ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

‘ଅପରେସନ୍ ସିନ୍ଦୂର’ରେ ଭାରତ କରିଥିଲା ଡମି ବିମାନର ବ୍ୟବହାର, ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଦେଇଥିଲା ଚକମା

Published By : Prameya | May 17, 2025 6:56 PM

ନୂଆଦିଲ୍ଲୀ,୧୭।୫: ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ପରେ ପୁରା ଦେଶରେ ବଢିଥିଲା ଉତ୍ତେଜନା।  ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଚାରିଆଡୁ ହୋଇଥିଲା ଦାବି। ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୂର’। ଏହା ଦ୍ବାରା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ସ୍ଥିତ ୯ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରି କଡା ଜବାବ ଦେଇଥିଲା। ଏହି ଅପରେସନ୍‌ରେ ଭାରତୀୟ ବାୟୁସେନା  ନିଜର ନିଜର ମାରକ କ୍ଷମତାକୁ ପ୍ରଦର୍ଶିତ କରିଥିଲା। କିନ୍ତୁ ଏହା ସହ ଭାରତୀୟ ସେନାର ସଠିକ ଯୋଜନା ମଧ୍ୟ ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଥିଲା।

ଏନ୍ଆଇଏର ରିପୋର୍ଟ ଅନୁସାରେ, ସେନାର ପ୍ରତିରକ୍ଷା ସୁତ୍ରର କହିବା ଅନୁସାରେ, ଅପରେସନ୍ ସିନ୍ଦୁର ବେଳେ ଭାରତୀୟ ବାୟୁସେନା ଚୀନ୍ ଦ୍ବାରା ନିର୍ମିତ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଥିଲା। ଏଥିପାଇଁ ଫାଇଟର ଜେଟ୍ ଭଳି ଦେଖାଯାଉଥିବା ଡମି ବିମାନକୁ ବ୍ୟବହାର କରିଥିଲା। ୭ ମଇରେ ଆତଙ୍କୀ ଆଡ୍ଡାକୁ ଯେତେବେଳେ ଟାର୍ଗେଟ କରିଥିଲେ, ପାକିସ୍ତାନ ପକ୍ଷରୁ ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା ହୋଇଥିଲା। ଭାରତୀୟ ସେନା ଏହାର ଜବାବ୍ ସମ୍ପୂର୍ଣ୍ଣ ଭାବରେ ଚତୁରତାର ସହ କରିଥିଲା।

୯-୧୦ ମଇ ରାତିରେ ଭାରତ ପକ୍ଷରୁ ପାକିସ୍ତାନୀ ବାୟୁସେନାର ୧୨ ରୁ ୧୧ ବିମାନ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା। କିନ୍ତୁ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣର ଲହର ଆରମ୍ଭ କରିବା ପୂର୍ବରୁ ଭାରତୀୟ ବାୟୁସେନା ମାନବ ବିହୀନ ଡମି ବିମାନକୁ ପାକିସ୍ତାନର ସୀମା ନିକଟକୁ ପଠାଇଥିଲା। ଏହି କାରଣରୁ ପାକିସ୍ତାନର ରାଡାର ଆମ ପଟୁ ପଠାଯାଇଥିବା ଡମି ବିମାନକୁ ଧ୍ବଂସ କରିବାକୁ ପଳାଇ ଆସିଥିଲା। ତେବେ ପାକିସ୍ତାନ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାର ଉତ୍ତର ଏହାର ଥିଲା ଯେ, ତା’ର ଏୟାର ଡିଫେନ୍ସ ସିଷ୍ଟମ ଓ ଏଚ୍‌କ୍ୟୁ-୯ ମିସାଇଲ ସିଷ୍ଟମ ସକ୍ରିୟ ହୋଇଗଲା ଓ ଏହାଦ୍ବାରା ତା’ର ଲୋକେସନ୍ ଜଣାପଡି ଯାଇଥିଲା। ପାକିସ୍ତାନୀ ବାୟୁସେନା ନିଜର ଚୀନ୍ ଏଚ୍‌କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ, ଲଞ୍ଚର ଓ ରାଡାରର ପୁରା ସେଟ୍‌କୁ ଅଲଗା ଅଲଗା ଅଞ୍ଚଳରେ ବ୍ୟାପକ ଭାବରେ ରଖିଥିଲା। ବହୁ ସିଷ୍ଟମ ନୂଆ ନୂଆ ସ୍ଥାନରେ ମଧ୍ୟ ଲଗାଇ ଦିଆଯାଇଥିଲା। କିନ୍ତୁ ଡମି ଜେଟ୍ ବିମାନକୁ ଦେଖି ସବୁ ସକ୍ରିୟ ହୋଇଯାଇଥିଲା। ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମର ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ପାକିସ୍ତାନୀ ଏୟାରବେସ୍‌କୁ ଟାର୍ଗେଟ କରିବା ଆରମ୍ଭ କରିଥିଲା। ଭାରତ ଲମ୍ବା ଦୂରଗାମୀ ବ୍ରହ୍ମୋସ ଓ ସ୍କାଲପ୍ ମିସାଇଲର ବ୍ୟବହାର କରିଥିଲା। ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ପ୍ରାୟ ୧୫ ବ୍ରହ୍ମୋସ ମିସାଇଲ ଓ ସ୍କାଲପ୍, ରାମ୍ପେଜ୍ ଓ କ୍ରିଷ୍ଟଲ ମେଜ୍ ମିସାଇଲ ମାଡ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.