PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ବାଲାକୋଟ୍ ଆକ୍ରମଣ: ୮୦ ପ୍ରତିଶତ ବୋମା ଟାର୍ଗେଟ ଧ୍ବଂସ କରିଛି, ଉପଗ୍ରହ ଫଟୋ ଓ ଦସ୍ତାବିଜ ଦାଖଲର ପ୍ରମାଣ ଦେଲା ବାୟୁସେନା

ନୂଆଦିଳ୍ଲୀ,୭।୩: ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରି ଜୈସ୍‌ ଆତଙ୍କବାଦୀ ସଂଗଠନର ଯେଉଁ ଶିବିରକୁ ଧ୍ବଂସ କରିଥିଲା ସେ ସଂକ୍ରାନ୍ତ ଉପଗ୍ରହ ଫଟୋ ଆଜି ସରକାରଙ୍କୁ ପ୍ରଦାନ କରିଛି। କେତେକ ବିଦେଶୀ ଗଣମାଧ୍ୟମ ଏବଂ ପାକିସ୍ତାନ ସରକାର ବିମାନ ଆକ୍ରମଣ ଆଦୌ ସଫଳ ହୋଇନାହିଁ ବୋଲି କହିବା ପରେ ବାୟୁସେନା ଏ ବାବଦରେ ପ୍ରମାଣ ସରକାରଙ୍କୁ ଦେଇଛି।

 ଏହି ଆକ୍ରମଣରେ ଭାରତୀୟ ବାୟୁସେନା ସ୍ପାଇସ୍‌-୨୦୦୦ ବୋମା ବ୍ୟବହାର କରିଥିଲା ଯାହାକି ଛାତ କଣା କରି ଭିତରେ ପଶିଥାଏ ଏବଂ ବିସ୍ଫୋରଣ ଘଟାଇଥାଏ। ବାୟୁସେନାର ଟାର୍ଗେଟ୍‌ କିଭଳି ନଷ୍ଟ ହୋଇଥିବା ସେ ବାବଦ ଫଟୋ ଏବଂ କେତେକ ଗୋପନୀୟ ସୂଚନା ସମ୍ବଳିତ ୧୨ ପୃଷ୍ଠାର ଦସ୍ତାବିଜ ମଧ୍ୟ ସରକାରଙ୍କୁ ଦିଆଯାଇଛି। ଭାରତୀୟ ବାୟୁସେନା ବ୍ୟବହାର କରିଥିବା ବୋମାରୁ ୮୦ ପ୍ରତିଶତ ଟାର୍ଗେଟ୍‌ ଧ୍ବଂସ କରିବାରେ ସଫଳ ହୋଇଛି ବୋଲି ବାୟୁସେନା କହିଛି। ତେବେ ଏହି ରିପୋର୍ଟକୁ ସାର୍ବଜନନୀନ କରାଯିବ କି ନାହିଁ ତାହା ସରକାରଙ୍କ ଉପରେ ହିଁ ନିର୍ଭର କରୁଛି।

ବିମାନ ଆକ୍ରମଣରେ ପ୍ରାୟ ୩୦୦ ଆତଙ୍କବାଦୀ ମରିଛନ୍ତି ବୋଲି ଦାବି ହେଉଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିଛି ଏବଂ ଭାରତୀୟ ବାୟୁସେନାର ବୋମା କେବଳ ଗଛ ଏବଂ ଖୋଲା ପଡ଼ିଆରେ ପଡ଼ିଛି ବୋଲି ଦାବି କରିଛି। କେତେକ ବିଦେଶୀ ଗଣମାଧ୍ୟମ ମଧ୍ୟ ପାକିସ୍ତାନର ଯୁକ୍ତିକୁ ସମର୍ଥନ କରି ରିପୋର୍ଟ ଛାପିବା ପରେ ଭାରତରେ ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କୁ ଘେରିଛନ୍ତି।

ସମ୍ବନ୍ଧିତ ଖବର