PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଟ୍ରେଣ୍ଡ୍ କରୁଛି ବୟକଟ୍ ଇଣ୍ଡିଆନ୍ ଆଇଡଲ ୧୩, ଫାଇନାଲ୍ ଲିଷ୍ଟରେ ରୀତୋଙ୍କ ନାମ ନଥିବାରୁ ଭଡ଼କିଲେ ଫ୍ୟାନ୍ସ

ନୂଆାଦିଲ୍ଲୀ, ୨୭/୦୯ : ଟିଭି ରିଆଲିଟି ସୋ ଗୁଡ଼ିକ ପ୍ରାୟତଃ ସ୍କ୍ରିପ୍ଟେଡ୍ ବୋଲି ଅଭିଯୋଗ ହୋଇଥାଏ। ହେଲେ ଇଣ୍ଡିଆନ୍ ଆଇଡଲ୍ ୧୩ ସମ୍ପୂର୍ଣ୍ଣ ଭାବେ ସ୍କ୍ରିପ୍ଟେଡ୍ ହୋଇଥିବା ଅଭିଯୋଗ ହେଉଛି। ତେଣୁ ଇଣ୍ଡିଆନ୍ ଆଇଡଲ୍ ୧୩ ବୟକଟ୍ କରିବାକୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେଉଛି।

ସୂଚନାନୁଯାୟୀ, ଇଣ୍ଡିଆନ୍ ଆଇଡଲ୍ ୧୩ର ଫାଇନାଲ୍ ଲିଷ୍ଟ ଏବେ ସାମ୍ନାକୁ ଆସିଛି। ଏଥିରେ ୧୫ ଜଣ ପ୍ରତିଯୋଗୀଙ୍କ ନାମ ରହିଛି। ସେମାନେ ହେଲେ ସୋନାକ୍ଷୀ କର, ନବଦୀପ ୱଡାଲୀ, ପ୍ରୀତମ ରାୟ, ଦେବୋସ୍ମିତା ରାୟ, ସେଞ୍ଜୁତି ଦାସ, ଚିରାଗ କୋଟୱାଲ, ସଂଚାରୀ ସେନଗୁପ୍ତା, କାବ୍ୟା ଲିମାଏ, ଋଷି ସିଂହ, ଶିବମ ସିଂହ, ବିଦିପ୍ତା ଚକ୍ରବର୍ତ୍ତୀ, ଅନୁଷ୍କା ପତ୍ର, ରୁପମ୍ ଭରନାରହିୟା, ଶଗୁନ ପାଠକ, ଏବଂ ଶିବାନୀ ସିଂହ। ଇଣ୍ଡିଆନ୍ ଆଇଡଲର ଅଡିଶନ ରାଉଣ୍ଡ ଶେଷ ହେବାପରେ ଜଜ ନେହା କକଡ, ବିଶାଲ ଦଦଲାନୀ, ଏବଂ ହିମେଶ ରେଶମିୟା ୧୫ ପ୍ରତିଯୋଗୀଙ୍କୁ ଚୟନ କରିଛନ୍ତି। କଲର୍ସର ଅଫିସିଆଲ୍ ୱେବସାଇଟ୍‌ରେ ଏହି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ରୀତୋ ରୀବାଙ୍କ ନାମ ନଥିବା ହେତୁ ଫ୍ୟାନ୍ସ ଖୁସି ନାହାଁନ୍ତି। ତେଣୁ ଇଣ୍ଡିଆନ ଆଇଡଲ୍ ବୟକଟ୍ କରିବା ପାଇଁ ଦାବି କରୁଛନ୍ତି।

ପ୍ରକାଶ ଥାଉକି, ରୀତୋ ରୀବା ଅରୁଣାଚଳପ୍ରଦେଶର ହୋଇଥିବା ବେଳେ ସେ ଜଣେ ମ୍ୟୁଜିକ୍ କମ୍ପୋଜର। ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି। ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ଅଛନ୍ତି। ଇଣ୍ଡିଆନ୍ ଆଇଡଲ୍‌ରେ ଅଡିସନ୍ ଦେବା ସମୟରେ ହିମେଶ ରେଶମିୟା ତାଙ୍କୁ ନିଜର ଏକ ଗୀତ ଗାଇବାକୁ କହିଥିଲେ। ଏହାପରେ ରୀତୋ ନିଜେ କମ୍ପୋଜ୍ କରିଥିବା ଏକ ଗୀତ ଶୁଣାଇଥିଲେ। ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା। ହେଲେ ତାଙ୍କର ନାମ ଫାଇନାଲ୍ ଲିଷ୍ଟରେ ନଥିବାରୁ ଫ୍ୟାନ୍ସ ଏବେ ଖୁସି ନାହାଁନ୍ତି। ଏହି କାରଣ ପାଇଁ ଫ୍ୟାନ୍ସ ବୟକଟ୍ କରିବା ପାଇଁ ଦାବି କରୁଛନ୍ତି।