ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Operation Sindoor: ବିଶ୍ବ ସାମ୍ନାରେ ପାକିସ୍ତାନର ମୁଖା ଖୋଲିବେ ଭାରତୀୟ ସାଂସଦ

Published By : Tapas Panda | May 16, 2025 5:45 PM

Image Courtesy: amarujala

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଏବେ ଭାରତୀୟ ସାଂସଦମାନେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ମୁଖା ଖୋଲିବେ । ଭାରତ ସରକାର ପାକିସ୍ତାନର କୁକର୍ମକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରିବା ପାଇଁ ଆସନ୍ତା ସପ୍ତାହରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ବିଭିନ୍ନ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅତି କମରେ ୩୦ ଜଣ ସାଂସଦଙ୍କୁ ୧୦ ଦିନ ପାଇଁ ବିଭିନ୍ନ ଦେଶକୁ ପଠାଯିବ। ସରକାର ଏ ବିଷୟରେ ବିରୋଧୀ ଦଳ ସମେତ ବିଭିନ୍ନ ରାଜନୈତିକ ଦଳର ସାଂସଦଙ୍କ ସହ କଥା ହୋଇଛନ୍ତି । କିଛି ଦଳ ସେମାନଙ୍କର ସାଂସଦଙ୍କୁ ବିଦେଶ ପଠାଇବାକୁ ସମ୍ମତି ଜଣାଇଛନ୍ତି ।

ପାକିସ୍ତାନ ପହଲଗାମ ଆକ୍ରମଣ ପାଖରୁ ଆରମ୍ଭ କରି ଅପରେସନ ସିନ୍ଦୁର ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ମିଛ କହି ଆସୁଛି। ତଥ୍ୟରୁ ଦୂରେଇ ଯାଇ ବିଶ୍ୱକୁ ମନଗଢ଼ା କାହାଣୀ ଶୁଣାଉଛି ପାକିସ୍ତାନ । ପାକିସ୍ତାନକୁ ଚୀନ୍ ଏବଂ ତୁର୍କୀ ଭଳି ଦେଶର ସମର୍ଥନ ମିଳିଛି । ଭାରତ ପାକିସ୍ତାନର ଏହି ପ୍ରୟାସକୁ ପର୍ଦ୍ଦାଫାସ କରିବାକୁ ଚାହୁଁଛି । ତେଣୁ କୂଟନୈତିକ ଦୃଷ୍ଟିରୁ, ଭାରତ ସରକାର ବିଭିନ୍ନ ଦେଶ ଗସ୍ତ କରିବା ପାଇଁ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତିନିଧି ଦଳରେ କେତେ ସାଂସଦ ଯିବେ ତାହାର ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ ବିଶ୍ୱାସ କରାଯାଉଛି ଯେ, ପ୍ରତିନିଧି ଦଳରେ ୩୦ ରୁ ଅଧିକ ସାଂସଦ ସାମିଲ ହୋଇପାରନ୍ତି । ଏହି ସାଂସଦମାନେ ୧୦ ଦିନ ପାଇଁ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ବିଭିନ୍ନ ଦେଶ ପରିଦର୍ଶନ କରିବେ । 

ସାଂସଦମାନଙ୍କୁ ବିଦେଶରେ କଣ କହିବାକୁ ହେବ ସେନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ସେମାନଙ୍କୁ ସୂଚନା ଦେବ। ସୂତ୍ର ଅନୁସାରେ ପ୍ରତିନିଧିମଣ୍ଡଳୀରେ ବିଜେପି, କଂଗ୍ରେସ, ଟିଏମସି, ଡିଏମକେ, ଏନସିପି(ଏସପି), ଜେଡିୟୁ, ବିଜେଡି, ସିପିଆଇ(ଏମ) ଏବଂ ଅନ୍ୟ କିଛି ଦଳର ସାଂସଦ ସାମିଲ ହେବେ । ସେମାନଙ୍କୁ ୧୦ ଦିନ ପାଇଁ ବିଦେଶ ଯିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । MEA ସେମାନଙ୍କ ସହିତ ଯୋଗାଯୋଗ କରି ଯାତ୍ରା କାର୍ଯ୍ୟକ୍ରମ ସମେତ ଆବଶ୍ୟକୀୟ ବିବରଣୀ ପ୍ରଦାନ କରିବ ।

ପ୍ରତିନିଧି ଦଳରେ ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଓଡିଶାର ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ ସାମିଲ ଅଛନ୍ତି । ଚାରି ଜଣ କଂଗ୍ରେସ ସାଂସଦ ମଧ୍ୟ ପ୍ରତିନିଧି ଦଳରେ ସାମିଲ ହେବେ। ଏଥିରେ କଂଗ୍ରେସ ସାଂସଦ ଶଶି ଥରୁର, ମନୀଷ ତିୱାରୀ, ସଲମାନ ଖୁର୍ସିଦ ଏବଂ ଅମର ସିଂହ ସାମିଲ ଅଛନ୍ତି। ସେହିଭଳି ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ, ଜେଡିୟୁର ସଞ୍ଜୟ ଝା, ବିଜେଡିର ସସ୍ମିତ ପାତ୍ର, ଏନସିପି (ସପା)ର ସୁପ୍ରିୟା ସୁଲେ, ଡିଏମକେର କେ କାନିମୋଝି, ସିପିଆଇ (ଏମ)ର ଜନ୍ ବ୍ରିଟାସ୍ ଏବଂ ଏଆଇଏମଆଇଏମର ଅସଦୁଦ୍ଦିନ ଓୱେସି ମଧ୍ୟ ପ୍ରତିନିଧି ଦଳରେ ସାମିଲ ହୋଇପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.