ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କୁଳଦୀପ ଯାଦବ ଆଜି ଲକ୍ଷ୍ନୌରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ନିର୍ବନ୍ଧ କରିଛନ୍ତି। ବଂଶିକା କାନପୁରର ବାସିନ୍ଦା ଏବଂ ତାଙ୍କ ବାପା ଏଲଆଇସିରେ କାମ କରନ୍ତି। ଏହି ନିର୍ବନ୍ଧ ଉତ୍ସବ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ରିଙ୍କୁ ସିଂହଙ୍କ ସମେତ ଅନେକ କ୍ରିକେଟର ଯୋଗ ଦେଇଥିଲେ । ସେମାନଙ୍କ ନୂତନ ଜୀବନର ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇଥିଲେ। କୁଳଦୀପ ଯାଦବ ମୂଳତ ଉତ୍ତରପ୍ରଦେଶର ଉନ୍ନାଓର ବାସିନ୍ଦା। କଠିନ ପରିଶ୍ରମ ବଳରେ କ୍ରିକେଟ ଜଗତରେ ବେଶ ନାଁ କରିଛନ୍ତି।
କୁଳଦୀପ ଜଣେ ଭଲ ସ୍ପିନର । ସେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ଏବଂ ପ୍ରାୟତଃ ଖବରର ଶିରୋନାମାରେ ରୁହନ୍ତି। ତାଙ୍କର ଅନେକ ଗାଡ଼ି ଏବଂ ଏକ ସୁନ୍ଦର ଘର ମଧ୍ୟ ଅଛି। ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା କୁଳଦୀପ ଏବେ ନିଜ ପିଲା ଦିନର ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ସଂଘର୍ଷରେ ସାଥ ଦେଇଥିବା ପ୍ରେମିକା ଏବେ ତାଙ୍କର ପତ୍ନୀ ହେବାକୁ ଯାଉଛନ୍ତି । କୁଳଦୀପ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ, ପ୍ରକୃତ ପ୍ରେମ କେବି ବି ଏକା କରି ଯାଏ ନାହିଁ ।
କୁଳଦୀପ ଯାଦବ ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ । ସେ ଇଂଲଣ୍ଡ ଗସ୍ତରେ ମଧ୍ୟ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି । ଟିମ୍ ଇଣ୍ଡିଆ ଜୁନ୍ ୨୦ରୁ ଇଂଲଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।
କୁଳଦୀପଙ୍କ ନିର୍ବନ୍ଧ ଉତ୍ସବରେ କ୍ରିକେଟର ରିଙ୍କୁ ସିଂହ ଏବଂ ଏସପି ସାଂସଦ ପ୍ରିୟା ସରୋଜ ସାମିଲ ହୋଇଥିଲେ । କୁଳଦୀପ ଏବଂ ବଂଶିକାଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଚଳିତବର୍ଷ ନଭେମ୍ବର ୧୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ସେପଟେ ରିଙ୍କୁ ସିଂହଙ୍କ ସହ କୁଳଦୀପଙ୍କ ନିର୍ବନ୍ଧରେ ସାମିଲ ହୋଇଥିବା ପ୍ରିୟା ସରୋଜ ସମାଜବାଦୀ ପାର୍ଟିର ସାଂସଦ । ସେ ରିଙ୍କୁ ସିଂହଙ୍କୁ ବିବା କରିବେ । ପ୍ରିୟାଙ୍କ ବାପା ତୁଫାନି ସରୋଜ ଜଣେ ଏସପି ବିଧାୟକ ।