ନୂଆଦିଲ୍ଲୀ,୨୮/୦୫: ଭାରତୀୟ ନୌସେନାକୁ ଖୁବ୍‌ଶୀଘ୍ର ଏକ ନୂଆ ସାମରିକ ଅସ୍ତ୍ର, ସ୍ୱଦେଶୀ ମାଇନ୍ କାଉଣ୍ଟର ମେଜର ବେସେଲ୍ସ (ଏମ୍‌ସିଏମ୍‌ଭି) ମିଳିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟ ୪୪,୦୦୦ କୋଟି ଟଙ୍କା ବ୍ୟୟରେ ୧୨ଟି ଏପରି ଜାହାଜ ନିର୍ମାଣ କରିବାକୁ ଯୋଜନା କରୁଛି, ଯାହା ପାଣି ତଳେ ଲୁଚି ରହିଥିବା ଶତ୍ରୁର ବାରୁଦ ସୁଡ଼ଙ୍ଗକୁ ଚିହ୍ନଟ କରି ନଷ୍ଟ କରିପାରିବ। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ରୁ ଖୁବ୍‌ଶୀଘ୍ର ଅନୁମୋଦନ ମିଳିପାରେ।

'ଣ ରହିଛି ଏହାର ପ୍ରମୁଖ ବୈଶିଷ୍ଟ୍ୟ?

ଏମ୍‌ସିଏମ୍‌ଭି ଅର୍ଥାତ୍ ମାଇନ୍ କାଉଣ୍ଟର ମେଜର ଭେସେଲ୍ ଏକ ସ୍ୱତନ୍ତ୍ର ପ୍ରକାରର ନୌସେନା ଜାହାଜ, ଯାହା ସମୁଦ୍ର ତଳେ ଲୁଚି ରହିଥିବା ଲ୍ୟାଣ୍ଡମାଇନ୍ ଚିହ୍ନଟ ଏବଂ ଏହାକୁ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି।

* ଏହି ଜାହାଜଗୁଡ଼ିକ ପ୍ରାୟ ୬୦ ମିଟର ଲମ୍ବ ଏବଂ ୧୦୦୦ ଟନ୍ ପର୍ଯ୍ୟନ୍ତ ଓଜନର ହୋଇଥାଏ

* ଯଦିଓ ଏଗୁଡ଼ିକ ପାରମ୍ପରିକ ଯୁଦ୍ଧଜାହାଜ ତୁଳନାରେ ଛୋଟ ଦେଖାଯାଇପାରେଯୁଦ୍ଧ ସମୟରେ ଏଗୁଡ଼ିକର ଭୂମିକା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ବିଶ୍ବାସ ରହିଛି

* ଏହି ଜାହାଜଗୁଡ଼ିକରେ ଆଡ୍‌ଭାନ୍ସ ସୋନାରରୋବୋଟିକ୍ ଉପକରଣ ଏବଂ ଅଣ-ଚୂମ୍ବକୀୟ ସାମଗ୍ରୀ ବା ନନ୍‌ ମ୍ୟାଗ୍ନେଟିକ ମ୍ୟାଟେରିଆଲ ବ୍ୟବହାର କରାଯିବଯାହା ଫଳରେ ଶତ୍ରୁର ମାଇନ୍ ଏହି ଜାହାଜଗୁଡ଼ିକୁ ଟ୍ରିଗର କରିପାରିବ ନାହିଁ।

ବର୍ତ୍ତମାନ ଭାରତ ପାଖରେ ନାହିଁ ଗୋଟିଏ ମଧ୍ୟ ଏମ୍‌ସିଏମ୍‌ଭି:

ଭାରତୀୟ ନୌସେନାରେ ବର୍ତ୍ତମାନ ଗୋଟିଏ ବି ମାଇନସ୍ବିପର ନାହିଁ। ପୁରୁଣା ମାଇନସ୍ପିପରଗୁଡ଼ିକୁ ବହୁ ବର୍ଷ ପୂର୍ବରୁ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ, ଏହି ପ୍ରକଳ୍ପ କେବଳ ରଣନୈତିକ ଦୃଷ୍ଟିକୋଣରୁ ନୁହେଁ ବରଂ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଚୀନ୍ ଏବଂ ପାକିସ୍ତାନର ଦ୍ରୁତ ଗତିରେ ବଢ଼ୁଥିବା ନୌସେନା ଶକ୍ତି ଭାରତ ପାଇଁ ଏକ ନିରନ୍ତର ରଣନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରାଛି। ଚୀନ୍ ନିରନ୍ତର ତାର ନୌସେନା କ୍ଷେତ୍ରକୁ ବିସ୍ତାର କରୁଛି ଏବଂ ପାକିସ୍ତାନ ମଧ୍ୟ ସମୁଦ୍ରରେ ବୁଡ଼ାଜାହାଜ ଏବଂ ଆଧୁନିକ ଜାହାଜର ସଂଖ୍ୟା ବୃଦ୍ଧି କରୁଛି। ଏପରି ପରିସ୍ଥିତିରେ, ଭାରତକୁ ତାର ଉପକୂଳ, ବନ୍ଦର ଏବଂ ସମୁଦ୍ର ମାର୍ଗକୁ ସୁରକ୍ଷା ଦେବା ପାଇଁ ଏମ୍‌ସିଏମ୍‌ଭି ଭଳି ସମ୍ବଳର ଅତ୍ୟନ୍ତ ଆବଶ୍ୟକତା ରହିଛି।

ସାତ ବର୍ଷ ପରେ ମିଳିବ ପ୍ରଥମ ଡେଲିଭରୀ:

ଏହି ପ୍ରକଳ୍ପ ନୂଆ ନୁହେଁ। ଏହା ୨୦୦୫ ମସିହାରେ ଆରମ୍ଭ ହୋଇଥିଲା, କିନ୍ତୁ ବୈଷୟିକ ଏବଂ ମୂଲ୍ୟ ସମ୍ବନ୍ଧୀୟ ବିବାଦ ଯୋଗୁଁ ୨୦୧୭-୧୮ ରେ ଏହାକୁ ବାତିଲ କରାଯାଇଥିଲା। ଏବେ ଏହାକୁ ପୁନଃଆରମ୍ଭ କରାଯାଉଛି, କିନ୍ତୁ ସୂତ୍ର ଅନୁସାରେ, ପ୍ରଥମ ଏମ୍‌ସିଏମ୍‌ଭିର ବିତରଣ ପାଇଁ ୭ ରୁ ୮ ବର୍ଷ ସମୟ ଲାଗିପାରେ।