PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦୀର୍ଘ ଅଢ଼େଇ ବର୍ଷ ପରେ ବିଦେଶୀଙ୍କ ପାଇଁ ଖୋଲିଲା ଭୁଟାନ ପର୍ଯ୍ୟଟନ ସ୍ଥଳୀ, ଦେବାକୁ ପଡ଼ିବ ଅତିରିକ୍ତ ଦେୟ

pic- internet

ନୂଆଦିଲ୍ଲୀ: ଦୀର୍ଘ ଅଢ଼େଇ ବର୍ଷ ପରେ ବିଦେଶୀଙ୍କ ପାଇଁ ଖୋଲିଛି ଭୁଟାନ ପର୍ଯ୍ୟଟନ ସ୍ଥଳୀ। କରୋନା ପାଇଁ ଅଢ଼େଇ ବର୍ଷ ଧରି ବିଦେଶୀଙ୍କ ପାଇଁ ବନ୍ଦ ରହିଥିଲା।  ତେବେ ଧିରେ ଧିରେ ବିଭିନ୍ନ ଦେଶ ଏହାର ପର୍ଯ୍ୟଟନ ସ୍ଥଳୀ ବିଦେଶୀଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି । ଏହି କ୍ରମରେ ଭୁଟାନ୍‌ ଏହାର ସୀମା ବିଦେଶୀଙ୍କ ପାଇଁ ଖୋଲିଛି । ଅର୍ଥାତ ବିଦେଶୀ ପର୍ଯ୍ୟଟକ ଏବେ ଭୁଟାନ୍‌ର ପର୍ଯ୍ୟଟନସ୍ଥଳୀ ବୁଲି ପାରିବେ ।

ଭୁଟାନ୍‌ ପର୍ଯ୍ୟଟନ ବିଭାଗ ଏହି ଅଞ୍ଚଳ ଗୁଡ଼ିକର ସ୍ଥାୟୀ ବିକାଶ କରିବା ପାଇଁ ଅନ୍ୟ ଏକ ଶୁଳ୍କ ଲଗାଇଛି । ବିଦେଶୀ ନାଗରିକଙ୍କ ଠାରୁ ଏଥିପାଇଁ ୨୦୦ ଡଲାର୍‌ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ ରାତ୍ରୀରେ ୬୫ ଡଲାର ରଖାଯାଇଛି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହା ଆଦାୟ କରାଯିବ । ଅନ୍ୟପଟେ ଭାରତୀୟ ପର୍ଯ୍ୟଟକଙ୍କୁ କରୋନା ପୂର୍ବରୁ କୌଣସି ଅର୍ଥ ଦେବାକୁ ପଡ଼ୁନଥିବା ବେଳେ ଏବେ ୧୨୦୦ ଟଙ୍କା ଦେବାକୁ ପଡ଼ିବ ।

କରୋନା ପାଇଁ ମାର୍ଚ୍ଚ ୨୦୨୦ ପର ଠାରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭୂଟାନ ଏହାର ସୀମାକୁ ବନ୍ଦ କରିଦେଇଥିଲା । ହିମାଳୟର ପାଦ ଦେଶରେ ଅବସ୍ଥିତ ଏହି ଦେଶରେ ମୋଟ ୮ ଲକ୍ଷ ଲୋକ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିଲେ । ମାତ୍ର ୨୧ ଜଣଙ୍କ ଜୀବନ ନେଇଥିଲା ଏହି ମହାମାରୀ । କିନ୍ତୁ ଏହାର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର