ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା , ୭ ହଜାର କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ କ୍ୟାବିନେଟର ମଞ୍ଜୁରୀ

Published By : Harapriya Biswal | March 20, 2025 4:56 PM

ନୂଆଦିଲ୍ଲୀ,୨୦।୩:  ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ କ୍ୟାବିନେଟର ମଞ୍ଜୁରୀ । ୭ ହଜାର କୋଟି ଟଙ୍କାର ଚୁକ୍ତିରେ ମୋହର ମାରିଲେ ପ୍ରଧାନମନ୍ତ୍ରୀ । ୩୦୭ଟି ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ୍ ଓ ୩୨୭ଟି ଅସ୍ତ୍ରଶସ୍ତ୍ର ପରିବହନ ସାମରିକ ଯାନ କିଣାଯିବ । 

ଏଣିକି ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ କ୍ୟାବିନେଟର ମଞ୍ଜୁରୀ ଦେଇଛି । ଏନେଇ ୭ ହଜାର କୋଟିର ଚୁକ୍ତିରେ ମୋହର ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୩୦୭ ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ ଓ ୩୨୭ ଅସ୍ତ୍ରଶସ୍ତ୍ର ପରିବହନ ସାମରିକ ଯାନ କିଣିବାକୁ ସ୍ଥିର କରାଯାଇଛି । ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଦିଗରେ ଏହି ପଦକ୍ଷେପ ଏକ ପ୍ରମୁଖ ନିଷ୍ପତ୍ତି । 

ଆଟଲାରୀ ବନ୍ଧୁକଗୁଡ଼ିକ ୧୫୫ଏମ୍ଏମ୍/୫୨-କ୍ୟାଲିବର । ଡିଆରଡିଓ ଆଟଲାରୀ ବନ୍ଧୁକଗୁଡ଼ିକୁ ଡିଜାଇନ୍ ପ୍ରସ୍ତୁତ କରିବା ସହିତ ଏହାକୁ ବିକଶିତ କରିଛି । ଏଗୁଡ଼ିକର ନିର୍ମାଣ ଭାରତ ଫୋର୍ଜ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଦ୍ୱାରା କରାଯିବ । ଭାରତ ଫୋର୍ଜକୁ ୬୦% ବନ୍ଧୁକ ନିର୍ମାଣ ପାଇଁ ଦାୟିତ୍ବ ମିଳିଛି । ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ବାକି ୪୦% ବନ୍ଧୁକ ନିର୍ମାଣ କରିବ । ଭାରତୀୟ ସେନା ୧୫ଟି ତୋପ ରେଜିମେଣ୍ଟରେ ଆଟଲାରୀ ବନ୍ଧୁକକୁ ସାମିଲ କରିବ । ଏହି ଚୁକ୍ତି ଆସନ୍ତା ସପ୍ତାହରେ ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.