ଅହମ୍ମଦାବାଦ, ୮/୩ : ଫାଇନାଲରେ ଦମଦାର ପ୍ରଦର୍ଶନ । ଟିମ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ କଲେ କମାଲ । ଅଭିଶେକ,ସଞ୍ଜୁ ଏବଂ ଇଶାନଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୨୫୫ ରନ କରିବାରେ ସକ୍ଷମ ହୋଇଛି । ତେବେ ନିର୍ଦ୍ଧାରିତ ଓଭର ମଧ୍ୟରେ ୨୫୬ ରନର ଲକ୍ଷ୍ୟ ବିପକ୍ଷ ଦଳକୁ ଦେଇଛି । ନ୍ୟୁଜିଲାଣ୍ଡ ଯଦି ଏହି ସ୍କୋର କଲେ ତାହେଲେ ପ୍ରଥମଥର ପାଇଁ ଚାମ୍ପିୟନ ହେବ। ଯଦି ଏହି ସ୍କୋରକୁ ଭାରତୀୟ ବୋଲରମାନେ ରଖନ୍ତି ତାହେଲେ ତୃତୀୟଥର ପାଇଁ ଚାମ୍ପିୟନ ହୋଇ ଇତିହାସ ରଚିବ ଭାରତ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଦୁଇ ଭାରତୀୟ ଓପନର ସଞ୍ଜୁ ସାମସନ ଏବଂ ଅଭିଶେକ ଶର୍ମା ଆରମ୍ଭରୁ ବିସ୍ଫୋରକ ଖେଳ ପ୍ରଦର୍ଶନ କରିଥିଲେ । ଉଭୟ ପାଓ୍ବାର ପ୍ଲେରେ ୯୨ ରନର ପାର୍ଟନରସିପ କରିବାରେ ସକ୍ଷମ ହୋଇଥିଲେ । ତେବେ ଆଜିର ମ୍ୟାଚରେ ଅଭିଶେକ ଶର୍ମା ୨୧ ବଲରୁ ୫୨, ସଞ୍ଜୁ ସାମସନ ୪୬ ବଲରୁ ୮୯ ଏବଂ ଇଶାନ କିଷନ ୨୫ ବଲରୁ ୫୪ ରନର ପାଳି ଖେଳିଥିଲେ । ତେବେ ଆଜିର ମ୍ୟାଚରେ ପ୍ଲପ ହୋଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ସେ ମାତ୍ର ଗୋଟିଏ ବଲ ଖେଳିଥିବାବେଳେ ଖାତା ଖୋଲିପାରିନାହାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୮ ରନ କରିବାରେ ସକ୍ଷମ ହୋଇଥିଲେ । ବଡ଼ ସଟ୍ ମାରିବାକୁ ଯାଇ ସେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ତେବେ ଅନ୍ତିମ ଓଭରରେ ଶିଭମ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୨୪ ରନର କେବଳ ଶେଷ ଓଭରରେ କରିଥିଲେ । ତେବେ ୮ ବଲରୁ ୨୮ ରନର ପାଳି ଖେଳି ଭାରତକୁ ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି ।
ଏହାସହ ପଢ଼ନ୍ତୁ : ଟସ୍ ହାରି ହସିଲେ ସୂର୍ଯ୍ୟ କୁମାର ଯାଦବ, ଦେଖନ୍ତୁ ହସୁଥିବା ସମୟର ଭିଡିଓ