ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ ବିରାଟ

Published By : Ankita S | February 9, 2025 1:05 PM

କଟକ,୦୯/୦୨: ସୁପର ସନଡେରେ ସୁପର ଫାଇଟ୍ । କମ୍ପୁଛି କଟକ ଦୁଲୁକୁଛି ବାରବାଟୀ । ଇଣ୍ଡିଆ ଇଣ୍ଡିଆ ଚିୟରଅଫରେ ଫାଟିପଡୁଛି ଷ୍ଟାଡିୟମ । ଦର୍ଶକଙ୍କ ଖଚାଖଚ ଭିଡରେ ବ୍ଲୁ ବ୍ଲୁ ହୋଇଛି ବାରବାଟୀ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ପ୍ରଥମେ ବୋଲିଂ କରିବ ଭାରତ  । ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିଥିଲା ଭାରତ । ବର୍ତ୍ତମାନ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୦ ସ୍ଥିତିରେ ରହିଛି । ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ । ସେପଟେ ସିରିଜରେ ତିଷ୍ଠିବାକୁ ପ୍ରୟାସ କରିବ ବଟଲର ବାହିନୀ ।

ବାରବାଟୀରେ ଖେଳିବେନି ଯଶ୍ବସୀ ଖେଳିବେ ବିରାଟ- ଅପରାହ୍ନ ୧ଟାରେ ଟସ୍ ପଡିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବଟଲର ବାହିନୀ । ବୋଲିଂ କରିବ ଭାରତ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ଭାରତୀୟ ସ୍କ୍ବାର୍ଡକୁ ଫେରିଛନ୍ତି ବିରାଟ କୋହଲି । ଯସ୍ବସୀ ଜୈସ୍ବାଲଙ୍କ ସ୍ଥାନରେ ସାମିଲ ହୋଇଛନ୍ତି ବିରାଟ କୋହଲି । ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଖେଳି ନଥିଲେ ବିରାଟ କୋହଲି । ଆହତ ସମସ୍ୟା ପାଇଁ ପ୍ରଥମ ଦିନିକିଆ ଖେଳିନଥିଲେ । ଦ୍ବିତୀୟ ଦିନିକିଆ ଖେଳିବା ନେଇ ଅଧିକ ସମ୍ଭାବନା ଥିଲା । ଗତକାଲି ସେ ଫ୍ରାକ୍ଟିସ ମଧ୍ୟ କରିଥିଲେ । ସେହିପରି ବୋଲିଂରେ କୁଳଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି । କୁଳଦୀପଙ୍କୁ ବିଶ୍ରାମ ଦିଆଯାଇଛି । ବରୁଣ ଦିନିକିଆରେ ଡେବ୍ୟୁ କରିଛନ୍ତି । ସେପଟେ ଇଂଲଣ୍ଡ ମଧ୍ୟ ତା ଦଳରେ ୩ଟି ପରବର୍ତ୍ତନ କରିଛି । ମାର୍କ ଉଡ୍, ଜାକବ ବେଥେଲ ଓ ହ୍ୟାରୀ ବ୍ରୁକ୍ ବଟଲର ବାହିନୀରେ ସାମିଲ ହୋଇଛନ୍ତି । ବଟାବାଟୀରେ କଳାମାଟିରେ ହେବ ଜବରଦସ୍ତ ଲଢେଇ । 

ଏହା ବି ପଢନ୍ତୁ...ବାରବାଟୀ ଲଢ଼େଇ, ସତ୍ୟଜିତ୍‌ଙ୍କ ହେୟାର ଷ୍ଟାଇଲ୍‌ରେ କ୍ରିକେଟ୍‌ କ୍ରେଜ୍‌

ପୂର୍ବାହ୍ନ ୧୧ଟାରେ ଦୁଇ ଦଳର ଖେଳାଳି ଭୁବନେଶ୍ବରରୁ ବାରବାଟୀ ଅଭିମୁଖେ ବାହାରିଥିଲେ । ପ୍ରଥମେ ଇଂଲଣ୍ଡ ପରେ ଭାରତୀୟ ଟିମ୍ ପହଞ୍ଚିଥିଲେ । ଷ୍ଟାଡିୟମ ବାହାରେ ଟିମ୍ ଇଣ୍ଡିଆ ପହଞ୍ଚିବା ପରେ ଫ୍ୟାନ୍ସ ଚିୟରଅଫ କରିଥିଲେ । ଭାରତ-ଇଂଲଣ୍ଡ ମହାଲଢେଇ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଷ୍ଚାଡିୟମ ବାହାରେ ଓ ଭିତରେ ଦର୍ଶକଙ୍କ ପ୍ରବଳ ଗହଳି ହୋଇଛି । ବ୍ଲୁ ପୋଷାକ ପିନ୍ଧି ଭାରତୀୟ ଖେଳାଳିଙ୍କୁ ଚିୟରଅଫ କରିଥିଲେ ଫ୍ୟାନ୍ସ ।  ବିଶେଷ କରି ରୋହିତ ଓ କୋହଲି ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଫ୍ୟାନ୍ସ । ନାଗପୁରରେ ବିଫଳ ହୋଇଥିବା ହିଟମ୍ୟାନଙ୍କ ଶୋ ବାଟବାଟୀରେ ଦେଖିବା ଅପେକ୍ଷାରେ ଦର୍ଶକ ।

ଭାରତୀୟ ଚୂଡାନ୍ତ ଏକାଦଶ- ରୋହିତ ଶର୍ମା (ଅଧିନାୟକ), ଶୁଭମନ  ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ମହମ୍ମଦ ସାମି । 

ଇଂଲଣ୍ଡ ଚୂଡାନ୍ତ ଏକାଦଶ- ବେନ ଡକେଟ୍‌, ଫିଲପ ସଲ୍ଟ, ଜୋ ରୁଟ୍‌,  ହ୍ୟାରୀ ବ୍ରୁକ୍‌, ଜୋସ ବଟଲର (ଅଧିନାୟକ), ଲାଏମ  ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.