ ୧ ଏବଂ ଗ୍ଲୋରୀ ଷ୍ଟାର ୧ ଉପରେ ଆମେରିକାର କଟକଣା ଲାଗୁ ହୋଇଛି । ଏଲଏସଇଜି ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ୩ଟି ଜାହଜ ମଧ୍ୟରୁ ୨ଟି ଇରାନ ସହିତ ଜଡ଼ିତ । ଅଲ୍ ଜାଫଜିଆ ୨୦୨୫ ମସିହାରେ ଇରାନରୁ ଜିବୋଟିକୁ ତେଲ ପରିବହନ କରିଥିଲା । ଏବଂ ଷ୍ଟେଲାର ରୁବି ଏକ ଇରାନୀ ପତାକା ଉଡାଇଥିଲେ । ରିପୋର୍ଟ ଅନୁଯାୟୀ ଆସଫାଲ୍ଟ ଷ୍ଟାର ପ୍ରାୟତଃ ଚୀନ ଚାରିପାଖରେ ଭ୍ରମଣ କରୁଛି ।