PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୨୦୨୩ରେ ଏହି ଦେଶରେ ହେବ ଆଗାମୀ ବିଶ୍ବକପ୍,ଭାରତୀୟ ଟିମ୍ ପାଖରେ ରହିଛି ଜିତିବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୧୫।୭: ବିଶ୍ବକପ ୨୦୧୯ ର ବିଜେତା ହୋଇଛି ଇଂଲଣ୍ଡ। ଲଡର୍ସରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ ଡ୍ର ହେବା ପରେ ମଧ୍ୟ ଛକା-ଚୌକାର ରେକର୍ଡ ଦେଖି ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଏହା ପୂର୍ବରୁ ସେମିଫାଇନାଲରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାଜିତ ହୋଇ ବିଶ୍ବକପରୁ ବାହାର ହୋଇଯାଇଥିଲା ଓ ଭାରତୀୟ କ୍ରିକେଟ ଫ୍ୟାନଙ୍କ ବିଶ୍ବକପ ଜିତିବାର ସ୍ବପ୍ନ ଭାଙ୍ଗିଯାଇଥିଲା।

କିନ୍ତୁ ପୁଣିଥରେ ୨୦୨୩ରେ ଭାରତୀୟ ଟିମ ପାଖରେ ବିଶ୍ବକପ ଜିତିବାର ସୁଯୋଗ ରହିଛି। କାରଣ ଆଗାମୀ ବିଶ୍ବକପର ଆୟୋଜକ ହେଉଛି ଭାରତ ଓ ଏହି ଟୁର୍ଣ୍ଣାମେଣ୍ଟ ସମ୍ପୂର୍ଣ୍ଣ ଭାବରେ ଭାରତରେ ଆୟୋଜିତ ହେବ ଅନ୍ୟ କୌଣସି ଦେଶରେ ଗୋଟିଏ ମଧ୍ୟ ମ୍ୟାଚ ହେବ ନାହିଁ।

ଭାରତର ପୂର୍ବରୁ ବିଶ୍ବକପକୁ ୩ ଥର (୧୯୮୭,୧୯୯୬ ଓ ୨୦୧୧)ରେ ଆୟୋଜନ କରିସାରିଛି। କିନ୍ତୁ ପ୍ରତିଥର ଭାରତ ନିଜର ପଡୋଶୀ ଦେଶଙ୍କ ସହିତ ମିଶି ଏହାର ଆୟୋଜନ କରୁଥିଲା। କିନ୍ତୁ ବିଶ୍ବକପ ୨୦୨୩ରେ ଭାରତ ଏକାକୀ ଏହି ବିଶ୍ବକପର ଆୟୋଜକ ହେବ।

ଏହା ପୁରୁଷ ବିଶ୍ବକପର ୧୩ତମ ସଂସ୍କରଣ ହୋଇଥିବା ବେଳେ ୨୦୨୩ରେ ଭାରତରେ ଖେଳାଯିବ। ୧୯୮୩ ଓ ୨୦୧୧ ବିଶ୍ବକପ ଭାରତ ଜିତି ସାରିଛି। ୧୯୮୩ରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ କପିଲ ଦେବଙ୍କ ଅଧିନାୟକତ୍ବରେ ପ୍ରଥମ ଥର ଭାରତ ବିଶ୍ବକପ ଜିତିଥିଲା। ଅନ୍ୟପକ୍ଷେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ ୨୮ ବର୍ଷ ପରେ ଦ୍ବିତୀୟ ଥର ବିଶ୍ବକପ ଜିତିଥିଲା।

ସମ୍ବନ୍ଧିତ ଖବର