ନୂଆଦିଲ୍ଲୀ, ୧୨/୩ : ଦ୍ବିତୀୟଥର ପାଇଁ ଦିନିକିଆ ବିଶ୍ବକପରେ ଭାରତ ୨୦୧୧ ମସିହାରେ ହାତେଇଥିଲା ଟ୍ରଫି । ଶ୍ରୀଲଙ୍କାକୁ ହରାଇ ରଚିଥିଲା ଇତିହାସ । ତେବେ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଭାରତର ହୋଇଥିଲା କଡ଼ା ଟକ୍କର । ୨୯ ରନରେ ପାକିସ୍ତାନକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା ଧୋନୀ ବାହିନୀ । ତେବେ ପାକିସ୍ତାନ ଟିମ୍ ଦମଦାର ଫର୍ମରେ ଥାଇ ମଧ୍ୟ କାହିଁକି ହାରିଲା ? ଏହାର ବଡ଼ କାରଣ କହିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ । ପାକିସ୍ତାନର ଏକ ଟିଭି ଶୋ’ରେ ଅତିଥୀ ଭାବେ ଯୋଗ ଦେଇ ବଡ଼ ଖୁଲାସା କରିଛନ୍ତି ।
ପାକିସ୍ତାନ ଏହି ମ୍ୟାଚରେ ଏକ ଦୃଢ଼ ସ୍ଥିତିରେ ଥିଲା । ଭାରତ ୨୬୦ ରନ୍ କରିଥିବାବେଳେ ୨୬୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଆମର ଦୁଇ ଓପନର ଭଲ ଫର୍ମରେ ନଜର ଆସିଥିଲେ । କମରାନ ଆକମଲ ଏବଂ ମହମ୍ମଦ ହାଫିଜ୍ ଭଲ ଆରମ୍ଭ କରିଥିଲେ । ଆମ ଦଳ କୌଣସି ଓ୍ବିକେଟ୍ ନହରାଇ ୯୦ ରନ୍ କରିଥିଲା । ଅଧିନାୟକ ଭାବେ ମୁଁ ବିଜୟ ହେବା ନିଶ୍ଚିତ ଭାବିଥିଲି । ମାତ୍ର ପ୍ରଥମ ଓ୍ବିକେଟ୍ ପଡ଼ିବା ପରେ ମୋହାଲିରେ ଦର୍ଶକମାନେ ଏଭଳି ହୋଇଥିଲେ କି, ଆମର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଭାରତୀୟ ଦର୍ଶକ ନିଜ ଦଳକୁ ଏଭଳି ସପୋର୍ଟ କରିଥିଲେ ଆଉ ଉତ୍ସାହିତ ହୋଇ ଏତେ କୋଳାହଳ କରିଥିଲେ କି ଆମ ଖେଳାଳିଙ୍କ ଉପରେ ପ୍ରଭାବ ପକାଇଥିଲା ।
ମୋହାଲିରେ ଦର୍ଶକଙ୍କ ଉତ୍ସାହ ଦେଖି ଆମ ବ୍ୟାଟ୍ସମ୍ୟାନମାନେ ନର୍ଭସ ହୋଇଯାଇଥିଲେ । ପ୍ରତ୍ୟେକ ବଲ ଖେଳିବା ଆମ ପାଇଁ କଷ୍ଟ ହୋଇଯାଇଥିଲା । ଏହାସହ ବ୍ୟାଟିଂ ଯିବାକୁ ମଧ୍ୟ ଦଳର ବ୍ୟାଟ୍ସମ୍ୟାନମାନେ ଡରି ଯାଇଥିଲେ । ମୁଁ ଆଜି ମଧ୍ୟ ଏହା କହିବାକୁ ଚାହେଁ ଯେ ଦର୍ଶକଙ୍କଠାରୁ ମିଳିଥିବା ଭଲ ପାଇବା ପାଇଁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲା । ଆଉ ଆମ ଖେଳାଳିମାନେ ଚାପରେ ପଡ଼ି ଜିତିବା ମ୍ୟାଚକୁ ହାତଛଡ଼ା କରିଥିଲା । ସେପଟେ ନିକଟରେ ଭାରତ ଟି-୨୦ ବିଶ୍ବକପ ଜିତିଥିବାବେଳେ ଆଫ୍ରିଦ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ପ୍ରଂଶସା ମଧ୍ୟ କରିଛନ୍ତି ।
ଏହାସହ ପଢ଼ନ୍ତୁ : ବିଗ୍ ବି’ଙ୍କ ଏହି ବନ୍ଧୁ କିଏ ? ଯାହାଙ୍କ ପାଇଁ ପୋଷ୍ଟ କଲେ ଦୁଃଖଭରା କାହାଣୀ....