ନୂଆଦିଲ୍ଲୀ,୨୧।୧: ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ଯାନ୍ତ୍ରିକ ତ୍ରୁଟି କାରଣରୁ ପୋଖରୀରେ ପଡିଯାଇଛି। ଏହା ଦ୍ବାରା ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି। ବିମାନରେ ଥିବା ଦୁଇ ପାଇଲଟଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ସାମାନ୍ୟ ଆଘାତ ଲାଗିଛି। ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇ ଦେଇଛନ୍ତି। ଦୁର୍ଘଟଣା ସିଏମ୍ପି କଲେଜ ନିକଟରେ ଘଟିଛି। ବାୟୁସେନାର ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ପହଁଞ୍ଚିଛି। ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଛି।
କୁହାଯାଉଛି ଯେ,ବାୟୁସେନାରଏମ୍ଏଲ୧୧୪ ବିମାନ ଟ୍ରେନିଂ ପାଇଁ ବ୍ୟବହାର କରାଯାଇଥାଏ। ବିମାନରେ ଦୁଇ ଜଣ ପାଇଲଟ ଥିଲେ। କୁହାଯାଉଛି ଯେ,ହଠାତ ଏହାର ଇଞ୍ଜିନ କାମ କରିବା ବନ୍ଦ କରିଦେଇଛି। ଏହାପରେ ପାଇଲଟ୍ ବିମାନର ପାରାସୁଟ୍ ଖୋଲି ଦେଇଥିଲେ ଓ ବିମାନ ଧିମା ଗତିରେ କେପି କଲେଜ ପଛ ପୋଖରୀ ଭିତରକୁ ଖସି ପଡିଥିଲା। ଏହି ଶବ୍ଦରେ ସ୍ଥାନୀୟ ଲୋକଙ୍କ ଭିଡ ପୋଖରୀ ନିକଟରେ ଜମି ଯାଇଥିଲେ।
ପ୍ରତକ୍ଷ୍ୟଦର୍ଶୀ ପଦମ ସିଂ କହିଛନ୍ତି, ଆମେ ସ୍କୁଲ କ୍ୟାମ୍ପସରେ ଥିଲୁ, ସେତେବେଳେ ରକେଟ୍ ଭଳି ଶବ୍ଦ ଶୁଣାଯାଇଥିଲା। ଶବ୍ଦ ଶୁଣି ଆମେ ଦୌଡିକି ସେଠାରେ ପହଁଞ୍ଚିଥିଲୁ।ଦେଖିଥିଲୁ ଦୁଇଜଣ ପଙ୍କରେ ଫଶି ରହିଛନ୍ତି। ଆମେ ପୋଖରୀ ଭିତରକୁ ଡେଇଁ ପଡିଥିଲୁ ଓ ୩ ଜଣଙ୍କୁ ବାହାର କରିଥିଲୁ। ଘଟଣାସ୍ଥଳରେ ପହଁଞ୍ଚିଥିବା ରେସକ୍ୟୁ ଟିମ୍ ବିମାନକୁ ପୋଖରୀରୁ ବାହାର କରିବାର ଚେଷ୍ଟା କରୁଛି। ବାୟୁସେନା ଅଧିକାରୀମାନେ ଛାତ୍ରମାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ।ଭାରତୀୟ ବାୟୁସେନାରର ପ୍ରାରମ୍ଭିକ ସୂଚନା ଅନୁସାରେ, ଏହା ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟର ଏକ ରୁଟିନ୍ ଟ୍ରେନିଂ ଥିଲା। ବିମାନରେ ଦୁଇ ପାଇଲଟ୍ ଥିଲେ, ଯାହାଙ୍କୁ ସୁରକ୍ଷିତ ବାହାର କରି ନିଆଯାଇଛି। ଦୁଇ ପାଇଲଟଙ୍କୁ କୌଣସି ପ୍ରକାର ଗମ୍ଭୀର ଆଘାତ ଲାଗି ନାହିଁ।