PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

IND vs SA T20: ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟରେ ଧରାସାୟୀ

Image Courtesy: Cricbuzz

ଥିରୁଅନନ୍ତପୁରମ,୨୮/୦୯: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ହୋଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଛି। ଟି ୨୦ ବିଶ୍ବକପ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ଟି-୨୦ ସିରିଜ ଖେଳାଯାଇଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୦୬ ରନ୍‌ କରିଥିବା ବେଳେ ଭାରତ ମାତ୍ର ୧୬ ଓଭର ୪ଟି ବଲରେ ୨ ଓ୍ବିକେଟ ହରାଇ ୧୧୦ରନ୍‌ କରି ଜିତିଥିଲା।

ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ପ୍ରଥମ ମ୍ୟାଚ୍ ବୁୁୁଧବାର ଥିରୁଅନନ୍ତପୁରମରେ ଖେଳାଯାଇଥିଲା। ୩୩ ବଲରେ ୫୦ ରନ୍ ଏବଂ କେ.ଏଲ୍ ରାହୁଲ ୫୬ଟି ବଲରେ ୫୧ ରନ କରି ଅପରାଜିତ ରହିଥିଲୋ। ଏହି ବିଜୟ ସହିତ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୨ରେ ଗୌହାଟୀର ବରସାପରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

ଟାର୍ଗେଟ୍‌କୁ ପିଛା କରି ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ତୃତୀୟ ଓଭର ଚାଲିଥିବା ବେଳେ ରୋହିତ ଶର୍ମାଙ୍କୁ କାଗିସୋ ରାବଡ଼ା ଆଉଟ୍ କରିଦେଇଥିଲେ। ସେହିପରି ୭ ଓଭର ବେଳକୁ ବିରାଟ କୋହଲିଙ୍କ ୱିକେଟ୍ ଯାଇଥିଲା। ସେ ୯ ବଲ୍ ଖେଳି ମାତ୍ର ୩ ରନ୍ କରିଥିବା ବେଳେ ଏନରିକ୍ ନୋର୍ଟଜେ ତାଙ୍କୁ ଆଉଟ କରିଥିଲେ। ୬ ଓଭର ବେଳକୁ ଭାରତ ମାତ୍ର ୧୭ ରନ୍ କରି ଦୁଇ ୱିକେଟ୍ ହରାଇ ସାରିଥିଲା।

କୋହଲିଙ୍କ ୱିକେଟ୍ ଯିବା ପରେ ତୃତୀୟ ୱିକେଟ୍ ପାଇଁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଲଗାତର ବାଉଣ୍ଡ୍ରୀ ଲଗାଇ ରନ୍‌କୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କେ ଏଲ୍ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ଜାରି ରଖିଥିବା ବେଳେ ୧୦ ଓଭର ବେଳକୁ ଦଳର ସ୍କୋର ୨ ୱିକେଟ୍ ବିନିମୟରେ ୪୭ ହୋଇଥିଲା। ମ୍ୟାଚ୍‌ ଜିତିବାକୁ ୬୦ ବଲ୍‌ରେ ୬୦ ରନ୍‌ର ଆବଶ୍ୟକତା ପଡ଼ୁଥିଲା। ଗୋଟିଏ ପଟେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିବାକୁ ଚେଷ୍ଟା କରୁଥିବା ବେଳେ ରାହୁଲ ରକ୍ଷଣାତ୍ମକ ଶୈଳୀରେ ଖେଳ ଜାରି ରଖିଥିଲେ। ୧୫ ଓଭର ବେଳକୁ ଭାରତ ୯୧ ରନ୍ ସଂଗ୍ରହ କରିପାରି ଥିଲା। ଶେଷ ବେଳକୁ ଉଭୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧ ଶତକ ହାସଲ କରିଥିବା ବେଳେ ରାହୁଲ ଛକ୍କା ମାରି ମ୍ୟାଚ୍ ଜିତାଇଥିଲେ।

ସମ୍ବନ୍ଧିତ ଖବର