ଗ୍ରୀନ୍ ପିଚ୍ରେ ହେବ ଅହମ୍ମଦାବାଦ ଟେଷ୍ଟ ? ଦୃତ ବୋଲରଙ୍କୁ ସୁହାଇବ, ବ୍ୟାଟର ଦେବେ ଅଗ୍ନିପରୀକ୍ଷା !

ନୂଆଦିଲ୍ଲୀ,୮।୩: ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଭିତରେ ୪ଟି ମ୍ୟାଚ୍ର ଟେଷ୍ଟ ସିରିଜ୍ର ଶେଷ ଓ ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦରେ ୯ ମାର୍ଚ୍ଚରେ ଖେଳାଯିବ। ଏହି ସିରିଜ୍ରେ ଭାରତୀୟ ଟିମ୍ ୨-୧ ରେ ଆଗରେ ଅଛନ୍ତି। ଏଭଳି ସ୍ଥିତିରେ ଦୁଇଟି ଟିମ୍ ପାଇଁ ଏହି ମୁକାବିଲା ଖୁବ୍ ଖାସ୍ ରହିଛି। ବିଶେଷ ଭାବରେ ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ ଦୃଷ୍ଟିରୁ ଭାରତୀୟ ଟିମ୍ ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ।
ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲରେ ସ୍ଥାନ ପାଇବା ପାଇଁ ଭାରତୀୟ ଟିମ୍କୁ ଏହି ମ୍ୟାଚ୍ ପ୍ରତି ସ୍ଥିତିରେ ଜିତିବାକୁ ହେବ। ତେବେ ଅଷ୍ଟ୍ରେଲିଆ ଟିମ୍ ପୂର୍ବରୁ ହିଁ ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲରେ ପହଞ୍ଚି ସାରିଛି। ଯଦି ଅହମ୍ମଦାବାଦ ଟେଷ୍ଟରେ ଭାରତୀୟ ଟିମ୍ ଏହି ମ୍ୟାଚ୍ ହାରେ କିମ୍ବା ଡ୍ର ରହେ, ତେବେ ପୁଣିଥରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଶ୍ରୀଲଙ୍କାର ପରାଜୟ କିମ୍ବା ଡ୍ର ହିଁ ଭାରତକୁ ଆଗକୁ ପହଞ୍ଚାଇ ପାରିବ।
Green Top for real ???? #Ahmedabad #BGT #INDvAUS pic.twitter.com/in4261knkd
— Himanshu (@himmyrao23) March 7, 2023
ଉଲ୍ଲେଖନୀୟ ଯେ, ସିରିଜର ତୃତୀୟ ମ୍ୟାଚ୍ ଇନ୍ଦୋରରେ ହୋଇଥିଲା, ଯାହାକି ଅଢେଇ ଦିନରେ ଶେଷ ହୋଇଯାଇଥିଲା। ଏଭଳି ସ୍ଥିତିରେ ଏହି ପିଚ୍ରେ ଜୋରଦାର ସମାଲୋଚନା ହୋଇଥିଲା। କିନ୍ତୁ ଏବେ ଚତୁର୍ଥ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବାର ଅଛି। ରିପୋର୍ଟ ଅନୁସାରେ, ଏହା ଏବେ ବି ଦୁଇଟି ପିଚ୍କୁ କଭର କରିଦେଇଛି। ଅର୍ଥାତ କେଉଁ ପିଚ୍ରେ ମ୍ୟାଚ୍ ହେବ ଏହାର ଖୁଲାସା ହୋଇପାରିନି।
ଏଭଳି କିଛି ସୋସିଆଲ ମିଡିଆରେ ମଧ୍ୟ ଦାବି କରାଯାଉଛି ଓ ଦୁଇଟି ପିଚ୍ର ଫଟୋ ମଧ୍ୟ ସେୟାର କରାଯାଇଛି। ଏହି ଫଟୋରେ ପିଚ୍ରେ ଘାସ ସ୍ପଷ୍ଟ ଦେଖାଯାଉଛି। ଉଲ୍ଲେଖନୀୟ ଯେ, ପିଚ୍ରେ ଲଗାତାର ପାଣି ଦେଖାଯାଉଛି ଓ ରୋଲର ମଧ୍ୟ ଚଳାଯାଉଛି।
ରିପୋର୍ଟରେ କୁହାଯାଉଛି ଯେ, ଦୁଇଟିରୁ ଗୋଟିଏ ପିଚ୍ ଖୁବ୍ ଗ୍ରୀନ୍ ରହିଛି। ଅର୍ଥାତ ତା ଉପରେ ଖୁବ୍ ଘାସ ରହିଛି। ଏଠାରେ ମ୍ୟାଚ୍ ହୋଇପାରିବ। ଯଦି ଏଭଳି ହୁଏ, ତେବେ ଦ୍ରୁତ ବୋଲରଙ୍କ ପାଇଁ ଏହି ପିଚ୍ ଭଲ ରହିବ। ସେଭଳି ବ୍ୟାଟରଙ୍କ ପାଇଁ ଏଠାରେ ଅଗ୍ନିପରୀକ୍ଷା ଦେବାକୁ ପଡିବାରେ। ବ୍ୟାଟରଙ୍କ ଅପେକ୍ଷା ଦୃତ ବୋଲରଙ୍କୁ ଏହି ପିଚ୍ ଖୁବ୍ ସୁହାଇବ।