ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଶାହିଦ ଆଫ୍ରିଦଙ୍କ ଉପରେ ଭାରତ ସରକାରଙ୍କ ‘ଆକ୍ସନ’

Published By : Prameya | April 30, 2025 8:21 PM

ନୂଆଦିଲ୍ଲୀ, ୩୦/୪ : ପହଲଗାମ ଆତଙ୍କୀ ଆକ୍ରମଣ ଉପରେ କଟୁ ମନ୍ତବ୍ୟ ଦେବା ଶାହିଦ ଆଫ୍ରିଦଙ୍କୁ ପଡ଼ିଲା ମହଙ୍ଗା । ଶାହିଦଙ୍କ ୟୁଟ୍ୟୁବ ଚ୍ୟାନେଲ ଭାରତରେ ବ୍ୟାନ୍ କରାଯାଇଛି । ଏବେ ଭାରତରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦଙ୍କ ୟୁଟ୍ୟୁବ ଚ୍ୟାନେଲ ଦେଖିପାରିବେ ନାହିଁ । ଏହା ପୂର୍ବରୁ ଭାରତ ସରକାର ଅନ୍ୟ ପାକିସ୍ତାନ କ୍ରିକେର୍ଟ୍ସଙ୍କ ବିପକ୍ଷରେ ବି ଆକ୍ସନ ନେଇ ସାରିଛନ୍ତି ।

ସୂଚନା ଅନୁସାରେ ଶାହିଦ ଆଫ୍ରିଦଙ୍କ ପୂର୍ବରୁ ଶୋଏବ ଅଖତର, ରଶିଦ ଲତିଫ ଏବଂ ତନବୀର ଅହମଦଙ୍କ ଭଳି ଭେଟରାନ କ୍ରିକେଟରଙ୍କ ୟ୍ୟୁଟ୍ୟୁବ ଚ୍ୟାନେଲ ଭାରତରେ ବ୍ୟାନ କରାଯାଇସାରିଛି । ଭରତ ସରକାର ଏହି ଆକ୍ସନ ପହଲଗାମ ଆତଙ୍କୀ ଆକ୍ରମଣ ପରେ ନେଇଛନ୍ତି ।

ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଶାହିଦ ଆଫ୍ରିଦ କଟୁ ମନ୍ତବ୍ୟ ଦେଇଥିଲେ । ଆଫ୍ରିଦ କହିଥିଲେ କି ମୁଁ ଏହି କଥାରେ ବିଶ୍ବାସ କରୁଛି କି ଏହି ମୁଦ୍ଦା ଉପରେ ରାଜନୀତି ହେବା ଆବଶ୍ୟକ ନୁହେଁ । ଯେଭଳି ଭାରତରେ ଆକ୍ରମଣ ହେଲା ସିଧା ସଳଖ ପାକିସ୍ତାନର ନାଁ ନିଆଗଲା । ଯାହାକି ଭାରତକୁ ସଠିକ୍ ତଥ୍ୟ ସହ ସାମ୍ନାକୁ ଆସିବା ଆବଶ୍ୟକ ଏବଂ ସେତେବେଳେ ବିଶ୍ବକୁ କହିବା ଆବଶ୍ୟକ । କୌଣସି ଧର୍ମ ଆତଙ୍କବାଦକୁ ସମର୍ଥନ କରେ ନାହିଁ । 

ସେ ଆଗକୁ ମଧ୍ୟ କହିଥିଲେ କି ଭାରତରେ ଯାହା ହେଲା ତାହା ବହୁତ ଅଫସୋସର କଥା । ପାକିସ୍ତାନରେ ବି ଯାହା ହେଉଛି ତାହା ବି ଅଫସୋସର କଥା, ଏଭଳି ନ ହେବା ଆବଶ୍ୟକ । ମୁଁ ବୁଝୁଛି କି ପଡ଼ୋଶୀ ଦେଶକୁ ପରସ୍ପର ଭଲ ଭାବେ ରହିବା ଆବଶ୍ୟକ ଏବଂ ଲଢେଇ – ଝଗଡ଼ାରୁ ବର୍ତ୍ତି ରହିବା ଆବଶ୍ୟକ ଅଟେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.