ନୂଆଦିଲ୍ଲୀ,୧୦/୧୧: ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଟି୨୦ ମ୍ୟାଚ ଖେଳାଯିବ । ସୁପର ସନଣ୍ଡେରେ ହେବ ସୁପର ମୁକାବିଲା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ୬୧ ରନରେ ଜିତି ୧-୦ରେ ଆଗୁଆ ରହିଛି । ଆଜି ଦ୍ବିତୀୟ ମ୍ୟାଚ ଜିତିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟସେନା । ତେବେ ଆଜି ଜଣେ ନୂଆ ଚେହେରା ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ତେବେ କିଏ ସେହି ଧୁରନ୍ଧର ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ଏହି ଧୁରନ୍ଧର କରିବେ ଟି୨୦ ଡେବ୍ୟୁ- ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୨୦ ନେଇ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ପ୍ରଥମ ମ୍ୟାଚରେ ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ ଚମତ୍କାର ବୋଲିଂ କରିଥିଲେ । ଦୁହେଁ ୩ଟି ଲେଖାଏଁ ୱିକେଟ ନେଇଥିଲେ । ତେବେ ଆଜି ମ୍ୟାଚରେ ବାମହାତୀ ବୋଲର ୟଶ ଧୂଳଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ଫଳରେ ଅଭେଷ ଖାନ ଖେଳି ନପାରନ୍ତି । ପ୍ରଥମ ଟି୨୦ରେ ଅଭେଷ ୨ଟି ୱିକେଟ ନେଇଥିଲେ ବି ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତାଙ୍କ ସ୍ଥାନରେ ୟଶ ଧୂଳଙ୍କୁ ସୁଯୋଗ ମିଳିପାରେ ।
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ
ମୋଟ ମ୍ୟାଚ-୨୮
ଦକ୍ଷିଣ ଆଫ୍ରିକା ବିଜୟ-୧୬
ଭାରତର ବିଜୟ-୧୧
ଡ୍ର-୧
ଦକ୍ଷିଣ ଆଫ୍ରିକାରେ ଭାରତର ଟି୦ ରେକର୍ଡ
ମୋଟ ମ୍ୟାଚ-୧୬
ବିଜୟ -୧୧
ଏହି ଟି୨୦ ସିରିଜରେ ଭିଭିଏସ ଲକ୍ଷ୍ମଣଙ୍କ କାନ୍ଧରେ କୋଚିଂ କମାଣ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୪ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ୧-୦ରେ ଆଗୁଆ ରହିଛି ସୂର୍ଯ୍ୟସେନା ।