PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଦେଶକୁ ଫେରିବ ପଳାତକ; ଓମାନ ସରକାରଙ୍କ ନିକଟରେ ଭାରତର ଦାବି, ପ୍ରସ୍ତୁତ ହେଲା ବ୍ଳୁ-ପ୍ରିଣ୍ଟ

Image Courtesy: Free Press Journal

ନୂଆଦିଲ୍ଲୀ,୨୫/୦୩: ଚରମପନ୍ଥି ଇସଲାମ ପ୍ରଚାରକ ଜାକିର ନାଇକଙ୍କୁ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟା ଭାରତ ସରକାର ପୁଣି ଆରମ୍ଭ କରିଛନ୍ତି। ଜାକିର ନାଇକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଜାକିର ନାୟକ ଭାରତର ଅନେକ ମାମଲାରେ ଅଭିଯୁକ୍ତ। ସେ ଜଣେ ପଳାତକ, ଆମେ ଓମାନ ସରକାର ଏବଂ ଏହାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛୁ।”

ଜାକିରଙ୍କ ଉପରେ ଅପପ୍ରଚାର ଏବଂ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି:

ଜାକିର ନାଈକ ଓମାନରେ “ରାଜକୀୟ ଅତିଥି” ଭାବରେ ପହଞ୍ଚିବାର କିଛି ଦିନ ପରେ ବାଗଚିଙ୍କ ଏଭଳି ମନ୍ତବ୍ୟ ଆସିଛି। ନାଇକଙ୍କୁ ଓମାନରୁ ପ୍ରତ୍ୟର୍ପଣ କରାଯିବ କି ବୋଲି ପଚରାଯିବାରୁ ଅରିନ୍ଦମ ବାଗଚି କହିଛନ୍ତି ଯେ ଓମାନ ସହ ଭାରତର ପ୍ରତ୍ୟର୍ପଣ ଚୁକ୍ତି ଅଛି କି ନାହିଁ ସେନେଇ ଅନୁସନ୍ଧାନ କରାଯାଉଛି। ଯୁବଗୋଷ୍ଠୀଙ୍କୁ ଆଇଏସଆଇଏସରେ ପ୍ରବେଶ କରାଇଥିଲେ ସୁଦ୍ଧା ଜାକିର ନାଇକଙ୍କ ସହଯୋଗୀ ଏନଆଇଏ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଜାକିର ନାୟକ ଭାରତର ପଳାତକ ବ୍ୟକ୍ତି ଅଟନ୍ତି। ଧାର୍ମିକ ଅପପ୍ରଚାର ସହ ଟଙ୍କା ହେରଫେର ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ନାଇକ ମଧ୍ୟ ତାଙ୍କ ଭାଷଣ ମାଧ୍ୟମରେ ଘୃଣା ଏବଂ ଅସହଯୋଗକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ଆତଙ୍କବାଦୀଙ୍କ ଗୁଣଗାନ କରେ ନାଇକ:

ନାଇକଙ୍କ ଭାଷଣ ପ୍ରାୟତଃ ଆପତ୍ତିଜନକ ମନେହୁଏ, କାରଣ ସେ ଧାର୍ମ ପରିବର୍ତ୍ତନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବେଳେ ଜଣାଶୁଣା ଆତଙ୍କବାଦୀଙ୍କୁ ପ୍ରଶଂସା କରୁଥାଏ।   ଜାକିର ନାଇକ ୨୦୧୬ ରେ ଭାରତ ଛାଡି ମାଲେସିଆ ଯାଇ ସେଠାରେ ସ୍ଥାୟୀ ଭାବେ ରହିଥିବା ଜଣାଯାଇଛି। ଭାରତ ସରକାର ୨୦୨୨ ମସିହାରେ ତାଙ୍କର ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନକୁ ବେଆଇନ ଘୋଷଣା କରିଥିଲେ। ଘୃଣ୍ୟ ଅପପ୍ରଚାର ପ୍ରସାର ପାଇଁ ତାଙ୍କ ଚ୍ୟାନେଲ ପିସ୍‌ ଟିଭିକୁ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ବନ୍ଦ କରିଦିଆଯାଇଥିଲା।