ନୂଆଦିଲ୍ଲୀ ; ୧୯/୧ : ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ଯେବେ ପଡ଼ିଆରେ ମୁକାବିଲା କରନ୍ତି ସେବେ ସମସ୍ତଙ୍କ ନଜର ରହିଥାଏ । କ୍ରିକେଟରେ ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟ ଏବଂ ଏସିଆ କପରେ ଭେଟାଭେଟି ହେଉଛନ୍ତି । ଏହି ମ୍ୟାଚକୁ ଦେଖିବାକୁ ବିଶ୍ବର ଫ୍ୟାନ୍ସମାନେ ଚାହିଁ ରହିଥାନ୍ତି । ଆଗକୁ ଅର୍ଥାତ ଫେବୃଆରୀ ୧୫ ତାରିଖରେ ଟି-୨୦ ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲା ହେବାକୁ ଯାଉଛି । ଯେଉଁ ମ୍ୟାଚ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ତେବେ ଏହାରି ଭିତରେ ଆଉ ଏକ ଖବର ମିଳିଛି ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ କ୍ରିକେଟ ମ୍ୟାଚ ଖେଳିଯିବ ।
ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଯାଉଛି । ଯେଉଁଥିରେ ଭାରତୀୟ ମହିଳା ଦଳର ଏ ଟିମକୁ ପାକିସ୍ତାନର ଏ ଟିମ୍ ଭେଟିବାକୁ ଯାଉଛି । ତେବେ ଏହି ମ୍ୟାଚଟି ମଧ୍ୟ ଫେବୃଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଏହି ସୂଚୀ ପ୍ରକାଶ ପାଇଛି । ଫେବୃଆରୀ ୧୩ରୁ ଆରମ୍ଭ ହୋଇ ଏହି ମ୍ୟାଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଥାଇଲାଣ୍ଡ ଏବଂ ବ୍ୟାଙ୍କକ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ଭାରତ- ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଥିବାବେଳେ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବାକୁ ଯାଉଛି । ବ୍ୟାଙ୍କରେ ଏହି ମ୍ୟାଚଟି ଅନୁଷ୍ଠିତ ହେବାକୁ ଥିବାବେଳେ ବିଜୟ ଆଶାରେ ରହିଛନ୍ତି ଭାରତୀୟ ପ୍ରଂଶସକ ।