ନରସିଂହପୁର,୨୫/୦୫: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ବାଲିସାହି ପଞ୍ଚାୟତରେ ବାରହା ଆକ୍ରମଣ। ହାତୀବାରୀ ଗାଁର ଶ୍ରୀକାନ୍ତ ଖଟୁଆ ନିକଟସ୍ଥ ଜଙ୍ଗଲକୁ ସକାଳ ୧୦ଟା ୩୦ ବେଳେ ଛେଳି ଚରାଇବାକୁ ଯାଇଥିଲେ । ହେଲେ ସେହି ସମୟରେ ଏକ ବାରହା ଆକ୍ରମଣ କରିଥିଲେ । ଏଥିରେ ଶ୍ରୀକାନ୍ତଙ୍କ ଦୁଇ ଜଙ୍ଘ, ବାମ ହାତ, ମୁଣ୍ଡ ଓ ବେକକୁ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ପ୍ରଥମେ ନରସିଂହପୁର ମେଡିକାଲ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେଜପ୍ରତାପ ଆରଜେଡିରୁ ବହିଷ୍କୃତ, ଘରୁ ବି ବିଦା କଲେ ବ...