ନୂଆଦିଲ୍ଲୀ,୧୭/୦୮: ଟିଭି ପରଦାର ସବୁଠାରୁ ଲୋକପ୍ରିୟ ଶୋ’‘କୌନ୍‌ ବନେଗା କରୋଡପତି ୧୭’ର ଅଗଷ୍ଟ ୧୫ ଅବସରରେ ପ୍ରସାରିତ ସ୍ୱତନ୍ତ୍ର ଏପିସୋଡ୍ ଐତିହାସିକ ରହିଛି । ଏହି ବିଶେଷ ଅବସରରେ, ଦେଶର ତିନି ସାହସୀ ଝିଅ - ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ ଭାରତୀୟ ନୌସେନାର କମାଣ୍ଡର ପ୍ରେରଣା ଦେଓସ୍ଥଳୀ - ହଟ୍ ସିଟ୍‌ରେ ବସିଥିବାର ଦେଖିବାକୁ ମିଳିଛି ।

ସିଜନ୍‌-୧୭ ସହିତ ପୁଣି ଥରେ ଟିଭି ପରଦାକୁ ଫେରିଛି ‘କୌନ୍‌ ବନେଗା  କରୋଡ୍‌ପତି’ । ସବୁଥର ଭଳି ଏ ଥର ବି ଶୋ’ର ସଂଚାଳନା ଦାୟିତ୍ୱ  ତୁଲାଇଛନ୍ତି ବିଗ୍‌ ବି । ଅଗଷ୍ଟ ୧୫ ତାରିଖକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ସ୍ପେଶାଲ ଏପିସୋଡ୍‌ ପ୍ରସ୍ତୁତ ହୋଇଥିଲା । ଭାରତୀୟ ସଶସ୍ତ୍ର  ବାହିନୀ ଦ୍ୱାରା ସମ୍ପାଦିତ ଅପରେସନ୍‌ ସିନ୍ଦୂର ଉପରେ ଗଣମାଧ୍ୟମକୁ  ସୂଚନା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମହିଳା ସେନା ଅଧିକାରୀମାନେ ଏହି ଏପିସୋଡ୍‌ରେ ଟିଭି ପରଦାକୁ ଆସିଛି । ୩ ସେନାର ଅଧିକାରୀମାନେ ଅପରେସନ୍‌ ସିନ୍ଦୂର ବିଷୟରେ ଅନେକ କଥା ଶେୟାର କରିଛନ୍ତି ।

ଏହି ଏପିସୋଡରେ, ଭାରତୀୟ ସେନାର ୩ ସାହସୀ କେବଳ ସେମାନଙ୍କର ସାହସିକତାର କାହାଣୀ କହି ନଥିଲେ, ବରଂ ସେମାନେ ପ୍ରଶ୍ନର ଉତ୍ତର ବି ଚମତ୍କାର ଭାବ ଦେଇଥିଲେ । ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଥିଲେ । କେବିସିରେ ସେମାନଙ୍କର ଯାତ୍ରା ୫୦ ଲକ୍ଷର ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିଥିଲା, କିନ୍ତୁ ସମୟ ସରିଯିବାରୁ, ଅମିତାଭ ବଚ୍ଚନଙ୍କୁ ଖେଳ ବନ୍ଦ କରିବାକୁ ପଡିଥିଲା । ୨୫ ଲକ୍ଷ ଟଙ୍କାର ପ୍ରଶ୍ନ ବହୁତ କୌତୁହଳ ପୂର୍ଣ୍ଣ ଥିଲା । ଏହାର ଉତ୍ତର ଦେବାକୁ ତିନି ବିରାଙ୍ଗନାଙ୍କୁ ଅଡିଏନ୍ସ ପୋଲ ନେବାକୁ ପଡ଼ିଥିଲା । ପ୍ରଶ୍ନ ଥିଲା, ଇଂଲଣ୍ଡ ଲେଷ୍ଟରରେ 'ଆର୍ଚ ଅଫ୍ ରିମେମ୍ବରର୍ସ' ସେହି ବ୍ୟକ୍ତି ଡିଜାଇନ୍ କରିଥିଲେ, ଯିଏକି ଏଥିରୁ କେଉଁ ଭାରତୀୟ ସ୍ମାରକ ଡିଜାଇନ୍ କରିଥିଲେ ? (A) ଭକ୍ଟୋରିଆ ମେମୋରିଆଲ, (B) ଗେଟୱେ ଅଫ୍ ଇଣ୍ଡିଆ, (C) ଫୋର୍ଟ ସର୍ଟ ଜାର୍ଜ, (D) ଇଣ୍ଡିଆ ଗେଟ୍‌ । ସଠିକ୍ ଉତ୍ତର ଥିଲା ବିକଳ୍ପ (D) ଇଣ୍ଡିଆ ଗେଟ୍‌  ।



ରାଣୀ ଲକ୍ଷ୍ମୀବାଈଙ୍କ ସହ ସୋଫିଆ କୁରେଶୀଙ୍କ କନେକ୍ସନ- ଅପରେସନ୍‌ ସିନ୍ଦୂରର ନାରୀଶକ୍ତି, କର୍ଣ୍ଣେଲ ସୋଫିଆ କୁରେଶୀ ତାଙ୍କ ବିଷୟରେ କହିଥିଲେ । ତାଙ୍କ ପରିବାର ସମସ୍ତେ ଆର୍ମିରେ ଥିଲେ । ସୋଫିଆଙ୍କ ଆଈଙ୍କ ମାଆଙ୍କ ପୂର୍ବଜ ଭାରତର ସ୍ୱାଧୀନତା ପାଇଁ ଲଢେଇରେ ଭୂମିକା ତୁଲାଇଥିଲେ । ଆଈଙ୍କ ମାଆଙ୍କ ଭଉଣୀ ରାଣୀ ଲକ୍ଷ୍ମୀବାଈଙ୍କ ସହିତ ଥିଲେ । ମୁଁ ପିଲାଦିନେ ଲୋରୀ ଶୁଣିନାହିଁ ବୀରଗାଥା ଶୁଣିଛି ବୋଲି କହିଛନ୍ତି ସୋଫିଆ ।