PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୨ୟ ଟି-ଟ୍ବେଣ୍ଟି: ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ପରେ ବୋଲରଙ୍କ ଘାତକ ବୋଲିଂ, ୬୫ ରନରେ ହାରିଲା ନ୍ୟୁଜିଲାଣ୍ଡ

ଓଭାଲ ୨୦/ ୧୧: ପ୍ରଥମେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଏବଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚକୁ ସହଜରେ ଜିତିନେଇଛି ଭାରତ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୯୧ ରନ । ଜବାବରେ ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୨୬ ରନ କରିବାକୁ ସକ୍ଷମ ହୋଇଛି । ଯାହା ଫଳରେ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟିକୁ ୬୫ ରନରେ ଜିତିନେଇଛି ଟିମ୍‌ ଇଣ୍ଡିଆ ।

୧୯୨ ରନ ବିଜୟଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡର ଓପନର ଫିନ୍‌ ଆଲେନ ଫେଲ୍‌ ମାରିଥିଲେ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ସେ । ପରେ ଡେଭୋନ୍‌ କୋନଓ୍ବେ ଏବଂ ଅଧିନାୟକ କେନ୍‌ ଓ୍ବିଲିୟମସନ ଦଳକୁ ଭଲ ପାର୍ଟନରସିପ୍‌ ଦେଇଥିଲେ । କୋନଓ୍ବେ ବ୍ୟକ୍ତିଗତ ଭାବେ ୨୫ ରନ କରି ଆଉଟ ହୋଇଥିଲେ। ସେହିଭଳି ଅଧିନାୟକ ଓ୍ବିଲିୟମସନ ୬୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବେ ମଧ୍ୟ ଦଳକୁ ବିଜୟୀ କରିବାରେ ବିଫଳ ହୋଇଛନ୍ତି । ଗ୍ଲେନ୍‌ ଫିଲିପ୍ସ ୧୨ରନ କରି ଆଉଟ ହୋଇଥିବା ବେଳେ, ଡାରିଲ୍‌ ମିଚେଲ ୧୦ରନ, ଜେମସ୍‌ ନିଶାମ ୦ରନ, ମିଚେଲ ସାଣ୍ଟନର ୨ରନ, ଆଡାମ ମିଲନେ ୬ରନ, ଇସ୍‌ ସୋଧୀ ୧ରନ, ଟିମ୍‌ ସାଉଦୀ ୦ରନ କରି ଆଉଟ ହୋଇଛନ୍ତି । ଲୁକି ଫର୍ଗ୍ୟୁସନ୍‌ ୧ ରନ କରି ନଟଆଉଟ ଅଛନ୍ତି ।

ଭାରତ ପକ୍ଷରୁ ଦୀପକ ହୁଡ୍ଡା ଚମତ୍କାର ବୋଲିଂ କରି ସର୍ବାଧିକ ୪ଟି ଓ୍ବିକେଟ ନେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ୨.୫ ଓଭରରେ ମାତ୍ର ୧୦ରନ ଦେଇ ୪ଟି ଓ୍ବିକେଟ ନେଇଥିବା ବେଳେ ଭୁବନେଶ୍ବର କୁମାର ୩ ଓଭରରେ ୧୨ରନ ଦେଇ ଗୋଟିଏ ଓ୍ବିକେଟ, ଅର୍ଶଦୀପ ସିଂହ ୩ ଓଭରରେ ୨୯ରନ, ମହମ୍ମଦ ସିରାଜ ୪ ଓଭରରେ ୨୪ ରନ ଦେଇ ୨ ଓ୍ବିକେଟ, ଓ୍ବାଶିଂଟନ ସୁନ୍ଦର ୨ ଓଭରରେ ୨୪ ରନ ୧ ଓ୍ବିକେଟ ଏବଂ ଯୁଜବେନ୍ଦ୍ର ଚହଲ ୪ ଓଭରରେ ୨୬ରନ ଦେଇ ୨ ଟି ଓ୍ବିକେଟ ନେଇଛନ୍ତି ।

ମ୍ୟାଚ୍‌ ସାରାଂଶ

ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ଭାରତର ଦୁଇ ଓପନର ଇଶାନ କିଷନ ୩୧ ବଲରୁ ୩୬ ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ପନ୍ତ ପୁଣି ୬ରନ କରି ଫେଲ୍‌ ମାରିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଚିରାଚରିତ ଢଙ୍ଗରେ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ । ସ୍କାଏ ବ୍ୟକ୍ତିଗତ ଭାବେ ୫୧ ବଲରୁ ୧୧ଟି ଚୌକା ଏବଂ ୭ଟି ଛକା ସହାୟତାରେ ୧୧୧ରନ କରି ଅପରାଜିତ ଥିଲେ । ସେହିଭଳି ଶ୍ରେୟସ ଆୟର ୧୩ରନ, ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ୧୩ ରନ, ଓ୍ବାଶିଂଟନ ସୁନ୍ଦର ଓ ଦୀପକ ହୁଡ୍ଡା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଭୁବନେଶ୍ବର କୁମାର ୧ରନ କରି ନଟଆଉଟ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦି ୩୪ ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଲୁକି ଫର୍ଗ୍ୟୁସନ ୪୯ ରନ ଦେଇ ଦୁଇଟି ଏବଂ ଇସ୍‌ ସୋଧୀ ୩୫ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର