ଥିରୁବନ୍ତପୁରମ, ୩୧/୧ : ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦। ଭ୍ରମଣକାରୀ ଦଳ ଆଗରେ ବିଶାଳ ସ୍କୋରର ଲକ୍ଷ୍ୟ । ଭାରତ ୨୭୧ ରନ କରିଥିବାବେଳେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ରନ ୨୭୨ କରିବାକୁ ପଡ଼ିବ । ଭାରତ ପକ୍ଷରୁ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ଅଭିଶେକ ଶର୍ମା । ସେ ୧୬ ବଲରୁ ୩୦ ରନ କରିଥିବାବେଳେ ଇଶାନ କିଶାନ ଶତକୀୟ ପାଳି ଖେଳିଛନ୍ତି । ସେ ୪୩ ବଲରୁ ୧୦୩ ରନ କରିଛନ୍ତି । ଯେଉଁଥିରେ ୬ ଚୌକା ସହ ୧୦ ଛକା ରହିଛି । ସେପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୦ ବଲରୁ ୬୩ ରନ କରିଛନ୍ତି । ଶେଷ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପାଳି ଖେଳିଛନ୍ତି । ସେ ୧୭ ବଲରେ ୪୨ ରନ କରିଛନ୍ତି । ସେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଅନ୍ତିମ ଟି-୨୦ରେ ମଧ୍ୟ ଫ୍ଲପ ହୋଇଛନ୍ତି ସଞ୍ଜୁ ସାମସନ । ସେ ମାତ୍ର ୬ ରନ୍ କରିଛନ୍ତି । ଟି-୨୦ ବିଶ୍ବକପ ପୂର୍ବରୁ ଏଭଳି ପ୍ରଦର୍ଶନ ତାଙ୍କ ଉପରେ ପ୍ରଭାବ ପକାଇଛି ନିଶ୍ଚୟ ।
ଏହାସହ ପଢ଼ନ୍ତୁ : ସ୍ବାମୀଙ୍କ ସ୍ଥାନ ନେଲେ, ତଥାପି ସୁନେତ୍ରାଙ୍କୁ ମିଳିଲାନି ଅର୍ଥ ବିଭାଗ