ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୁନେରେ ‘ଟର୍ଣ୍ଣିଂ ଟ୍ରାକ୍‌’: ସ୍ପିନରଙ୍କୁ ସହାୟତା କରିବ କଳା ମାଟି ପିଚ୍‌, ନିର୍ଣ୍ଣାୟକ ହେବ ଟସ୍

Published By : Prameya | October 22, 2024 9:22 AM

ପୁନେ,୨୨/୧୦: ଦୀର୍ଘ ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ । ବେଙ୍ଗାଲୁରୁରେ ଉଭୟ ପାଗ ଓ ପିଚ୍‌ର ଭରପୁର  ଫାଇଦା ଉଠାଇ ଭ୍ରମଣକାରୀ ଦଳ ୮ ୱିକେଟ୍‌ରେ  ବିଜୟ ହାସଲ କରିଥିଲା । ଭାରତ ବର୍ତ୍ତମାନ  ପ୍ରତ୍ୟାବର୍ତ୍ତନ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଫଳରେ ବାକି ଦୁଇଟି ଯାକ ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ  ହେବା ନିଶ୍ଚିତ । ପୁନେ ଓ ମୁମ୍ବାଇରେ ଶେଷ ୨ଟି  ଯାକ ଟେଷ୍ଟ ଖେଳାଯିବ । ଏଥର ଘରୋଇ ଦଳର  ସ୍ପିନରଙ୍କୁ ଭରପୁର ଫାଇଦା ଯୋଗାଇବା ଭଳି ପିଚ୍‌  ପ୍ରସ୍ତୁତ କରାଯାଇଛି । ଆଜି ଭାରତୀୟ ଦଳ ପୁନେରେ  ପହଞ୍ଚିଛି ଓ ମଙ୍ଗଳବାରଠୁ ଅଭ୍ୟାସ ଆରମ୍ଭ ହେବ ।  ନଆ କରି ଦଳରେ ସ୍ଥାନ ପାଇଥିବା ୱାସିଂଟନ ସୁନ୍ଦର  ଫୋକସ୍‌ରେ ରହିବେ।

ମନ୍ଥର ରହିବ ପୁନେ ପିଚ୍‌  

ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଅଧିନସ୍ଥ  ପୁନେ ଗ୍ରାଉଣ୍ଡର ପିଚ୍‌କୁ ଏବେଠୁ ଲଣ୍ଡା କରାଯାଇଛି ।  କଳା ମାଟିରେ ପ୍ରସ୍ତୁତ ହୋଇଛି ପିଚ୍‌ । ଫଳରେ  ଦ୍ୱିତୀୟ ଦିବସ ଅପରାହ୍ଣରୁ ସ୍ପିନରମାନେ ପିଚ୍‌ରୁ  ଫାଇଦା ପାଇବେ । ସମୟ କ୍ରମେ ବଲ୍‌ ଅପେକ୍ଷାକୃତ  ଅଧିକ ଟର୍ଣ୍ଣ ହେବ । ମାତ୍ର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌  ଭଳି ବଲ୍‌ ବାଉନ୍ସ ହେବ ନାହିଁ । ବେଙ୍ଗାଲୁରୁରେ  ବର୍ଷା ଯୋଗୁଁ ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା  କରିଥିଲା । ରୋହିତ ଟସ୍‌ ଜିତି ବ୍ୟାଟିଂ ନେବା  ଫଳରେ ନ୍ୟୁଜିଲାଣ୍ଡ ପେସ ବୋଲରମାନେ କୋହଲା  ପାଗର ଫାଇଦା ଉଠାଇବାରେ ସଫଳ ହୋଇଥିଲେ । 

ପୁନେରେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ  କରିପାରେ । ପ୍ରଥମ ଦିବସର ପ୍ରଥମ ଅଧିବେଶନରେ  ପେସ୍‌ ବୋଲରମାନେ ପିଚ୍‌ରୁ ସୁଇଂ ପାଇପାରନ୍ତି ।  ଅପରାହ୍ଣରେ ପୁରୁଣା ବଲ୍‌ ରିଭର୍ସ ସୁଇଂ କରିବ ।  ଚତୁର୍ଥ ଓ ପଞ୍ଚମ ଦିବସରେ ବ୍ୟାଟିଂ କଷ୍ଟକର ହେବ ।  ଫଳରେ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା  ଏକ ପ୍ରକାର ନିଶ୍ଚିତ । 

