ନୂଆଦିଲ୍ଲୀ,୨୮/୧୨ : ମହାରଥୀ ଫେଲ୍ ମାରିଲେ । ସଙ୍କଟମୋଚକ ସାଜିଲେ ନୀତିଶ କୁମାର ରେଡ୍ଡୀ । ଖାଲି ସେତିକି ନୁହେଁ ପଦାର୍ପଣ ଶତକ ହାସଲ ସହ ମ୍ୟାଚରେ ରୋମାଞ୍ଚ ଭରିଲେ ନୀତିଶ । ବର୍ଡର- ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ତୃତୀୟ ଦିନ ଷ୍ଟମ୍ପ ଘୋଷଣା ସହ ଭାରତ ୯ ୱିକେଟ ହରାଇ ୩୫୮ ରନ କରିଛି । ଏମସିଜିରେ ମେଡେନ ଟେଷ୍ଟ ଶତକ ହାସଲ କରିଛନ୍ତି ନୀତିଶ କୁମାର ରେଡ୍ଡୀ । ୱାଶିଂଟନଙ୍କ ସୁନ୍ଦର ପାଳି ଓ ନୀତିଶଙ୍କ ଶତକ ଭାରତକୁ ମେଲବର୍ଣ୍ଣରେ ବଞ୍ଚାଇ ରଖିଛନ୍ତି । ନୀତିଶ ଅପରାଜିତ ୧୦୫ ରନ କରିଛନ୍ତି । ଘରୋଇ ଦଳ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ କରିଥିଲା । ୧୧୬ଟନ ଟ୍ରାଏଲ କରୁଛି ଟିମ୍ ଇଣ୍ଡିଆ ।
ମେଲବର୍ଣ୍ଣ ଟେଷ୍ଟ ପ୍ରଥମ ଇନିଂସର ଅଷ୍ଟ୍ରେଲିଆ ୪୭୪ ରନ କରିଥିଲା । ଦ୍ବିତୀୟ ଦିନ ଭାରତ ପ୍ରଥମ ଇନିଂସରେ ୫ଟି ୱିକେଟ ହରାଇ ୧୬୪ ରନ କରିଥିଲା । ଆଜ ତୃତୀୟ ଦିନରେ ପୁଣି ଖେଳ ଆରମ୍ଭ ହୋଇଥିଲା । ଋଷବ ପନ୍ତ ଓ ରବୀନ୍ଦ୍ର ଜାଡେଜା ପାଳିକୁ ଆଗକୁ ନେଇଥିଲେ । ୨୮ରନ କରି ନାଥମ ଲାଏଲ ବଲରେ ଆଉଟ ହୋଇଥିଲେ ଋଷବ ପନ୍ତ । ଏହାପରେ ଜାଡେଜାଙ୍କ ସାଥ ଦେଇଥିଲେ ନୀତିଶ କୁମାର ରେଡ୍ଡୀ । ମାତ୍ର କିଛି ସମୟ ପରେ ରବିନ୍ଦ୍ର ଜାଡେଜା ୧୭ରନ କରି ଲାୟନଙ୍କ ଶିକାର ହୋଇଥିଲେ । ଭାରତ ସଙ୍କଟରେ ପଡିଯାଇଥିଲା ମାତ୍ର ସଙ୍କଟମୋଚକ ସାଜିଥିଲେ ନୀତିଶ । ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ସେ ।
Stumps on Day 3 in Melbourne!#TeamIndia reach 358/9 courtesy a unbeaten maiden hundred from Nitish Kumar Reddy and a fighting fifty from Washington Sundar 👍
— BCCI (@BCCI) December 28, 2024
Updates ▶️ https://t.co/njfhCncRdL#AUSvIND pic.twitter.com/K8T2kZMsPh
ଅଷ୍ଟମ ୱିକେଟରେ ନୀତିଶ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ୧୦୦ରନର ଭାଗିଦାରୀ ହୋଇଥିଲା । ଏହାପରେ ଶତକ ହାସଲ କରିଥିଲେ ନୀତିଶ । ଏହା ତାଙ୍କ ପ୍ରଥମ ଟେଷ୍ଟ ଶତକ । ୱାଶିଂଟନ ସୁନ୍ଦର ୫୦ ରନ କରି ନାଥନଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ ଯଶପ୍ରୀତ ବୁମରା ଖାତା ଖୋଲି ନପାରି ପାଟ କମିନ୍ସଙ୍କ ବଲରେ ପାଭିଲିୟନ ଫେରିଥିଲେ । ପଦାର୍ପଣ ସେଞ୍ଚୁରୀ ହାସଲ କରିଥିବା ନୀତିଶ ୧୦୫ରନ କରି ଅପରାଜିତ ରହିଛନ୍ତି । ତୃତୀୟ ଦିନ ଷ୍ଟମ୍ପ ପ୍ରସାରଣ ସୁଦ୍ଧା ଭାରତ ୯ ୱିକେଟ ହରାଇ ୩୫୮ରନ କରିଛି । ୧୧୬ଟନ ଟ୍ରାଏଲ କରୁଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ଓ ନାଥନ ଲାୟନ, କମିନ୍ସ ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।