ନୂଆଦିଲ୍ଲୀ,୮।୬: ବେଙ୍ଗଲୁରର ଏଭଳି ଜଣେ ରୋଗୀଙ୍କ ଅଙ୍ଗ ଦେଶର ବିଭିନ୍ନ ଅଂଶକୁ ପଠାଯାଇଛି ଯିଏକି ୫ ଜଣଙ୍କର ଜୀବନ ବଞ୍ଚାଇ ଦେଇଛନ୍ତି। ଏହି ରୋଗୀଙ୍କର ବ୍ରେନଡେଡ୍ ହୋଇଥିବା ନେଇ ଶୁକ୍ରବାର ଡାକ୍ତରମାନେ ଘୋଷଣା କରିଥିଲେ। ଏହି ଅଭିଯାନ ଅନୁସାରେ ଭାରତୀୟ ବାୟୁସେନା ବିମାନ ଦ୍ବାରା ଗୋଟିଏ କିଡନୀ ଓ ଏକ କର୍ନିଆକୁ ବିମାନ ମାର୍ଗରେ ବେଙ୍ଗାଲୁରରୁ ଦିଲ୍ଲୀ ପହଁଞ୍ଚାଯାଇଛି। ଭାରତୀୟ ବାୟୁସେନା ଶନିବାର ଏକ୍ସରେ ଏକ ପୋଷ୍ଟ କରି ଅଭିଯାନ ସମ୍ପର୍କରେ ବିବରଣୀ ଓ ଅଙ୍ଗକୁ ବିମାନ ମାର୍ଗରେ ନେଇ ଯିବାର ଫଟୋ ସେୟାର କରିଛି।
The IAF enabled life-saving multi-organ retrieval and critical transplants at different locations, undertaken through Command Hospital Air Force Bangalore (CHAFB) today.
— Indian Air Force (@IAF_MCC) June 7, 2025
In this swiftly coordinated effort, the donor patient who was declared brain dead yesterday, became the… pic.twitter.com/zyckwIkAkO
ଭାରତୀୟ ବାୟୁସେନା ଏହି ପୋଷ୍ଟରେ କହିଛି ‘କମାଣ୍ଡ ହସ୍ପିଟାଲ ଏୟାରଫୋର୍ସ ବେଙ୍ଗାଲୁର’ ଜରିଆରେ ଜୀବନରକ୍ଷକ ପ୍ରତିରୋପଣକୁ ସମ୍ଭବ କରିବା ଓ ବିଭିନ୍ନ ସ୍ଥାନରେ ଅଙ୍ଗକୁ ପହଁଞ୍ଚାଇବାରେ ସାହାଯ୍ୟ କରିଛି। ଏଥିପରେ କୁହାଯାଇଛି ଶୁକ୍ରବାର ବ୍ରେନ୍ ଡେଡ୍ ଘୋଷିତ କରାଯାଇଥିବା ରୋଗୀ ୫ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ଭାରତୀୟ ବାୟୁସେନା ଅନୁସାରେ, ଗୋଟିଏ କିଡନୀ ଓ କର୍ନିଆ ଦିଲ୍ଲୀର ସେନା ହସ୍ପିଟାଲକୁ ପଠାଯାଇଛି। ଦ୍ବିତୀୟ କିଡନୀ,କର୍ନିଆ ଓ ସ୍କିନ୍ ପ୍ରତିରୋପଣ ପକ୍ରିୟା ବେଙ୍ଗାଲୁରର ଭିକ୍ଟୋରିଆ ହସ୍ପିଟାଲର ମେଡିକାଲ ଟିମ୍ର ସହଯୋଗରେ ସିଏଚ୍ଏଏଫ୍ବିରେ କରାଯାଇଛି।
ଏହି ପୋଷ୍ଟରେ କୁହାଯାଇଛି, ଗ୍ଲେନଇଗଲ ବିଜିଏସ୍ ହସ୍ପିଟାଲ’ରେ ଲିଭରକୁ ସଫଳତାର ସହ ପ୍ରତିରୋପର କରାଯାଇଛି। ଭାରତୀୟ ବାୟୁସେନା ନିଜ ପୋଷ୍ଟରେ କହିଛି, ଏହି ଅଭିଯାନ ‘ଜୀବନସାର୍ଥକଥେ କର୍ଣ୍ଣାଟକ’ ସହ ମିଶିକି କରାଯାଇଛି। ଏହା ସଶସ୍ତ୍ର ସେନା ଚିକିତ୍ସା ସମୁଦାୟର ଅସାଧରଣ ପ୍ରତିଶୃତିବଦ୍ଧତା ଓ ଚିକିତ୍ସକୀୟ କ୍ଷେତ୍ରରେ ସଫଳତାକୁ ଦର୍ଶାଉଛି