୩ସ୍ପିନର ଖେଳିବା ନିଶ୍ଚିତ

ପ୍ରଥମ ଟେଷ୍ଟ ଭଳି ପୁନେରେ ମଧ୍ୟ ଭାରତ  ୩ଜଣ ସ୍ପିନର ନେଇ ଖେଳିବା ନିଶ୍ଚିତ । ଦଳରେ  ୪ଜଣ ସ୍ପିନର(ରବି ଅଶ୍ୱିନ, ରବିନ୍ଦ୍ର ଜାଡେଜା,  କୁଲଦୀପ ଯାଦବ, ଅକ୍ଷର ପଟେଲ) ରହିଥିବାବେଳେ  ପଞ୍ଚମ ସ୍ପିନର ଭାବେ ୱାସିଂଟନ ସୁନ୍ଦରଙ୍କୁ ଡାକରା  ମିଳିଛି । ଏହା ପଛର ପ୍ରକୃତ ରହସ୍ୟ ଜଣା  ପଡ଼ି ନଥିଲେ ହେଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦର  ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଦେଖା  ଦେଇଛି । କାରଣ ନ୍ୟୁଜିଲାଣ୍ଡ ଟପ୍‌ ଅର୍ଡରରେ ୩ଜଣ  ବାମ ହାତି ବ୍ୟାଟର ରହିଛନ୍ତି । ୱାସିଂଟନ ସୁନ୍ଦର  ପାରମ୍ପରିକ ଅଫ ସ୍ପିନ୍‌ ବୋଲର ହୋଇଥିଲେ ହେଁ  ପ୍ରତ୍ୟେକ ପିଚରେ ସେ ବଲ୍‌କୁ ଅତିରିକ୍ତ ବାଉନ୍ସ  କରାଇବାର କ୍ଷମତା ରଖିଛନ୍ତି ।  ଗତ ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ  ସୁନ୍ଦର ୧୫୨ ରନ୍‌ର ଇନିଂସ ଖେଳିଥିଲେ । ତେଣୁ  ନିମ୍ନ ଭାଗରେ ତାଙ୍କ ବ୍ୟାଟିଂ ମଧ୍ୟ ଦଳ ପାଇଁ ସହାୟକ  ହେବ ବୋଲି ଆଶା କରାଯାଉଛି । 

ପୁନେରେ ତୃତୀୟ ଟେଷ୍ଟ 

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ  ତୃତୀୟ ଟେଷ୍ଟ ଆୟୋଜନ କରିବାକୁ ଯାଉଛି ।  ୨୦୧୬/୧୭ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର  ପ୍ରଥମ ମ୍ୟାଚ ପୁନେକୁ ମିଳିଥିଲା । ଏହି ମ୍ୟାଚ  ମାତ୍ର ୩ ଦିନ ମଧ୍ୟରେ ଶେଷ ହୋଇଥିଲା ଓ ଭାରତ  ୩୩୩ ରନ୍‌ରେ ପରାଜିତ ହୋଇଥିଲା । ସ୍ପିନରମାନେ  ମୋଟ୍‌ ୩୧ଟି ୱିକେଟ୍‌ ଅକ୍ତିଆର କରିଥିଲେ ଓ  ଏଥିରୁ ଅଷ୍ଟ୍ରେଲିଆର ଷ୍ଟିଭ ଓ’କିଫ ୧୨ଟି ୱିକେଟ୍‌  ନେଇଥିଲେ। ପରେ ଆଇସିସି ମ୍ୟାଚ୍‌ ରେଫରୀ  ପୁନେ ପିଚ୍‌କୁ ‘ଦୁର୍ବଳ’ ମାନ୍ୟତା ଦେଇଥିଲେ ।  

୨୦୧୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଟେଷ୍ଟ ଅନୁଷ୍ଠିତ ହୋଇଥିଲା ।  ବିରାଟ କୋହଲି ଦ୍ୱିଶତକ ଅର୍ଜନ କରିଥିଲେ ଓ  ଭାରତ ଇନିଂସ ବିଜୟ ହାସଲ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.