ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପାକିସ୍ତାନ ଜେଲ୍‌ରେ ଅଛନ୍ତି ଶତାଧିକ ଭାରତୀୟ, କଏଦୀ ତାଲିକା ଆଦାନପ୍ରଦାନ ପରେ ମିଳିଲା ତଥ୍ୟ

Published By : Tapas Panda | July 1, 2025 6:01 PM

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତକ୍ତ ସଂପର୍କ ଲାଗି ରହିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି ଯେ, ପାକିସ୍ତାନ ଜେଲରେ ୨୪୬ ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୩ ଜଣ ସାଧାରଣ ନାଗରିକ ଏବଂ ୧୯୩ ଜଣ ଭାରତୀୟ ମତ୍ସ୍ୟଜୀବୀ ।  ସେମାନେ ଭାରତୀୟ କିମ୍ବା ଭାରତୀୟ ବୋଲି ଦାବି କରାଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିବର୍ଷ ଦୁଇଥର ହେଉଥିବା କଏଦୀଙ୍କ ତାଲିକା ଆଦାନପ୍ରଦାନ ସମୟରେ ଏହି ସୂଚନା ସାମ୍ନାକୁ ଆସିଛି ।

 ବୈଦେଶିକ ମନ୍ତ୍ରଣାଳୟ (MEA) ଏକ ସରକାରୀ ବିବୃତ୍ତିରେ ଏନେଇ ଜଣାପଡ଼ିଛି  । ୨୦୦୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ କୂଟନୀତି ସ୍ତରୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହା ଅଧୀନରେ, ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ ରେ  ଜେଲରେ ବନ୍ଦୀ ଥିବା ଉଭୟ ଦେଶର କଏଦୀଙ୍କ ତାଲିକା ଆଦାନପ୍ରଦାନ ହୋଇଥାଏ । ଉଭୟ ଦେଶ ମଙ୍ଗଳବାର ପରସ୍ପରକୁ କଏଦୀଙ୍କ ସଦ୍ୟତମ ତାଲିକା ହସ୍ତାନ୍ତର କରିଛନ୍ତି। ପାକିସ୍ତାନ ଭାରତକୁ ଦେଇଥିବା ତାଲିକା ଅନୁସାରେ, ବର୍ତ୍ତମାନ ସେଠାକର ଜେଲରେ ୫୩ ଜଣ ସାଧାରଣ ଭାରତୀୟ ନାଗରିକ ଏବଂ ୧୯୩ ଜଣ ମତ୍ସ୍ୟଜୀବୀ ବନ୍ଦୀ ଅଛନ୍ତି । ସେମାନେ ସମସ୍ତେ ଭାରତୀୟ କିମ୍ବା ଭାରତୀୟ ବୋଲି ଦାବି କରିଛନ୍ତି । 

 ସେପଟେ ୩୮୨ ଜଣ ପାକିସ୍ତାନୀ ନାଗରିକ ଏବଂ ୮୧ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି । ଭାରତ ସରକାରଙ୍କ ଅନୁଯାୟୀ, ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ମୋଟ ୨,୬୬୧ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ୭୧ ଜଣ ଭାରତୀୟ ନାଗରିକଙ୍କୁ ପାକିସ୍ତାନରୁ ମୁକ୍ତ କରାଯାଇଛି । ୨୦୨୩ ରୁ ଏପର୍ଯ୍ୟନ୍ତ ୫୦୦ ମତ୍ସ୍ୟଜୀବୀ ଏବଂ ୧୩ ଜଣ ସାଧାରଣ ଭାରତୀୟ ନାଗରିକ ପାକିସ୍ତାନରୁ ଭାରତ ଫେରିଛନ୍ତି । ତେବେ ଏହି ସମସ୍ୟାର ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ଚାହୁଁଛନ୍ତି ଭାରତ ସରକାର । ଫଳରେ ନିର୍ଦ୍ଦୋଷ ଲୋକମାନେ ବର୍ଷ ବର୍ଷ ଧରି ଜେଲରେ ନରହି ସ୍ବଦେଶ ଫେରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.