ନୂଆଦିଲ୍ଲୀ : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି( ଟ୍ରେଡ୍ ଡିଲ୍) ଉପରେ ଫାଇନାଲ ମୋହର ଲାଗିପାରେ। ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ସଙ୍କେତ ଦେଇଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଏବେ ପୂରା ହେବାର ସ୍ଥିତିରେ ପହଞ୍ଚିଛି। ହେଲେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏକ ବ୍ୟାପକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପାଇଁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ ପଡ଼ିପାରେ।

ସରକାରଙ୍କ ଧ୍ୟାନ ଏବେ ସନ୍ତୁଳିତ ବାଣିଜ୍ୟ ଉପରେ ରହିଛି। ଏହାର ଅର୍ଥ ଏହା ଯେ, ଭାରତ ଚାହୁଁଛି ଯେ, ବାଣିଜ୍ୟର ନିୟମ ଏପରି ହେଉ, ଯେଉଁଥିରେ ଉଭୟ ପକ୍ଷକୁ ସମାନ ଫାଇଦା ମିଳିବ। ଶୁଳ୍କ (ଟାରିଫ) ଅର୍ଥାତ୍ ଆମଦାନୀ ଶୁକ୍ଳ ଉପରେ ଚାଲିଥିବା ବିବାଦ ସମ୍ପର୍କରେ, ସଚିବ କହିଛନ୍ତି ଯେ, ମୁଖ୍ୟ ପ୍ରସଙ୍ଗ ସାମଗ୍ରୀ (ଗୁଡ୍ସ)ର ଶ୍ରେଣୀରେ ରହିଛି ଏବଂ ଏହାର ସମାଧାନ ପାଇଁ ପ୍ରୟାସ ଚାଲିଛି। ହେଲେ ସେ କୌଣସି ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନାହାନ୍ତି , କିନ୍ତୁ ଆଶା ପ୍ରକାଶ କରିଛନ୍ତି ଯେ ଏହା ଶୀଘ୍ର ହେବାକୁ ଯାଉଛି। ଦେଶର ଆର୍ଥିକ ସ୍ଥିତି ପାଇଁ ଏହି ଖବର ଏକ ଆଶ୍ୱସ୍ତିକର ମନେହୁଏ।

ବିଶ୍ୱ ସ୍ତରରେ ଚାଲିଥିବା ଆର୍ଥିକ ଅସ୍ଥିରତା ସତ୍ତ୍ୱେ, ଭାରତର ଅଭିବୃଦ୍ଧି ହାର ପ୍ରାୟ ୭ ପ୍ରତିଶତ ପାଖାପାଖି ଦୃଢ ଭାବେ ରହିଛି। ସରକାର ଚଳିତ ଆର୍ଥିକ ବର୍ଷରେ ୮୫୦ ବିଲିୟନ ଡଲାରରୁ ଅଧିକ ରପ୍ତାନିର ଲକ୍ଷ୍ୟ ରଖିଛନ୍ତି। ସାଧାରଣ ଲୋକ ଓ କୃଷକମାନଙ୍କ ପାଇଁ ଖୁସି ଖବର ଏହା ଯେ, ଆମେରିକା ନିକଟରେ ଭାରତର ୨୦୦କୁ ଅଧିକ କୃଷି ଓ ଖାଦ୍ୟ ଉତ୍ପାଦକୁ ବର୍ଦ୍ଧିତ ଶୁଳ୍କରୁ ମୁକ୍ତ କରିଛି। ଏହା ସିଧା ଫାଇଦା ଚା, କଫି, ମସଲା, ବାଦାମ ଏବଂ ପ୍ରୋସେସ୍ଡ ଫୁଡ୍‌ର ବ୍ୟବସାୟୀମାନଙ୍କୁ ମିଳିବ।

ଯେତେବେଳେ ଏହି ଉତ୍ପାଦଗୁଡ଼ିକ ଉପରେ ଟ୍ୟାକ୍ସ କମ୍ ଲାଗିବ , ତ ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀଗୁଡ଼ିକ ଶସ୍ତାରେ ବିକ୍ରି ହେବ ଓ ଚାହିଦା ବୃଦ୍ଧି ପାଇବ,ଯାହାର ଲାଭ ଶେଷରେ ଭାରତୀୟ ଚାଷୀ ଏବଂ ଉତ୍ପାଦକମାନଙ୍କୁ ମିଳିବ। ଆର୍ଥିକ ସର୍ଭେ ୨୦୨୫-୨୬ ମଧ୍ୟ ବିଶ୍ୱାସ କରେ ଯେ ,ଆମେରିକା ସହ ଡିଲ୍ ହେବା ଦ୍ୱାରା ବାହ୍ୟ ବାଣିଜ୍ୟ ମୋର୍ଚ୍ଚାରେ ଅନିଶ୍ଚିତତା ହ୍ରାସ ପାଇବ।