ଭାରତ ସୀମାକୁ ପଶିଆସିଥିଲା ପାକିସ୍ତାନୀ ଜେଟ୍, ଗୋଟିଏ ଏଫ୍-୧୬କୁ ଖସାଇଲା ଭାରତୀୟ ବାୟୁସେନା

source:www.businesstoday.in
ନୁଆଦିଲ୍ଲୀ ୨୭/୨: ଭାରତୀୟ ବାୟୁସୀମାକୁ ପଶିଆସିଥିବା ପାକିସ୍ତାନୀ ବିମାନଗୁଡିକ ମଧ୍ଯରୁ ଗୋଟିଏ ଏଫ-୧୬କୁ ଭାରତୀୟ ବାୟୁସେନା ଲାମ ସେକ୍ଟରରେ ଖସାଇଦେଇଛନ୍ତି । ବିମାନଟି ଖସିବା ସମୟରେ ଜଣେ ପାଇଲଟ୍ ପାରାଚ୍ଯୁଟରେ ଓହ୍ଲାଇଥିବା ଦେଖାଯାଇଛି ।
ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଥିଲା । ପାକ୍ ବିମାନ ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ନୌଶେରା ସେକ୍ଟରର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିଥିଲା । ଭାରତୀୟ ବାୟୁସେନା ହାଇଆଲର୍ଟରେ ଅଛନ୍ତି । ବାୟୁସେନାକୁ ପାକିସ୍ତାନର ଏହି ହରକତ ଦେଖି ବମ୍ ପକାଇବାର ମଧ୍ଯ ଆଦେଶ ଦିଆଯାଇଛି । ଅବଶ୍ଯ ଭୀମବର ଓ ଲାମରେ ୩ଟି ପାକ୍ ଜେଟ୍ ସୀମା କ୍ଷେତ୍ର ଉଲ୍ଲଙ୍ଘନ କରିଥିଲେ କିନ୍ତୁ ଭାରତର କଡା ଜବାବରେ ଫେରିଯାଇଥିଲେ ।
ସୂଚନା ଅନୁସାରେ ଫେରିଯାଇଥିବା ପାକ୍ ବିମାନ କିଛି ବମ୍ ମଧ୍ଯ ପକାଇଥିଲା କିନ୍ତୁ ଏଥିରେ କୌଣସି ବି କ୍ଷୟକ୍ଷତି ହୋଇନି । କହିରଖୁଛୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ଯକ୍ଷତାରେ ହାଇଲେବଲ ବୈଠକ ଚାଲୁରହିଛି, ଯେଉଁଥିରେ ଏନଏସଏ ଅଜିତ୍ ଡୋଭାଲ, ଗୃହ ସଚିବ ଅନିଲ ଗୌବା, ର ଓ ଆଇବିର ପ୍ରମୁଖ ମଧ୍ଯ ସାମିଲ ଅଛନ୍ତି ।