PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅଟ୍ଟାରୀ ସୀମାରେ ପାକିସ୍ତାନୀ ପତାକାଠାରୁ ୧୮ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇବ ଭାରତ

Image Courtesy: Hindustan

ନୂଆଦିଲ୍ଲୀ,୦୬/୧୦: ସୀମାନ୍ତରେ ପାକିସ୍ତାନ ପତାକା ଠାରୁ ୧୮ ଫୁଟ ଉଚ୍ଚରେ ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା। ଅଟ୍ଟାରୀ ବର୍ଡରରେ ଉଡ଼ିବ ଦେଶର ସବୁଠାରୁ ଉଚ୍ଚ ତ୍ରିରଙ୍ଗା। ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଛି। ତ୍ରିରଙ୍ଗାର ଉଚ୍ଚତା ରହିବ ୪୧୮ ଫୁଟ। ଏନଏଚଏଆଇ ର ଜଣେ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଏହି ଯୋଜନାକୁ ନେଇ ଟେଣ୍ଡର ପ୍ରକ୍ରିୟା ସରିବା ପରେ ଜଣେ ଠିକାଦାରଙ୍କୁ କାମରେ ରଖାଯାଇଛି।

ବର୍ତ୍ତମାନ ଏହି ତ୍ରିରଙ୍ଗାର ଉଚ୍ଚତା ୩୬୦ ଫୁଟ ରହିଛି। ୨୦୧୭ରେ ଏହାକୁ ୩ କୋଟି ୫୦ ଲକ୍ଷ ଟଙ୍କାରେ ସ୍ଥାପନା କରାଯାଇଥିଲା। ସେହି ବର୍ଷ ଅଗଷ୍ଟରେ ପାକିସ୍ତାନ ମଧ୍ୟ ଓ୍ବାଘା ବର୍ଡରରେ ୪୦୦ ଫୁଟର ପତାକା ସ୍ଥାପନା କରିଥିଲା।  ଭାରତର ନୂଆ ତ୍ରିରଙ୍ଗା ପାକିସ୍ତାନି ପତାକା ତୁଳନାରେ ବର୍ତ୍ତମାନ ୧୮ ଫୁଟ ଉଚ୍ଚରେ ରହିବ।

ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣର ଜଣେ ଅଧିକାରୀଙ୍କ କହିଛନ୍ତି, “ଆମେ ଟେଣ୍ଡର ପାଇଁ ଅନୁମତି ଦେଇସାରିଛୁ ଏବଂ ପତାକା ସ୍ଥାପନ କାମ ୧୫ ରୁ ୨୦ ଦିନ ମଧ୍ୟରେ ଆରମ୍ଭ ହେବ। ତେବେ ପତାକାଟିକୁ କେଉଁଠି ସ୍ଥାପନା କରାଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, କିନ୍ତୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ମିଳିତ ଚେକ୍ ପୋଷ୍ଟ (ଜେସିପି) ର ପରିଦର୍ଶକ ଗ୍ୟାଲେରୀର ପାଖାପାଖି ସ୍ଥାପନ ହେବାର ସମ୍ଭାବନା ରହିଛି। ଗ୍ୟାଲେରୀ ବିଲ୍ଡିଂର ଉଚ୍ଚତା ହେତୁ ବିଟିଂ ରିଟ୍ରିଟ ସମାରୋହ ଦେଖିବାକୁ ଆସୁଥିବା ଲୋକଙ୍କୁ ତ୍ରିରଙ୍ଗା ପତାକା ସଠିକ୍ ଭାବରେ ଦେଖାଯାଉନଥିଲା। ନୂତନ ପତାକା ଲଗାଯିବା ପରେ ଏ ବାବଦରେ ନିଷ୍ପତ୍ତି ନିଆଯାଇପାରେ। ଏକ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର