PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଥାଇଲାଣ୍ଡ ବକ୍ସିଂ: ଭାରତକୁ ୮ ପଦକ

ନୂଆଦିଲ୍ଲୀ, ୨୮/୭ (ଏଜେନ୍ସି): ବ୍ୟାଂକକ୍‌ ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପ୍ରତିଯୋଗୀ ଉନ୍ନତ ପ୍ରଦର୍ଶନ ଜାରି ରଖି ୮ଟି ପଦକ ହାସଲ କରିଛନ୍ତି । ଏଥିରେ ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି ।

ଅନ୍ତିମ ଦିବସରେ ଆଶିଶ କୁମାର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୭୫ କିଲୋ ବର୍ଗ ଫାଇନାଲ୍‌ରେ ସେ କୋରିଆର କିମ୍‌ ଜିନଜାଏଙ୍କୁ ୫-୦ରେ ପରାସ୍ତ କରିଥିଲେ । ଏହା ତାଙ୍କ କ୍ୟାରିୟର୍‌ର ପ୍ରଥମ ସ୍ୱର୍ଣ୍ଣ ପଦକ ରହିଥିଲା । ଗତ ଇଣ୍ଡିଆ ଓପନରେ ସେ ରୌପ୍ୟ ପଦକ ଜିତିଥିଲେ ।
ମହିଳା ୫୧ କିଲୋ ବର୍ଗରେ ନିଖତ ଜରିନ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ସେ ଫାଇନାଲ୍‌ରେ ଚୀନ୍‌ର ଚାଙ୍ଗ ୟୁଆନଙ୍କ ଠାରୁ ୦-୫ରେ ପରାଜିତ ହୋଇଥିଲେ । ଚାଙ୍ଗ ପୂର୍ବରୁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ପୁରୁଷ ବର୍ଗ ୫୬କିଲୋ ବର୍ଗ ଫାଇନାଲ୍‌ରେ ମହମ୍ମଦ ହୁସାମୁଦ୍ଦିନ ୦-୫ରେ ଥାଇଲାଣ୍ଡର ଚାଚାଇ ଡେଚା ବୁଦିଙ୍କ ଠାରୁ ପରାଜିତ ହୋଇଥିଲେ । ସେହିପରି ୪୯କିଲୋ ବର୍ଗରେ ଦୀପକଙ୍କୁ ହରାଇ ଉଜବେକିସ୍ତାନର ମିର୍ଜାଖମେଡୋଭ ନଡିର୍ଜନ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୮୧ କିଲୋ ବର୍ଗ ଫାଇନାଲ୍‌ଷର ବ୍ରିଜେଶ ଯାଦବ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ଥାଇଲାଣ୍ଡର ଅନୱତ ଥଙ୍ଗକ୍ରାଟକଙ୍କ ଠାରୁ ୧-୪ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ପୂର୍ବରୁ ମହିଳା ୪୮ କିଲୋ ବର୍ଗରେ ମଞ୍ଜୁରାଣୀ, ୭୫ କିଲୋ ବର୍ଗରେ ଭାଗ୍ୟବତୀ ଓ ପୁରୁଷ ୬୯ କିଲୋ ବର୍ଗରେ ଆଶିଷ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର