ନାଗପୁର,୨୧/୦୧: ବୁଧବାର ଭାରତ ଓ ନ୍ୟାଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଛି। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କିଓ୍ବି ଦଳ। ତେବେ ମଇଦାନକୁ ଓହ୍ଲାଇଥିବା ଭାରତୀୟ ବ୍ୟାଟର ମାନେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୩୮ ରନ୍ କରିଛନ୍ତି। ଦଳ ପକ୍ଷରୁ ପ୍ରଥମ ଇନିଂସରେ ପ୍ରଥମରୁ ଅଭିଶେଷ ଶର୍ମା ଏବଂ ଶେଷକୁ ରିଙ୍କୁ ସିଂହଙ୍କର ଦର୍ଶନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଅଭିଶେକ ୩୫ ବଲରେ ୫ ଚୌକା ଏବଂ ୮ ଛକା ସହିତ ୮୪ ରନ୍ର ଇନିଂସ ଖେଳିଥିବା ବେଳେ ରିଙ୍କୁ ସିଂହ ୨୦ ବଲରେ ୪ ଚୌକା ଏବଂ ୩ ଛକା ସହାୟତାରେ ୪୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୩୨, ହାର୍ଦ୍ଦିକ ପାଣ୍ଡ୍ୟା ୨୫ ଏବଂ ସଞ୍ଜୁ ସାମସନ ୧୦ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଜାକୋବ ଡଫି ଏବଂ କେଲ୍‌ ଜାମିଏସନ୍‌ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ କ୍ଳାର୍କ, ସୋଢ଼ି ଏବଂ ସାଣ୍ଟନରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ବର୍ତ୍ତମାନ ଭାରତ ଦେଇଥିବା ୨୩୯ ରନ୍‌ର ଟାର୍ଗେଟକୁ ପୂରା କରିବାକୁ ମଇଦାନକୁ ଓହ୍ଲାଇବ କିଓ୍ବି ଦଳ। 
​​​​​​​